ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ସେବାୟତମାନେ ଉପାସ ରଖି ଜମି ବିବାଦର ସମାଧାନ କଲେ । ଠାକୁର ୩୬ ଘଣ୍ଟା ଖାଡ଼ା ଉପାସ ରହିଲେ । ସେହିସମୟ ଭିତରେ ପ୍ରଶାସନ ଓ ଦେବୋତ୍ତର ବିଭାଗ ଆଗରେ ଜମି ମାମଲା କଥା ଉଠିଲା । ବିବାଦୀୟ ଜମିରେ କାମ ବନ୍ଦ ହେଲା । ସେପଟେ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପୂଜାର୍ଚ୍ଚନା ଓ ଅବଢ଼ା ବନ୍ଦ ଥିବାରୁ ଯାତ୍ରୀ କଷଣ ଭୋଗିଲେ । ନିଜ ସ୍ୱାର୍ଥ ମୁତାବକ ସବୁ କଥା ଛିଣ୍ଡିଲା ପରେ ଶେଷରେ ସେବାୟତ ଗୋÂୀ ଆଜି ସନ୍ଧ୍ୟାରେ ମନ୍ଦିରରେ ବିଜେ କରି ଠାକୁରଙ୍କୁ ପାଣି ଟୋପାଏ ଦେଲେ ।
ସେବାୟତମାନେ ଠାକୁରଙ୍କୁ ବନ୍ଧକ ରଖି ଦାବି ଉଠାଇବା କୌଣସି ନୂଆ କଥା ନୁହେଁ । ତେବେ ଜମିଜମା, ମାମଲା ଭଳି କ୍ଷେତ୍ରକୁ ଏଭଳି ଦାବି ପଶିବା ଆଗରୁ କେବେ ଦେଖା ନଥିଲା । ଠାକୁରଙ୍କ ରେକର୍ଡଭୁକ୍ତ ଜମିରେ ଅନେକ ସେବାୟତ ଘରଦ୍ୱାର କରି ରହୁଛନ୍ତି । ସେବା ପ୍ରତିବଦଳରେ ବହୁ ସେବାୟତଙ୍କ ପାଇଁ ଜମି ଖଞ୍ଜା ରହିଛି । ଉକ୍ତ ଜମି ବିକ୍ରିଯୋଗ୍ୟ ନହୋଇ ପାରେ । କିନ୍ତୁ ତାକୁ ଭୋଗଦଖଲ କରିବା ଅଧିକାର ସଂପୃକ୍ତ ସେବାୟତଙ୍କର ରହିଛି ଓ ରହିଥିବ । ଏସବୁ ସତ୍ତେ୍ୱ ପ୍ରତିପକ୍ଷ ସେବାୟତଙ୍କ ଜମି ଦଖଲକୁ କେନ୍ଦ୍ର କରି ନୀତି ବନ୍ଦ କରିବା ଭଳି ବିଷମ ସମସ୍ୟା ସୃଷ୍ଟି କରିବା ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟକୁ ବାଟ ଫିଟାଇଛି । କାରଣ ଆଗକୁ କୌଣସି ସେବାୟତ ଗୋÂୀର ସଦସ୍ୟ ଠାକୁରଙ୍କ ଜମି ଉପରେ ଦାବି କଲେ ପୁଣି ମହାପ୍ରଭୁ ବନ୍ଧକ ରଖି ପ୍ରତିପକ୍ଷ ଗୋÂୀ ଚାପ ପକାଇବା ନିଶ୍ଚିତ ହୋଇଛି ।
ନୂଆ ବିବାଦର ଉତ୍ସ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମାର୍ଫତ ଟ୍ରଷ୍ଟ ବୋର୍ଡଙ୍କ ନାମରେ ଭୁବନେଶ୍ୱର ତହସିଲ, ନୂଆଗାଁ ମୌଜା, ଖାତା ନମ୍ବର-୪୩୭, ପ୍ଲଟ ନମ୍ବର-୮୧ରେ ୨ ଏକର ୬୩୦ ଡେସିମିଲ ଜମି । ସାମନ୍ତରାପୁର ନିକଟ ଲୁଇସରୋଡ଼ କଡ଼ରେ ଏହି ଜମି ଥିବାରୁ ଏହାର ବଜାର ମୂଲ୍ୟ ୫୦ କୋଟି ଟଙ୍କାରୁ ଅଧିକ ହେବ । ସେଠାରେ ଜଣେ ବଡ଼ୁ ସେବାୟତ ନିଜର ସେବା ସ୍ୱତ୍ତ୍ୱାଧୀକାର ଥିବା ଦାବିରେ ଯେତେବେଳେ ମାର୍କେଟ କମ୍ପେ୍ଲକ୍ସ ଭଳି ନିର୍ମାଣ ଆରମ୍ଭ କଲେ । ତାହା ପ୍ରତିପକ୍ଷ ସେବାୟତଙ୍କ ହଜମ ହେଲା ନାହିଁ । ଅବଶ୍ୟ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡର ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ କାମ ବନ୍ଦ କରିବା ଲାଗି ପଦକ୍ଷେପ ନେଲେ । ୧୪୪ ଧାରା ଜାରି ହୋଇ ସେଠାରେ ପୁଲିସ କାମ ବନ୍ଦ କଲା । କିନ୍ତୁ ଇତିମଧ୍ୟରେ ପରବର୍ତ୍ତୀ ତାରିଖରେ କୋର୍ଟ ଉକ୍ତ ଜମି ମାଲିକାନା ଉପରେ ପ୍ରଶ୍ନ ଉଠାଇ ଉଭୟ ପକ୍ଷକୁ ଦେୱାନି ଅଦାଲତ ଯିବାକୁ ନିଦେ୍ର୍ଧଶ ଦେଲା । ଫଳରେ ଜମିରେ ଲାଗୁ ହୋଇଥିବା ୧୪୪ ଧାରା ଉଠିଗଲା ଏବଂ ସଂପୃକ୍ତ ସେବାୟତ ଏହା ସୁଯୋଗରେ ସେଠାରେ କାମ ଆରମ୍ଭ କରିଦେଲେ । ମନ୍ଦିର ପ୍ରଶାସକ ପରବର୍ତ୍ତୀ ପଦକ୍ଷେପ ନେବା ପୂର୍ବରୁ ଏପଟେ ଠାକୁରଙ୍କୁ ଉପାସ ରଖି ଆରମ୍ଭ ହୋଇଗଲା ତଥାକଥିତ ଆନେ୍ଦାଳନ । ଏପରିକି ଏକ କୋର୍ଟର ଆଦେଶ ଉପରେ ପ୍ରଶ୍ନବାଚୀ ଉଠାଇବାକୁ ପଛାଇଲେ ନାହିଁ । ଏହାର ପରିଣତି ଭୋଗିଲେ ଆମ ସମ୍ବିଧାନରେ ସ୍ୱତନ୍ତ୍ର ସ୍ଥାନ ପାଇଥିବା ବାଳୁତ ଠାକୁର ।
Comments are closed, but trackbacks and pingbacks are open.