ନୀଳଗିରି,(ବି.ବି.ନୁ୍ୟଜ୍): କୁକୁଡ଼ା ଫାର୍ମ ଭିତରୁ ଉଦ୍ଧାର ହୋଇଛି ୧୭ ଫୁଟିଆ ଅହିରାଜ । ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧୀନ ସିଙ୍ଗାଖୁଣ୍ଟା ପଞ୍ଚାୟତ ସାରଳିଆ ଗ୍ରାମର ପ୍ରଶାନ୍ତ କୁମାର ଜେନାଙ୍କ କୁକୁଡ଼ା ଫାର୍ମରେ ସାପଟି ଥିଲା । ଶନିବାର ରାତିରେ ସାପଟିର ଗର୍ଜନ ଶୁଣି ପ୍ରଶାନ୍ତ ୱାଇଲ୍ଡ ଲାଇଫ ୱାଡେନ୍ ପ୍ରକାଶ ମର୍ଦ୍ଧରାଜଙ୍କୁ ଖବର ଦେଇଥିଲେ । ଖବର ପାଇ ପ୍ରକାଶଙ୍କ ସହ ତାଙ୍କ ଟିମ୍ର ସାପ ଧରାଳି ଜଗବନ୍ଧୁ ବେହେରା, ଗୟାଧର ବେହେରା, ବିରଜା ବେହେରା ଘଟଣା ସ୍ଥଳକୁ ଯାଇ ଅହିରାଜ ସାପଟିକୁ ଉଦ୍ଧାର କରିଥିଲେ । ସାପଟିର ଲମ୍ବ ୧୭ ଫୁଟ୍ ବୋଲି ଜଣାଯାଇଛି । ଅହିରାଜ ସାପଟି କୁଲଡିହା ଅଭୟାରଣ୍ୟରୁ ଆସିଥାଇପାରେ ବୋଲି ଶ୍ରୀ ମର୍ଦ୍ଧରାଜ କହିଛନ୍ତି । ସ୍ୱାସ୍ଥ୍ୟ ପରୀକ୍ଷା ପରେ ସାପଟିକୁ କୁଲଡିହା ଅଭୟାରଣ୍ୟରେ ଛାଡ଼ିଦିଆଯାଇଛି ।
Comments are closed, but trackbacks and pingbacks are open.