ବେଷ୍ଟ ଆକ୍ଟର୍ ଆୱାର୍ଡ ପାଇଥିବା ଅଭିନେତା ଆୟୁଷ୍ମାନ ଖୁରାନା ନିଜ ଅପ୍କମିଂ ଫିଲ୍ମ ‘ଡ୍ରିମ୍ ଗାର୍ଲ’ର ପ୍ରଚାର ସକାଶେ କପିଲ୍ ଶର୍ମାଙ୍କ ଶୋ’କୁ ଆସିଥିଲେ । ସାଥୀରେ ଥିଲେ ଅଭିନେତ୍ରୀ ନୁସ୍ରତ ଭରୁଚା । ସୋନି ଟିଭିରେ ପ୍ରସାରିତ ହେଉଥିବା କପିଲଙ୍କ ଶୋ’ରେ ଆୟୁଷ୍ମାନ ନିଜ ଜୀବନର ସଂଘର୍ଷ ବିଷୟରେ କହିଥିଲେ । କଲେଜରେ ପାଠ ପଢ଼ିଥିବା ସମୟରେ ଆୟୁଷ୍ମମାନ ପକେଟ୍ ମନି ରୋଜଗାର କରିବା ପାଇଁ ଚଣ୍ଡିଗଡ଼ ଇଣ୍ଟରସିଟି ଟ୍ରେନ୍ରେ ଗିଟାର୍ ବଜାଉଥିଲେ । ତାଙ୍କ ସହିତ କିଛି ସାଙ୍ଗ ମଧ୍ୟ ରହୁଥିଲେ । ସେ ପ୍ରତ୍ୟେକ ଦିନ ଟ୍ରେନ୍ର ଦ୍ୱିତୀୟ ଶ୍ରେଣୀରେ ଥିବା ବଗିରେ ଗିଟାର୍ ବଜାଉଥିଲେ । ତାଙ୍କ କଳା ପଦର୍ଶନୀରେ ଖୁସି ହୋଇ ଯାତ୍ରୀମାନେ ତାଙ୍କୁ ଟଙ୍କା ଦିଅନ୍ତି । ଦିନକୁ ପ୍ରାୟ ଏକ ହଜାର ଟଙ୍କା ରୋଜଗାର ହେଉଥିଲା । ସେହି ଟଙ୍କାରେ ସେ ନିଜ ଗାଁକୁ ବୁଲି ଯାଇଥାନ୍ତି । ବଲିଉଡ୍ରେ ଜଣେ ସଫଳ ନାୟକ ହେବା ପାଇଁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା । ଆୟୁଷ୍ମାନଙ୍କ ଏହି କାହାଣୀ ଶୁଣିବା ପରେ ହାସ୍ୟ ଅଭିନେତା କପିଲ ତାଙ୍କୁ ଉତ୍ସ ।ହ କରିଥିଲେ । ଶୋ’ରେ ଉପସ୍ଥିତ ଥିବା ଅଭିନେତ୍ରୀ ନୁସ୍ରତ ତାଙ୍କୁ ୱାଇଟ୍ କଫି ପସନ୍ଦ ବୋଲି କହିଥିଲେ । ଏହାସହିତ ଅଭିନେତ୍ରୀ କପିଲଙ୍କ ବାଲ୍ୟକାଳ ବିଷୟରେ ଜାଣିବାକୁ ଚାହିଁଥିଲେ । ଉତ୍ତରରେ କପିଲ କହିଥିଲେ, ସେ ବହୁତ ଡରୁଆ ପିଲା ଥିଲେ । ୧୫ ବର୍ଷ ବୟସ ପର୍ଯ୍ୟନ୍ତ ସେ ନିଜ ବାପା ମା’ଙ୍କ ମଧ୍ୟରେ ଶୋଉଥିଲେ । ସୂଚନା ଥାଉଯେ, ଡ୍ରିମ୍ ଗାର୍ଲ ଫିଲ୍ମ ଚଳିତ ବର୍ଷ ୧୩ ସେପ୍ଟେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି ।


Comments are closed, but trackbacks and pingbacks are open.