ହାଇଦ୍ରାବାଦ: ବରିÂ ବିଜେପି ନେତ୍ରୀ ତମିଲସାଇ ସୁନ୍ଦରରାଜନ ରବିବାର ତେଲଙ୍ଗାନାର ରାଜ୍ୟପାଳ ଭାବେ ଶପଥଗ୍ରହଣ କରିଛନ୍ତି । ରାଜଭବନ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତେଲଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ରାଘବେନ୍ଦ୍ର ସିଂହ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ୫୮ ବର୍ଷୀୟା ସୁନ୍ଦରରାଜନ ତାମିଲନାଡୁ ବିଜେପି ମୁଖ୍ୟ ତଥା ଦଳର ରାଷ୍ଟ୍ରୀୟ ସଚିବ ରହି ଆସିଛନ୍ତି । ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବା ପରେ ସୁନ୍ଦରରାଜନ ତେଲଙ୍ଗାନାର ପ୍ରଥମ ମହିଳା ରାଜ୍ୟପାଳ ହେବାର ସୌଭାଗ୍ୟ ଅର୍ଜନ କରିପାରିଛନ୍ତି । ୨୦୧୪ ମସିହାରେ ତେଲଙ୍ଗାନା ଗଠିତ ହେବା ପରେ ଇ ଏସ୍ ଏଲ୍ ନରସିହଂନ୍ ରାଜ୍ୟର ପ୍ରଥମ ରାଜ୍ୟପାଳ ଭାବେ ପଦବି ସମ୍ଭାଳିଥିଲେ । ସୁନ୍ଦରରାଜନ ତେଲଙ୍ଗାନାର ଦ୍ୱିତୀୟ ରାଜ୍ୟପାଳ ନିଯୁକ୍ତ ହେବେ ବୋଲି ସେପ୍ଟେମ୍ବର ୧ ତାରିଖରୁ ରାଷ୍ଟ୍ରପତି ଘୋଷଣା କରିସାରିଥିଲେ । ଆଜିର ଶପଥଗ୍ରହଣ ସମାରୋହରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଜି କିଶନ ରେଡ୍ଡି, ତେଲଙ୍ଗାନା ବିଧାନସଭା ଅଧ୍ୟକ୍ଷ ପି ଏସ୍ ରେଡ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.