କାଉ ନେଉଛନ୍ତି ପ୍ରତିଶୋଧ:୩ ବର୍ଷ ହେଲା ଜଣେ ବ୍ୟକ୍ତିଙ୍କୁ କରୁଛନ୍ତି ଟାର୍ଗେଟ

Get real time updates directly on you device, subscribe now.

ଭୋପାଳ: ମଧ୍ୟପ୍ରଦେଶର ଶିବପୁରୀ ଜିଲା ଅନ୍ତର୍ଗତ ସୁମେଲା ଗ୍ରାମର ଜଣେ ଦିନ ମଜୁରିଆ ଗତ ୩ ବର୍ଷ ଧରି ଏକ ଅଦ୍ଭୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଶିବ ନାମକ ଏହି ଶ୍ରମିକ ଜଣକ ଆର୍ଥିକ କାରଣରୁ ଏହି ସମସ୍ୟା ଭୋଗୁନାହାନ୍ତି, ବରଂ କିଛି କାଉଙ୍କ ପାଇଁ ଏହି ସମସ୍ୟା ଭୋଗୁଛନ୍ତି । ସେ ଯେତେବେଳେ ବି ତାଙ୍କ ଘରୁ ବାହାରକୁ ବାହାରୁଛନ୍ତି, ପଞ୍ଝାଏ କାଉ ତାଙ୍କ ଉପରେ ଆକ୍ରମଣ କରିଦେଉଛନ୍ତି । ସେମାନେ ତାଙ୍କ ଦେହର ବିଭିନ୍ନ ଭାଗକୁ ଖୁମ୍ପିବାକୁ ଉଦ୍ୟମ କରୁଛନ୍ତି । ଏହାଯୋଗୁ ତାଙ୍କ ଦେହର ବିଭିନ୍ନ ଭାଗରେ ଅନେକ କ୍ଷତ ସୃଷ୍ଟି ହୋଇଛି । ଗୋଟିଏ କାଉ ଛୁଆକୁ ମାରି ଦେଇଥିବାରୁ କାଉମାନେ ଏହାର ପ୍ରତିଶୋଧ ନେବାକୁ ଏପରି କରୁଛନ୍ତି ବୋଲି କୁହାଯାଉଛି ।
ଶିବଙ୍କ କହିବାନୁଯାୟୀ, ତିନି ବର୍ଷ ତଳେ ଗୋଟିଏ କାଉ ଛୁଆ ଜାଲରେ ଛନ୍ଦି ହୋଇପଡିଥିଲାବେଳେ ସେ ତା’କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରୁଥିଲେ । ସେ ତା’କୁ ହାତ ପାପୁଲିରେ ଧରିଥିଲାବେଳେ ତା’ର ମୃତୁ୍ୟ ହୋଇଥିଲା । କିନ୍ତୁ ସେଠାରେ ରହୁଥିବା କାଉମାନେ ତାଙ୍କୁ ଏଥିପାଇଁ ଦାୟୀ ବୋଲି ମନେ କରିଥିଲେ ଏବଂ ତାଙ୍କୁ ସେମାନଙ୍କର ସବୁଠାରୁ ବଡ଼ ଶତ୍ରୁ ବୋଲି ବିବେଚନା କରିଥିଲେ । ଏହାପର ଠାରୁ କାଉମାନେ ସଂଘବଦ୍ଧ ହୋଇ ତାଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଇଥିଲେ । ଶିବ ପ୍ରଥମେ ଏହାର କାରଣ ବୁଝିପାରୁନଥିଲେ । ମାତ୍ର କାଉମାନେ ଅନ୍ୟ କାହାକୁ ଆକ୍ରମଣ ନକରି କେବଳ ତାଙ୍କୁ ଟାର୍ଗେଟ କରୁଥିବାରୁ ତିନି ବର୍ଷ ତଳର ଘଟଣା ଏହାର କାରଣ ବୋଲି ସେ ମନେ କରିଥିଲେ । କିନ୍ତୁ ଏଥିରୁ ନିସ୍ତାର ପାଇବାକୁ ସେ କିଛି ଉପାୟ ବାହାର କରିପାରୁନାହାନ୍ତି । କେବଳ କାଉମାନଙ୍କୁ ଘଉଡାଇବା ପାଇଁ ଘରୁ ବାହାରକୁ ଗଲାବେଳେ ଖଣ୍ଡିଏ ବାଡ଼ି ଧରି ବାହାରୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons