ଖାକିରେ ପୁଣି କଳଙ୍କର ଛିଟା : ଟିଉସନ ଫେରନ୍ତା ସ୍କୁଲଛାତ୍ରୀଙ୍କୁ ପୁଲିସର ଅସଧାଚରଣ

Get real time updates directly on you device, subscribe now.

ବାରିପଦା,(ବି.ବି.ନୁ୍ୟଜ୍): ପୁଣି ଖାକିରେ ଲାଗିଛି କଳଙ୍କର ଛିଟା । ମୟୂରଭଞ୍ଜ ଜିଲ୍ଲାରେ ଜଣକ ପରେ ପୁଲିସ କର୍ମଚାରୀଙ୍କ କଳାକାରନାମା ସାମନାକୁ ଆସୁଥିବାବେଳେ ଆଜିର ଘଟଣା ଆଉ ଏକ କଳଙ୍କିତ ଫର୍ଦ୍ଧ ଯୋଡ଼ିଛି । ପୁଲିସ ବିଭାଗରେ ରୋଷେୟା ଭାବେ କାର୍ଯ୍ୟ କରୁଥିବା ୫୨ବର୍ଷୀୟ ଜବାହରଲାଲ ବେରା ଜଣେ ନାବାଳିକା ଛାତ୍ରୀଙ୍କୁ ଅସଧାଚରଣ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କୁ ପରେ ଗିରଫ କରାଯିବା ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତୁରନ୍ତ ଚାକିରିରୁ ନିଲମ୍ବିତ କରିଛନ୍ତି । ବାରିପଦା ସହରରେ ଘଟିଥିବା ଏହି ଘଟଣାଟି ଅଭିଭାବକଙ୍କ ମଧ୍ୟରେ ଚିନ୍ତା ବଢ଼ାଇଦେଇଛି ।
ସବିଶେଷ ସୂଚନାରୁ ପ୍ରକାଶଯେ, ୮ମ ଶ୍ରେଣୀରେ ପଢ଼ୁଥିବା ସମ୍ପୃକ୍ତ ଛାତ୍ରୀ ଜଣକ ଟିଉସନରୁ ଫେରୁଥିବା ବେଳେ ଆଜି ଅପରାହ୍ନ ସାଢେ ୩ଟା ସମୟରେ ସ୍ଥାନୀୟ ସ୍ପୋର୍ଟସ ହଷ୍ଟେଲ ନିକଟରେ ଛାତ୍ରୀଙ୍କ ସହିତ ଅଭିଯୁକ୍ତ ଜବାହରଲାଲ ଜୋରଜବରଦସ୍ତ କରିଥିଲେ । ତେବେ ଛାତ୍ରୀ ଜଣକ କୌଶଳକ୍ରମେ ତା’କବଳରୁ ଖସି ଆସି ଘରେ ବାପାଙ୍କୁ କାନ୍ଦି କାନ୍ଦି ଘଟଣା କହିଥିଲେ । ପୀଡ଼ିତାଙ୍କ ବାପା ସଂଗେ ସଂଗେ ଯାଇ ଅଭିଯୁକ୍ତକୁ କାବୁ କରିନେଇଥିଲେ । ଏହା ପରେ ଅଭିଯୁକ୍ତକୁ ଏକ ବିଦୁ୍ୟତ ଖୁଣ୍ଟ ତାରରେ ବାନ୍ଧି ପକାଇଥିଲେ । ଏହି ଖବର ବିଦୁ୍ୟତ ବେଗରେ ପ୍ରଘଟ ହୋଇଯିବା ପରେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ସମେତ ଗଣମାଧ୍ୟମର ପ୍ରତିନିଧିମାନେ ଜମା ହୋଇଯାଇଥିଲେ । ଏହାପରେ ପୁଲିସ ଅଧିକାରୀଙ୍କୁ ଖବର ଦିଆଯାଇଥିଲା । ବାରିପଦା ପୁଲିସ ପହଞ୍ଚି ଅଭିଯୁକ୍ତକୁ ମୁକୁଳାଇ ଥାନାକୁ ନେଇ ଯାଇଥିଲା । ଟାଉନ ଥାନାରେ ଏ ନେଇ ଲିଖିତ ଅଭିଯୋଗ କ୍ରମେ ୨୦୫/୧୯ନଂରେ ଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ବିରୋଧରେ ପୁଲିସ ୩୫୪/୫୦୬ଆଇପିସି ଏବଂ ୮ପୋକ୍ସୋ ଆକ୍ଟ ଆଧାରରେ ତଦନ୍ତ ଜାରି ରଖିଛି । ପରେ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କୁ ଗିରଫ କରାଯାଇଛି ଏବଂ ଚାକିରିରୁ ନିଲମ୍ବିତ କରାଯାଇଥିବାର ଜଣାପଡିଛି । ଜଣେ ନାବାଳିକା ପ୍ରତି ବୟସ୍କ ପୁଲିସ କର୍ମଚାରୀଙ୍କର ଏଭଳି କାଣ୍ଡକୁ ସର୍ବସାଧାରଣରେ ନିନ୍ଦା କରାଯାଇଥିବାବେଳେ ଅଭିଭାବକମାନେ ଚିନ୍ତା ପ୍ରକଟ କରିଛନ୍ତି ।
ଏଠାରେ ମନେ ପକାଇ ଦିଆଯାଇପାରେ ଯେ ଗତ ସପ୍ତାହରେ ଜଣେ ପୁଲିସ କର୍ମଚାରୀ ନିଶାଗ୍ରସ୍ତ ଅବସ୍ଥାରେ ବାରିପଦା ପୌରପରିଷଦ ନିକଟସ୍ଥ ଏସବିଆଇ ଏଟିଏମ୍ ଭିତରେ ଉଲଗ୍ନ ହୋଇ ପରିସ୍ରା କରୁଥିବା ଭିଡିଓ ଭାଇରାଲ ହୋଇଥିଲା । ଏହି ଘଟଣାରେ ପୁଲିସ କର୍ମଚାରୀ ଜଣକ ନିଲମ୍ବିତ ହୋଇଛନ୍ତି । ଘଟଣାକୁ ୪ଦିନ ବିତି ନଥିବା ବେଳେ ରବିବାର ଆଉ ଜଣେ ତଳିଆ ପୁଲିସ କର୍ମଚାରୀଙ୍କ ଅସଭ୍ୟ ଆଚରଣ ସାମ୍ନାକୁ ଆସିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons