ମହିଳାଙ୍କର ହେଉଥିଲା ପେଟ ଯନ୍ତ୍ରଣା:କଣ୍ଡୋମ ବ୍ୟବହାର କରିବାକୁ କହି ଡାକ୍ତର ବରଖାସ୍ତ

Get real time updates directly on you device, subscribe now.

ରାଞ୍ଚô: ଝାଡ଼ଖଣ୍ଡର ଏକ ସରକାରୀ ହସ୍ପିଟାଲର ଜଣେ ଡାକ୍ତର ପେଟ ଯନ୍ତ୍ରଣାର ଉପଶମ ପାଇଁ ଜଣେ ମହିଳା ରୋଗୀଙ୍କୁ କଣ୍ଡୋମ ବ୍ୟବହାର କରିବାକୁ ପରାମର୍ଶ ଦେଇ ନିକଟରେ ବରଖାସ୍ତ ହୋଇଛନ୍ତି । ଡକ୍ଟର ଅସରଫ ବଦ୍ର ନାମକ ଏହି ଡାକ୍ତର ଜଣକ ରାଜ୍ୟର ଘାଟସିଲା ସବ-ଡିଭିଜିନାଲ ହସ୍ପିଟାଲରେ ନିୟୋଜିତ ଥିଲେ ।
ରିପୋର୍ଟ ଅନୁଯାୟୀ, ଗତ ଜୁଲାଇ ୨୩ରେ ଜଣେ ୫୫ ବର୍ଷୀୟା ମହିଳା ରୋଗୀ ପେଟ ଯନ୍ତ୍ରଣା ଭୋଗ କରୁଥିବାରୁ ତାଙ୍କ ନିକଟକୁ ଆସିଥିଲେ । ଡାକ୍ତର ବଦ୍ର ତାଙ୍କ ପାଇଁ କିଛି ଔଷଧ ପ୍ରେସକ୍ରାଇବ୍ କରିଥିଲେ । ମହିଳା ଜଣଙ୍କ ଏହାକୁ ନେଇ ନିକଟରେ ଥିବା ଏକ ମେଡିସିନ ଷ୍ଟୋରରେ ଦେଖାଇବାରୁ ସେଥିରେ ‘ କଣ୍ଡୋମ ନିରୋଧ’ ବୋଲି ଲେଖାଥିଲା । ଏସମ୍ପର୍କରେ ଜାଣିବା ପରେ ମହିଳା ଜଣଙ୍କ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପାଖରେ ଏନେଇ ଅଭିଯୋଗ କରିଥିଲେ । ଏହାପରେ ହସ୍ପିଟାଲ ଓ ସ୍ଥାନୀୟ ପ୍ରଶାସନ ତରଫରୁ ଏହାର ଯାଞ୍ଚ କରାଯାଇଥିଲା ଏବଂ ଉକ୍ତ ଡାକ୍ତରଙ୍କୁ ଦୋଷୀ ବୋଲି ଦର୍ଶାଯାଇଥିଲା । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଏହି ଘଟଣାକୁ ଗୁରୁତର ନେଇ ତାଙ୍କୁ ତୁରନ୍ତ କାର୍ଯ୍ୟରୁ ବରଖାସ୍ତ କରିଛି । ଡାକ୍ତର ବଦ୍ରଙ୍କୁ ପୂର୍ବରୁ ମଧ୍ୟ କାର୍ଯ୍ୟରେ ବିଶୃଙ୍ଖଳା ଏବଂ ଦୁର୍ବ୍ୟବହାର ପ୍ରଦର୍ଶନ ପାଇଁ ଥରେ ବହିଷ୍କାର କରାଯାଇଥିଲା । କିନ୍ତୁ ସେ ଏପରି ହରକତ ଆଉ କରିବେ ନାହିଁ ବୋଲି ଲିଖିତ ଭାବେ ଦେବା ପରେ ରାଜ୍ୟ ସରକାର ତାଙ୍କୁ ପୁଣି ଥରେ ନିଯୁକ୍ତି ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons