ଦେଶରେ ଟ୍ରାଫିକ ସେବାର ନଗ୍ନଚିତ୍ର:୨୦ କୋଟି ଗାଡ଼ିକୁ ୭୨ ହଜାର ଟ୍ରାଫିକ ପୁଲିସ

Get real time updates directly on you device, subscribe now.

ନୂଆଦିଲ୍ଲୀ: ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଗାଡ଼ି ଚାଳକମାନଙ୍କୁ ଏବେ ଟ୍ରାଫିକ ପୁଲିସର ଭୟ ଘାରିଛି । ନୂଆ ଆଇନ ଅନୁଯାୟୀ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ଚାଳକକୁ ଏବେ ୧୦ ଗୁଣା ପର୍ଯ୍ୟନ୍ତ ଅଧିକ ଜରିମାନା ଦେବାକୁ ହେବ । ସରକାର ନୂଆ ନିୟମ ଲାଗୁ କରିଥିଲେ ମଧ୍ୟ ନୂଆ ନିୟମକୁ ସୂଚାରୁ ରୂପେ କାର୍ଯ୍ୟକାରୀ କରାଇବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଟ୍ରାଫିକ ପୁଲିସ ଉପଲବ୍ଧ ନଥିବା ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟରୁ ଖୁଲାସା ହୋଇଛିି । ଦେଶରେ ବର୍ତ୍ତମାନ ୨୦ କୋଟିରୁ ଊଦ୍ଧ୍ୱର୍ ଯାନବାହନ ଚାଲୁଥିବା ବେଳେ ଏସବୁର ପରିଚାଳନା କରିବା ପାଇଁ ମାତ୍ର ୭୨,୦୦୦ ଜଣ ଟ୍ରା୍ରଫିକ ପୁଲିସ ରହିଥିବା ରିପୋର୍ଟରେ ଜଣାପଡ଼ିଛି ।
ବୁ୍ୟରୋ ଅଫ୍ ପୁଲିସ ରିସର୍ଚ ଆଣ୍ଡ ଡେଭେଲପ୍ମେଣ୍ଟ (ବିପିଆର୍ଡି)୨୦୧୭ରୁ ମିଳିଥିବା ତଥ୍ୟ ମୁତାବକ ଦେଶରେ ପଞ୍ଜିକୃତ ଥିବା ଗାଡ଼ିର ସଂଖ୍ୟା ୨୦ କୋଟି । କିନ୍ତୁ, ଦେଶରେ ଟ୍ରାଫିକ ପୁଲିସ ସଂଖା ୭୨,୦୦୦ । ଏଣୁ ଜଣେ ଟ୍ରାଫିକ ପୁଲିସ ପିଚ୍ଛା ୨୭୭୭ଟି ଗାଡ଼ି ପଡ଼ୁଛି । ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଗତ ଦେଢ଼ ବର୍ଷ ମଧ୍ୟରେ ଦେଶରେ ଟ୍ରାଫିକ ପୁଲିସଙ୍କ ସଂଖ୍ୟାରେ ସେପରି କୌଣସି ବୃଦ୍ଧି ଘଟିନି । ରାଜଧାନୀ ଦିଲ୍ଲୀରେ ଦୈନିକ ୮୫ ଲକ୍ଷ ଗାଡ଼ି ଯା’ ଆସ କରିଥାଏ । ଏସବୁର ନିୟନ୍ତ୍ରଣ କରିବା ପାଇଁ ଏଠାରେ ଅତିକମ୍ରେ ୧୫,୩୦୦ ଜଣ ଟ୍ରାଫିକ ପୁଲିସ ଆବଶ୍ୟକ । କିନ୍ତୁ, ଏଠାରେ ମାତ୍ର ୬ ହଜାର ଜଣ ଟ୍ରାଫିକ ପୁଲିସଙ୍କୁ ନିୟୋଜିତ କରାଯାଇଛି । ଯାହା ଆବଶ୍ୟକତାର ଅଧା ଚାହିଦା ମଧ୍ୟ ପୁରଣ କରୁନି ।
ମିଳିଥିବା ତଥ୍ୟ ମୁତାବକ ପଶ୍ଚିମବଙ୍ଗରେ ୮,୫୦୦ ଟ୍ରାଫିକ ପୁଲିସ ନିୟୋଜିତ ଥିବା ବେଳେ କର୍ଣ୍ଣାଟକରେ ୬୦୨୬ ଜଣ ଟ୍ରାଫିକ ପୁଲିସ ନିୟୋଜିତ ଅଛନ୍ତି । ଟ୍ରାଫିକ ପୁଲିସଙ୍କ ସଂଖ୍ୟାରେ ଥିବା ଅଭାବକୁ ପୁରଣ କରିବା ପାଇଁ ଟ୍ରାଫିକ ନିୟନ୍ତ୍ରଣ ନିମନ୍ତେ ଉନ୍ନତ ଜ୍ଞାନ କୌଶଳକୁ ବ୍ୟବହାର କରାଯାଉଥିବା ଜନୈ÷କ ବରିÂ ଅଧିକାରୀ ସୂଚନା ଦେଇଛନ୍ତି । ଦେଶରେ ବଢ଼ି ଚାଲିଥିବା ଯାନବାହାନ ସଂଖ୍ୟାକୁ ଦୃଷ୍ଟିରେ ରଖି ଟ୍ରାଫିକ ପୁଲିସଙ୍କ ସଂଖ୍ୟା ବଢ଼ାଇବାକୁ ବିପିଆର୍ଡି ପକ୍ଷରୁ ସରକାରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ସେପରି ଭାବେ ବଢ଼ାଯାଇନାହିଁ । ଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରିର ପରିବହନ ବିଭାଗ ମୁଖ୍ୟ ରମା ଶଙ୍କର ପାଣ୍ଡେ ଏନେଇ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ନୂଆ ମୋଟର ଯାନ ଆଇନକୁ ଖାସ୍ କରି ଦେଶର ସହରୀ ଅଞ୍ଚଳମାନଙ୍କରେ ଲାଗୁ କରାଯାଇଛି । କିନ୍ତୁ, ଦେଶବ୍ୟାପୀ ହେଉଥିବା ଦୁର୍ଘଟଣାରୁ ୫୫ ପ୍ରତିଶତରୁ ଅଧିକ ର୍ଦୁଘଟଣା ଜନିତ ମୃତୁ୍ୟ ଗ୍ରାମକୁ ସଂଯୋଗ କରୁଥିବା ଜାତୀୟ ରାଜମାର୍ଗରେ ହୋଇଥାଏ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons