ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଯୁକ୍ତ ତିନି ନାମଲେଖା ଆବେଦନ ପ୍ରକିୟା ସରିଯାଇଥିବା ବେଳେ ଏ ପର୍ଯ୍ୟନ୍ତ ଯୁକ୍ତ ଦୁଇ ପରୀକ୍ଷାର ପୁନଃ ଯାଞ୍ଚ ପାଇଁ ଅବେଦନ କରିଥିବା ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇପାରିନି । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ଭିତରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଏପରିକି ଏ ବାବଦରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକଙ୍କୁ ଭେଟି ଯୁକ୍ତ ଦୁଇ ପୁନଃ ଯାଞ୍ଚର ଫଳ ତୁରନ୍ତ ପ୍ରକାଶ କରିବାକୁ ଦାବି କରିଛନ୍ତି ।
ଏହି ଅବସରରେ ଏବିଭିପି ଛାତ୍ରନେତା ଦେବବ୍ରତ ମହାରଣା କହିଛନ୍ତି, ଯୁକ୍ତ ଦୁଇ ପୁନଃ ଯାଞ୍ଚ ଫଳ ଠିକ ସମୟରେ ବାହାରି ନପାରିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅପାରଗତାକୁ ଦର୍ଶାଉଛି । ଆମେ ଦାବିପତ୍ର ଦେବା ପରେ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ସନ୍ଧ୍ୟା ସୁଦ୍ଧା ଯୁକ୍ତ ଦୁଇ ପୁନଃ ଯାଞ୍ଚର ଫଳ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି । ଯୁକ୍ତ ତିନିକୁ ପ୍ରବେଶ କରିବାର ସମସ୍ତ ପ୍ରକିୟା ସରିଯାଇଥିବା କାରଣରୁ ଛାତ୍ରଛାତ୍ରୀଙ୍କୁ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ବୋଲି ଶ୍ରୀ ମହାରଣା ଅଭିଯୋଗ କରିଛନ୍ତି । ଚଳିତ ବର୍ଷ ବହୁ ଅଧ୍ୟାପକ, ଅଧ୍ୟାପିକା ମୂଲ୍ୟାୟନରେ ଯୋଗ ଦେଇନାହାନ୍ତି । ତାଙ୍କ ଉପରେ ଦୃଢ କାର୍ଯ୍ୟାନୁÂାନ ନେବା ପାଇଁ ଏବିଭିପି ଦାବି କରିଛି । ମୂଲ୍ୟାୟନରେ ଯୋଗ ଦେଇନଥିବା ଅଧ୍ୟାପକ, ଅଧ୍ୟାପିକାଙ୍କ ତାଲିକା ପ୍ରସ୍ତୁତ କରାଯାଉଥିବା ପରିଷଦ ଅଧ୍ୟକ୍ଷ କହିଛନ୍ତି । କାର୍ଯ୍ୟାନୁÂାନ ପାଇଁ ବିଭାଗକୁ ତାଲିକା ଦିଆଯିବ ବୋଲି ପରିଷଦ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି । ଏବିଭିପି ପକ୍ଷରୁ ଯୋଗ ଦେଇଥିବା ପ୍ରତିନିଧିମଣ୍ଡଳୀରେ ମହାନଗର ସହ ସମ୍ପାଦକ ପିଣ୍ଟୁ ପ୍ରତୀକ ନାଏକ, ସମ୍ୱିତ ରାଉତ, ସୋମୁ ଦେ, ବିଶ୍ୱ ସ୍ୱାଇଁ, ପ୍ରିୟରଞନ ରାଉତ, ସଞ୍ଜୟ ମଲ୍ଲିକ, ମିଲନ୍ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.