ରାସ୍ତା ମଝିରେ ଜଳିଗଲା ଚଳନ୍ତା ଭ୍ୟାନ୍

Get real time updates directly on you device, subscribe now.

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା ଭ୍ୟାନ୍। କିମ୍‌ସ୍‌ ହସ୍ପିଟାଲ ପଛପଟ ରାସ୍ତାରେ ଏକ ଚଳନ୍ତା ଭ୍ୟାନ୍‌ରେ ଏହି ନିଆଁ ଲାଗି ଯାଇଛି। ଆଜି ଅପରାହ୍ଣ ପ୍ରାୟ୧ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି। ସୂଚନ ଅନୁସାରେ, ହଠାତ୍‌ ରାସ୍ତା ଉପରେ ଭ୍ୟାନ୍‌ଟିରେ ନିଆଁ ଲାଗି ଯାଇଥିଲା। ଭ୍ୟାନ୍‌ରେ ବିପୁଳ ପରିମାଣରେ କୌଣସି ରାସାୟନିକ ଦ୍ରବ୍ୟ ଲଦା ଯାଇଥିବା ଦେଖିବାକୁ ମିଳିଥିଲା। ଫଳରେ କୌଣସି କାରଣରୁ ନିଆଁ ଲାଗି ପୁରା ଗାଡ଼ି ଜଳିଯାଇଥିବା ସନ୍ଦେହ କରାଯାଉଛି। ତେବେ ଏଥିରୁ ଡ୍ରାଇଭର ଜଣକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ୨ ଅଗ୍ନିଶମ ଗାଡ଼ି ପ୍ରାୟ ଅଧଘଣ୍ଟା ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons