କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ: ଆଇଡିବିଆଇ ବ୍ୟାଙ୍କ ପାଇବ ୯,୦୦୦ କୋଟି

Get real time updates directly on you device, subscribe now.

ନୂଆଦିଲ୍ଲୀ: ଆଇଡିବିଆଇ ବ୍ୟାଙ୍କକୁ ମିଳିବ ୯,୦୦୦ କୋଟି ଟଙ୍କା । କେନ୍ଦ୍ର ସରକାର ଏବଂ ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି) ଏହି ମୂଳଧନ ପୁଞ୍ଜି ଯୋଗାଇଦେବେ । ଏ ନେଇ ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେଇଛି । ବ୍ୟାଙ୍କକୁ କେନ୍ଦ୍ର ପକ୍ଷରୁ ୪,୫୫୭ କୋଟି ଟଙ୍କାର ଏକକାଳୀନ ମୂଳଧନ ପୁଞ୍ଜି ଯୋଗାଇ ଦିଆଯିବ । ଏଲ୍ଆଇସି ୪,୭୦୦ କୋଟି ଟଙ୍କା ପ୍ରଦାନ କରିବ ।
କ୍ୟାବିନେଟ୍ ବୈଠକ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେ଼କର ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ଆଇଡିବିଆଇ ବ୍ୟାଙ୍କରେ ପୁନଃ ମୂଳଧନ ନିବେଶ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏହାଦ୍ୱାରା ବ୍ୟାଙ୍କର ମୂଳଧନ ଭିତ୍ତି ବଢ଼ିପାରିବ । ସରକାର ଏବଂ ଏଲ୍ଆଇସି ଏକକାଳୀନ ଭାବେ ଏହି ପାଣ୍ଠି ଯୋଗାଇଦେବେ । ଏହାଦ୍ୱାରା ଆଇଡିବିଆଇ ବ୍ୟାଙ୍କ ଏହାର ବ୍ୟାଙ୍କିଙ୍ଗ୍ କାରବାରକୁ ପୁନଃ ସୁବ୍ୟବସ୍ଥିତ କରିପାରିବ । ଏହାର ଋଣ ବ୍ୟବସାୟକୁ ନୂଆ ଇନ୍ଧନ ଯୋଗାଇ ପାରିବ ବୋଲି ଆଶା କରାଯାଉଛି ।
ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ମୂଳଧନ ନିବେଶ ଭାବେ କେନ୍ଦ୍ର ସରକାର ୭୦,୦୦୦ କୋଟି ଟଙ୍କା ଯୋଗାଇଦେବେ ବୋଲି ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ । ବିଶେଷକରି ବ୍ୟାଙ୍କଗୁଡ଼ିକର ଖୁଚୁରା ଋଣ ପ୍ରଦାନ କ୍ଷମତାକୁ ବଢ଼ାଇବା ଉଦେ୍ଧଶ୍ୟରେ ଏହି ପଦକ୍ଷେପ ନିଆଯାଇଥିଲା । ତେଣୁ ଏହି ପ୍ରସ୍ତାବିତ ୭୦,୦୦୦ କୋଟି ଟଙ୍କା ମଧ୍ୟରୁ ସରକାର ଆଇଡିବିଆଇ ବ୍ୟାଙ୍କକୁ ପ୍ରଥମେ ୪,୫୫୭ କୋଟି ଟଙ୍କା ପ୍ରଦାନ କରିବେ । ଏହି ଟଙ୍କାକୁ ବ୍ୟବହାର କରି ବ୍ୟାଙ୍କ ଆର୍ଥିକ ସଂକଟର ମୁକାବିଲା କରିପାରିବ ।
ଉଲ୍ଲେଖଯୋଗ୍ୟ, ଅନାଦାୟ ଋଣ (ଏନ୍ପିଏ), ନକାରାତ୍ମକ ଋଣ କାରବାର, ନିକୃଷ୍ଟ ଜମା ଭଳି ସମସ୍ୟାରେ ଘାଣ୍ଟି ହେଉଥିବା ଆଇଡିବିଆଇ ବ୍ୟାଙ୍କ ଗତବର୍ଷ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ପିସିଏ (ପ୍ରମ୍ପ୍ଟ କରେକ୍ଟିଭ୍ ଆକ୍ସନ୍) କାର୍ଯ୍ୟାନୁÂାନର ଶିକାର ହୋଇଥିଲା । ବ୍ୟାଙ୍କର ଖରାପ ଦିନ ଶେଷ ହୋଇଥିବା ନେଇ ସରକାର ଏବଂ ବ୍ୟାଙ୍କ ମ୍ୟାନେଜମେଣ୍ଟ ଯେତେ କହିଲେ ବି ରିଜର୍ଭ ବ୍ୟାଙ୍କ ଶୁଣିନଥିଲା । ପିସିଏ କାର୍ଯ୍ୟାନୁÂାନର ଶିକାର ହେବା ପରେ ବ୍ୟାଙ୍କର ସ୍ଥିତି ଆହୁରି ଖରାପ ହୋଇଯାଇଥିଲା ।
ଜୁନ୍ରେ ଶେଷ ହୋଇଥିବା ତୈ୍ରମାସରେ ବ୍ୟାଙ୍କର ସମ୍ପତ୍ତି ଗୁଣବତ୍ତାରେ ଯଦିଓ ସୁଧାର ଆସିଛି, ତଥାପି ଏହାର ସାମଗ୍ରିକ ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେଉନାହିଁ । ଏହାର ସର୍ବମୋଟ ଅନାଦାୟ ଋଣ ବା ଏନ୍ପିଏ ଅଗ୍ରିମ (ଋଣ)ର ୨୯.୧୨ଧରେ ପହଞ୍ଚିଛି । ୨୦୧୮-୧୯ ଆର୍ଥିକବର୍ଷରେ ବ୍ୟାଙ୍କର ଏନ୍ପିଏ ଏହାର ଋଣ ଅନୁପାତର ୩୦.୭୮ଧ ରହିଥିଲା । କିନ୍ତୁ ବ୍ୟାଙ୍କର ନିଟ୍ ଏନ୍ପିଏ ୧୮.୭୬ଧରୁ ପାଖାପାଖି ୮ଧକୁ ହ୍ରାସ ପାଇଥିଲା । ଗତ ସପ୍ତାହରେ ବ୍ୟାଙ୍କର ସେୟାର ମୂଲ୍ୟ ୯.୩ଧ ହ୍ରାସ ପାଇ ୨୬.୦୫ ଟଙ୍କା ହୋଇଥିଲା । କିନ୍ତୁ ଆଜିର କ୍ୟାବିନେଟ୍ ଘୋଷଣା ପରେ ଆଇଡିବିଆଇ ବ୍ୟାଙ୍କର ସେୟାର ମୂଲ୍ୟ ୧୦ଧ ବଢ଼ି ସେୟାର ପିଛା ମୂଲ୍ୟ ୨୯.୬୫ ଟଙ୍କା ହୋଇଥିଲା । କାରବାର ମଝିରେ ଏହି ସ୍ତର ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons