ଭୁବନେଶ୍ୱର,(ବି.ବି. ବୁ୍ୟରୋ): ଗତ ୨ ମାସ ଭିତରେ ରାଜ୍ୟରେ ସୁନା ଗହଣା ଚାହିଦା ପାଖାପାଖି ୫୦ଧ କମିଯାଇଛି । ବିଶ୍ୱ ବଜାରରେ ମାନ୍ଦାବସ୍ଥା ତଥା ଭାରତୀୟ ବଜାରରେ ଉଚ୍ଚା ଦର ଯୋଗୁ ସୁନା ଚାହିଦା ଏମିତି ଖସିଛି । ଅପରପକ୍ଷରେ ରୁପା ଓ ହୀରା ଗହଣା ଚାହିଦା ୧୫-୨୦ଧ ବଢ଼ିଯାଇଛି ।
ବର୍ତ୍ତମାନ ରାଜ୍ୟରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ୍ ପିଛା ୭,୦୦୦ ଟଙ୍କା ମହଙ୍ଗା ହୋଇ ୩୮,୪୦୦ ଟଙ୍କାରେ ପହଞ୍ଚିଛି । ଜୁଲାଇ ୧୦ ବେଳକୁ ଏହା ୩୧,୦୦୦ ଟଙ୍କା ରହିଥିଲା । ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ୍ ପିଛା ୩୩,୦୦୦ ଟଙ୍କାରୁ ବଢ଼ି ୪୦,୦୦୦ ଟଙ୍କା ଟପିଛି । ଅପରପକ୍ଷରେ ରୁପା ମୂଲ୍ୟ କିଲୋଗ୍ରାମ ପିଛା ୯,୦୦୦ରୁ ୧୦,୦୦୦ ଟଙ୍କା ବୃଦ୍ଧି ଘଟି ୫୦,୦୦୦ ଟଙ୍କା ଛୁଇଁଛି । ୨-୩ ମାସ ତଳେ ରୁପା ଦର କିଲୋ ପିଛା ୪୦,୦୦୦ରୁ ୪୧,୦୦୦ ଟଙ୍କା ରହିଥିଲା ।
ନାମ ଗୋପନ ସର୍ତ୍ତରେ ଜଣେ ପ୍ରମୁଖ ଗହଣା ବ୍ୟବସାୟୀ କହିଛନ୍ତି, ବିଶ୍ୱ ବଜାରରେ ମାନ୍ଦାବସ୍ଥା ଯୋଗୁ ବିଦେଶୀ ନିବେଶକମାନେ ସୁନାରେ ପୁଞ୍ଜିନିବେଶକୁ ସୁରକ୍ଷିତ ମଣୁଛନ୍ତି । ଫଳରେ ଆନ୍ତର୍ଜାତିକ ବଜାରରେ ସୁନା ଉପରମୁହାଁ ହୋଇଛି । ଏହାର ପ୍ରଭାବରେ ସମ୍ପୂର୍ଣ୍ଣ ଆମଦାନି ଉପରେ ନିର୍ଭର କରୁଥିବା ଭାରତୀୟ ବଜାରରେ ସୁନା ଦର ଆକାଶଛୁଅାଁ ହେବାରେ ଲାଗିଛି । ଏଣୁ ଲୋକେ ସୁନା ଗହଣା ପ୍ରତି ବିମୁଖ ହେବାରେ ଲାଗିଛନ୍ତି । ଏହି କାରଣରୁ ୨ ମାସ ଭିତରେ ରାଜ୍ୟରେ ସୁନା ବିକ୍ରି ପ୍ରାୟ ୪୫-୫୦% କମିଯାଇଛି । ଏପରିକି ପାର୍ବଣ ଋତୁ ପାଦ ଥାପିଥିଲେ ବି ସୁନା ବ୍ୟବସାୟରେ କୌଣସି ସୁଧାର ଦେଖିବାକୁ ମିଳୁନାହିଁ ।
ଅପରପକ୍ଷରେ ଲୋକଙ୍କ ଦ୍ୱାରା ରୁପା ଓ ହୀରା ଗହଣା ଚାହିଦା ୧୫-୨୦% ବଢ଼ିଯାଇଛି । ମୁଖ୍ୟତଃ ଭାବେ ଫ୍ୟାନ୍ସି ରୁପା ଗହଣା ପ୍ରତି ଅଧିକ ଚାହିଦା ବଢ଼ିଛି । ଏହାକୁ ଦୃଷ୍ଟିରେ ରଖି ଗହଣା ପ୍ରତିÂାନଗୁଡ଼ିକ ଭଳିକି ଭଳି ଡିଜାଇନର ରୁପା ଗହଣା ମଧ୍ୟ ଉପଲବ୍ଧ କରାଉଛନ୍ତି । ସେହିଭଳି ନିରବ ମୋଦି ଦୁର୍ନୀତି ପରେ ଓଡ଼ିଶାରେ ହୀରା ଗହଣା ବିକ୍ରି ବହୁ ମାତ୍ରାରେ ଖସିଥିଲା । ବ୍ରାଣ୍ଡେଡ୍ ହୀରା ଗହଣା ବଜାରରୁ ସମ୍ପୂର୍ଣ୍ଣ ହଜିଯାଇଛି । ଗହଣା ପ୍ରତିÂାନଗୁଡ଼ିକ ଏବେ ନିଜସ୍ୱ ବ୍ରାଣ୍ଡର ପ୍ରମାଣୀକୃତ ହୀରା ଗହଣା ଉପଲବ୍ଧ କରାଉଛନ୍ତି । ଫଳରେ ପୁଣିଥରେ ହୀରା ଗହଣା ଚାହିଦା ଉପରମୁହାଁ ହୋଇଛି ବୋଲି ଅନ୍ୟ ଜଣେ ଗହଣା ବ୍ୟବସାୟୀ ସୂଚନା ଦେଇଛନ୍ତି ।
ପ୍ରକାଶ ଥାଉ କି, ଓଡ଼ିଶାରେ ପାଖାପାଖି ୭୦୦ରୁ ୮୦୦ ସୁନା ଗହଣା ପ୍ରତିÂାନ ରହିଛି । ଯଦିଓ ରାଜ୍ୟର ସୁନା ଚାହିଦା ବା ବିକ୍ରି ନେଇ କୌଣସି ସ୍ୱତନ୍ତ୍ର ତଥ୍ୟ ନାହିଁ, ତଥାପି ରାଜ୍ୟରେ ବାର୍ଷିକ ୧୫୦ କ୍ୱିଣ୍ଟାଲ ସୁନା ଗହଣା ବିକ୍ରି ହେଉଥିବା ବଜାର ବିଶେଷଜ୍ଞ ଆକଳନ କରୁଛନ୍ତି । ଅର୍ଥାତ୍ ବର୍ତ୍ତମାନର (୧୦ ଗ୍ରାମ୍ ପିଛା ୪୦,୦୦୦ ଟଙ୍କା) ଦରରେ ଓଡ଼ିଆମାନେ ପ୍ରତିବର୍ଷ ୬,୦୦୦ କୋଟି ଟଙ୍କା ମୂଲ୍ୟର ସୁନା ଗହଣା କିଣିଥାନ୍ତି । କିନ୍ତୁ ସୁନା ଚାହିଦା ହ୍ରାସ ରାଜ୍ୟର ସୁନା ବଜାରକୁ ସଙ୍କୁଚିତ କରିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।
Comments are closed, but trackbacks and pingbacks are open.