ବୃଦ୍ଧ ଦମ୍ପତିଙ୍କ ଗଳା କାଟି ହତ୍ୟା

Get real time updates directly on you device, subscribe now.

ପାଟଣା,(ବି.ବି.ନୁ୍ୟଜ୍): କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ପଲାଣିଘାଟି ପଞ୍ଚାୟତ ଗୁଧିରାମପଡ଼ା ଗ୍ରାମରେ ଶନିବାର ରାତିରେ ଘଟିଛି ନିର୍ମମ ହତ୍ୟାକାଣ୍ଡ । ବାରଣ୍ଡାରେ ଶୋଇଥିବା ବୃଦ୍ଧ ଦମ୍ପତିଙ୍କ ଗଳାକୁ କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛି । ମୃତ ବୃଦ୍ଧ ଦମ୍ପତି ହେଲେ ରାମାଇ ମୁଣ୍ଡା(୬୫) ଓ ତାଙ୍କ ପନôୀ ଚମ୍ପା ମୁଣ୍ଡା(୬୦) । ଘଟଣାସ୍ଥଳରେ ଘଟଗାଁ ଏସ୍ଡିପିଓ ରବୀନ୍ଦ୍ର ମଲ୍ଲିକ ଓ ଥାନା ଅଧିକାରୀ ବନ୍ଦନା ପାତ୍ର ପହଞ୍ଚô ସାଇଣ୍ଟିଫିକ୍ ଟିମ୍ ଡକାଇ ତଦନ୍ତ ଜାରି ରଖିଛନ୍ତି ।
ରମାଇଙ୍କ ଘରେ ଗତ ମଙ୍ଗଳବାର ଦିନ ପୂଜା ଚାଲିଥିଲା । ଏଥିପାଇଁ ରମାଇ ଝିଅ ଜ୍ୱଇଁଙ୍କୁ ଡାକିଥିଲେ । ରାତିରେ ପୂଜା ସରିବା ପରେ ସମସ୍ତେ ଘରକୁ ପଳାଇଥିବା ବେଳେ ସାନ ଜ୍ୱାଇଁ ଘରେ ରହିଥିଲେ । ଶନିବାର ବିଳମ୍ବିତ ରାତିରେ ଘର ଭିତରେ ସାନ ଜ୍ୱାଇଁ ଶୋଇଥିବା ବେଳେ ବୃଦ୍ଧ ଦମ୍ପତି ଘର ବାରଣ୍ଡାରେ ଏକ ଦଉଡ଼ିଆ ଖଟରେ ଶୋଇଥିଲେ । କେହି ଦୁର୍ବୃତ୍ତ ଆସି ଜ୍ୱାଇଁ ଶୋଇଥିବା ଘରେ ବାହାରପଟରୁ ଶିକୁଳି ଦେଇ ଦମ୍ପତିଙ୍କୁ ଅତି ନିର୍ମମ ଭାବେ ଗଳା କାଟି ହତ୍ୟା କରିଥିଲା । ପ୍ରବଳ ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ଉଭୟଙ୍କ ମୃତୁ୍ୟ ଘଟିଥିଲା ।
ଘଟଗାଁ ଏସ୍ଡିପିଓ ରବୀନ୍ଦ୍ର ମଲ୍ଲିକ, ଥାନା ଅଧିକାରୀ ବନ୍ଦନା ପାତ୍ର ଓ କେନ୍ଦୁଝରରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚôବା ପରେ ତଦନ୍ତ ଜାରି ରହିଛି । ହତ୍ୟାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ରମାଇ ଗୁଣି ଗାରେଡି କାର୍ଯ୍ୟ କରନ୍ତି ବୋଲି ସ୍ଥାନୀୟ ଲୋକେ ଓ ତାଙ୍କ ଝିଅ ସଞ୍ଜୁଲତା ମୁଣ୍ଡା ପ୍ରକାଶ କରିଛନ୍ତି । ଗୁଣିଗାରେଡିରୁ ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି । ସନ୍ଧ୍ୟା ପର୍ଯ୍ୟନ୍ତ କାହାରିକୁ ପୁଲିସ ଅଟକ କିମ୍ବା ଗିରଫ କରିନଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons