୫୦୦ ଟଙ୍କା ଜରିମାନା ଗଣିଲେ ବିଧାୟକ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସମୟ ପ୍ରାୟ ସାଢେ଼ ୧୨ଟା । ଏଜି ଛକରେ ଚାଲିଥାଏ ସଡ଼କ ସୁରକ୍ଷା ସଚେତନତା । ସଚେତନ ଗାଡିÿ ଚାଳକଙ୍କୁ ଚକୋଲେଟ ବାଣ୍ଟୁଥିଲା ପୁଲିସ୍ । ଏତିକିବେଳେ ରାଜମହଲ ଛକ ଆଡୁ ଏକ ଧଳା ରଙ୍ଗର ସ୍କର୍ପିଓ (ଓଡ୦୨ବିଏ ୮୨୨୮)ରେ ଆସି ପହଞ୍ଚିଲେ ମଧ୍ୟ-ଭୁବନେଶ୍ୱର ବିଧାୟକ ଅନନ୍ତ ନାରାଣୟ ଜେନା(ବୁନୁ) । କାରରୁ ଖପ୍ କିନା ଓହ୍ଲାଇପଡିÿ ଟ୍ରାଫିକ୍ ପୁଲିସ ସହ ମିଶି ଗାଡିÿଚାଳକଙ୍କୁ ସଚେତନ କରାଇଲେ । ବିଧାୟକଙ୍କ କାର ରାସ୍ତାକଡ଼ରେ ପାର୍କିଂ ହେବା କ୍ଷଣି ସେଠାରେ ଡିସିପିଙ୍କ ଗାଡିÿ ଲାଗିଲା । ‘ନୋ ପାର୍କିଂ’ ଜୋନ୍ରେ କାହାର ଗାଡ଼ି ରଖାଯାଇଛି କହି ସେ କର୍ମଚାରୀଙ୍କୁ ପଚାରିଲେ । ଡିସିପିଙ୍କ ତାଗିଦ୍ ଦେଖି ବିଧାୟକ, ପୁଲିସ ଓ ମିଡିଆ ସଭିଏଁ ସେଠାକୁ ଧାଇଁଲେ । ଆଉ ବେଆଇନ୍ ପାର୍କିଂ ପାଇଁ ବିଧାୟକ ପକେଟ୍ରୁ ୫ ଟଙ୍କିଆ ନୋଟ ବାହାର କରି ଜରିମାନା ଭରିଲେ । ସେପଟେ ସବୁ ଯେମିତି ପୂର୍ବରୁ ଯୋଜନା ହେଲା ଭଳିଆ ସରିଗଲା ।
ସେପଟେ କିନ୍ତୁ ଦେଖଣାହାରୀ ଏହାକୁ ସହଜରେ ଗ୍ରହଣ କରୁନଥିଲେ । ସେମାନଙ୍କ କହିବା କଥା ହେଲା, ସବୁ ଆଗରୁ ପ୍ଲାନିଂ ହୋଇଛି । ଏମିତି ଡ୍ରାମାବାଜି କରି ବିଧାୟକ କି ଭିଆଇପି ବି ଟ୍ରାଫିକ୍ ଛାଟରୁ ବର୍ତ୍ତିବେନି ବୋଲି ଲୋକଙ୍କୁ ବାର୍ତ୍ତା ଦିଆଗଲା । ସେପଟେ ପୁଲିସ କମିଶନର ରଙ୍ଗ ରୁଟ୍ରେ ଡ୍ରାଇଭିଂ, ସିଗନାଲ ନ ମାନିବା, ହେଲମେଟ୍ ନ ପିନ୍ଧିବା, ମୋବାଇଲ୍ରେ ଗପିବା ଓ ଡ୍ରିଙ୍କ ଆଣ୍ଡ ଡ୍ରାଇଭ୍ କରୁଥିବା ଗାଡିÿଚାଳକଙ୍କଠାରୁ ଫାଇନ୍ ଆଦାୟ କରାଯିବାକୁ ନିଦେ୍ର୍ଧଶ ଦେଇଥିଲେ । ହେଲେ ନୋ ପାର୍କିଂ ଜୋନ୍ରେ ପାର୍କିଂ ଏଥିରେ ଆସୁନି । ପୁଣି କେମିତି ପୁଲିସ ଫାଇନ୍ କାଟିଲା ବୋଲି ପ୍ରଶ୍ନ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons