ଭୁବନେଶ୍ୱର : ସରକାରୀ ଗାଡ଼ିଗୁ଼ଡିକ ଠାରୁ ଜରିମାନା ନ ନେଇ ଛାଡି ଦିଆଯାଉଥିବା ଅଭିଯୋଗରେ ଭୁବନେଶ୍ୱର ରାଜମହଲ ଛକରେ ଉତ୍ତେଜନା ଦେଖା ଦେଇଛି। ସେଠାରେ ସ୍ଥିତି ଧିରେ ଧିରେ ସୁଧାର ଆସୁଛି। ଏହି ଉତ୍ତେଜନା ପରେ କମିଶନର ସ୍ପଷ୍ଟ କରିଛନ୍ତି। କହିଛନ୍ତି ,ଏବେ ଆମେ କେବଳ ୫ଟି ଗଫଲତି ଦେଖି ଜରିମାନା କରୁଛୁ।
୧- ବାଇକ୍ରେ ୩ ଜଣଙ୍କୁ ନେଲେ,
୨- ହେଲମେଟ୍ ପିନ୍ଧିନଥିଲେ
୩- ମଦ ପିଇ ଗାଡ଼ି ଚଳାଉଥିଲେ,
୪- ମୋବାଇଲରେ ଗପୁଥିଲେ,
୫- ରାସ୍ତାର ଭୁଲ୍ ସାଇଡ୍ରେ ଗଲେ, ଏମିତି ୫ଟି ପାଇଁ ଫାଇନ୍ ନେଉଛୁ।
ଏମିତିକି ୧ ହଜାର ଟଙ୍କା ଜାଗାରେ ୫ ଶହ ଟଙ୍କା ଆଦାୟ କରୁଛୁ। ଇନ୍ସୁରାନ୍ସ ଏବଂ ପଲ୍ୟୁସନ ଏବେ ଦେଖୁନାହୁଁ। ଏହା ସ୍ପଷ୍ଟ କଲେ କମିଶନର। ପରିବହନ ବିଭାଗ ସହ ଆମେ କଥା ହୋଇଛୁ ଓ ଆଇନ ଉଲ୍ଲଂଘନ କରୁଥିବା ପୁଲିସ ପ୍ରତି କଡ଼ା କାର୍ୟାନୁଷ୍ଠାନ ହେବ ବୋଲି କହିଲେ କମିଶନର।
Comments are closed, but trackbacks and pingbacks are open.