ଓଡ଼ିଶା ଫେରିବେ ଜଗା କାଳିଆ

Get real time updates directly on you device, subscribe now.

ଭୁବନେଶ୍ୱର : ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି ।ଶେଷରେ ଓଡ଼ିଶା ଫେରିବେ ଜଗା କାଳିଆ । ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ପରେ ଜଗା କାଳିଆଙ୍କୁ ଆସନ୍ତା କାଲି ଓଡ଼ିଶା ଆଣିବା ପାଇଁ ନିଷ୍ପତ୍ତି ହୋଇଛି । ଆସନ୍ତା କାଲି ଦିଲ୍ଲୀରେ ଏମ୍ସ ପକ୍ଷରୁ ପ୍ରେସମିଟ୍ କରି ଏ ସଂପର୍କରେ ସୂଚନା ଦେବାପରେ ସଂଧ୍ୟାରେ ଜଗା-କାଳିଆ ଓଡ଼ିଶା ଫେରିପାରନ୍ତି । ବାହୁଡ଼ିବେ ଜଗା କାଳିଆ । ଦିଲ୍ଲୀ ଏମ୍‌ସରେ ସଫଳ ଅସ୍ତ୍ରୋପଚାର ପରେ ଏବଂ ୨ ବର୍ଷ ୪୫ ଦିନ ସେଠାରେ ରହିବା ପରେ ଏବେ ଓଡ଼ିଶା ଫେରିବେ ।ଜଗା କାଳିଆଙ୍କୁ ଦିଲ୍ଲୀ ଏମ୍‌ସ୍‌ରୁ ଅଣାଯାଇ କଟକ ଏସ୍‌ସିବିରେ ରଖାଯିବ।ସେଠାରେ ଅଭିଜ୍ଞ ଡାକ୍ତରମାନଙ୍କ ଏକ ଟିମ୍ ଦୁଇ ଭାଇଙ୍କ ଚିକିତ୍ସା ଦାୟିତ୍ବ ନେବେ। ରାଜ୍ୟ ସରକାର ଦୁଇ ଶିଶୁଙ୍କ ଚିକିତ୍ସା ଉପରେ ବି ନଜର ରଖିବେ ରାଜ୍ୟ
କଟକ ଏସ୍‌ସିବିର ୨ ଜଣିଆ ଡାକ୍ତରୀ ଟିମ୍ ଦିଲ୍ଲୀ ଏମ୍‌ସ ଯାଇ ସେଠାକାର ବିଶେଷଜ୍ଞ ଡାକ୍ତରଙ୍କ ସହିତ ଏ ସଂପର୍କରେ ଆଲୋଚନା କରିବା ପରେ ଜଗା କାଳିଆଙ୍କୁ ଆଣିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ଟିମ୍‌ରେ କଟକ ଏସ୍‌ସିବିର ଡାକ୍ତର ବି.ପି ନାୟକ ଓ ଏସ୍.ଏସ୍ ବରିହା ଯାଇଥିଲେ । ଆସନ୍ତା କାଲି ଦିନ ୧୨ଟାରେ ଏମ୍‌ସ ପକ୍ଷରୁ ଏ ନେଇ ପ୍ରେସମିଟ୍‌ରେ ସୂଚନା ଦିଆଯିବ । ପ୍ରେସମିଟ୍ ପରେ ଆସନ୍ତା କାଲି ସଂଧ୍ୟାରେ ଓଡ଼ିଶା ଫେରିପାରନ୍ତି ଜଗା କାଳିଆ । କଟକ ଏସ୍‌ସିବିରେ ଜଗା କାଳିଆଙ୍କ ଚିକିତ୍ସା ପାଇଁ ନ୍ୟୁରୋସର୍ଜରୀ ବିଭାଗର ବିଶେଷଜ୍ଞଙ୍କ ନେତୃତ୍ବରେ ଏକ ଡାକ୍ତରୀ ଟିମ୍ ଗଠନ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons