‘ସିଙ୍ଗର୍’ର ନୂଆ ସୋ’ ରୁମ୍ ଉଦ୍ଘାଟିତ

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ବ୍ୟବସାୟ କ୍ଷେତ୍ରରେ ଦୀର୍ଘ ୧୭୦ ବର୍ଷ ଧରି ଲୋକଙ୍କ ମନ ଜିଣି ଆସୁଥିବା ‘ସିଙ୍ଗର୍’ କମ୍ପାନିର ଏକ ଏକ୍ସକ୍ଲୁ୍ୟସିଭ୍ ସୋ’ ରୁମ୍ ବିଡାନାସୀ ପେଟାନାଳ ରାସ୍ତାରେ ଉଦ୍ଘାଟିତ ହୋଇଯାଇଛି । ଏହାକୁ ସେଲ୍ସ୍ର ସାଧାରଣ ପରିଚାଳକ ଲଳିତ ଦେଓ ଉପସ୍ଥିତ ରହି ଉଦ୍ଘାଟନ କରିଥିଲେ । ସୋ’ ରୁମ୍ରେ ସିଙ୍ଗର୍ କମ୍ପାନିର ଉନ୍ନତମାନର ଅଟୋମେଟିକ୍ ସିଲାଇ ମେସିନ୍, ରୋଷେଇ ସାମଗ୍ରୀ ମଧ୍ୟରେ ଓଭନ୍, ତାୱା, ଗ୍ରାଇଣ୍ଡର୍, ଘରୋଇ ସାମଗ୍ରୀ ଫ୍ୟାନ୍, ଗ୍ଲିଜର୍, ଆଇରନ୍, ହେୟାର୍ ଡ୍ରାଏର୍, ୱାସିଂ ମେସିନ୍ ସମେତ ଅନେକ ପ୍ରକାରର ଅତ୍ୟାଧୁନିକ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ବିକ୍ରି ହେଉଛି । ଲୋକଙ୍କୁ ଆକର୍ଷିତ କରିବା ଉଦେ୍ଧଶ୍ୟରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଆକର୍ଷଣୀୟ ଅଫର୍ ବ୍ୟବସ୍ଥା ରହିଛି । ଗ୍ରାହକମାନେ ଯେ କୌଣସି ସାମଗ୍ରୀ କିଣିବେ ତାହା ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯିବ । ଏହି ଅବସରରେ ଶ୍ରୀ ଦେଓ କହିଛନ୍ତି ଯେ, ଏହି କମ୍ପାନି ଗ୍ରାହକ ସେବା କ୍ଷେତ୍ରରେ ବେଶ୍ ଅଗ୍ରଣୀ ହାସଲ କରିଛି । ପୂର୍ବରୁ କଟକ ସହରରେ ବିଭିନ୍ନ ସୋ’ ରୁମ୍ରେ ଏହା ବିକ୍ରି ହେଉଥିବାବେଳେ ବର୍ତ୍ତମାନ ଏହାର ଏକ୍ସକ୍ଲୁସିଭ୍ ସୋ’ ରୁମ୍ ଦ୍ୱାରା ଗ୍ରାହକ ଲାଭବାନ୍ ହେବେ । ସେହିଭଳି ଗ୍ରାହକମାନେ କୌଣସି ପ୍ରକାରର ଅଭିଯୋଗ ଅନ୍ଲାଇଲ୍ ଯୋଗେ ପଞ୍ଜିକରଣ କରିବା ମାତ୍ରେ ବହୁତ୍ ଶୀଘ୍ର ସେମାନଙ୍କ ଘରେ ହିଁ ସେବା ଯୋଗାଇ ଦିଆଯିବ । ଦିନକୁଦିନ ସିଡିଏ ଭଳି ଅଞ୍ଚଳ ଉନ୍ନତି କରୁଥିବାବେଳେ ସହରବାସୀ କିଛି ନୂଆ ଜିନିଷ ଖୋଜୁଛନ୍ତି । ସେମାନଙ୍କ ସମସ୍ତ ଚାହିଦାକୁ ଏହି କମ୍ପାନି ପୂରଣ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଏରିଆ ମ୍ୟାନେଜର୍ ଏ ଶ୍ରିନିବାସ୍ ରାଓ, ଏରିଆ ମ୍ୟାନେଜର୍ ଜ୍ୟୋତିର୍ମୟ ବାରିକ, ଶାଖା ମାଲିକ ବିକାଶ ଲେଙ୍କାଙ୍କ ସମେତ ବହୁ କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ପ୍ରଥମ ଦିନରେ ସୋ ରୁମ୍ରେ ଗ୍ରାହକଙ୍କ ବେଶ୍ ଭିଡ ଜମିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons