ସାବାଡ ହେଲେ ରୋଡ୍ ରୋମିଓ:ପିଟିଲେ, କାନ ଧରି ଉଠବସ୍ କରାଇଲେ ଯୁବତୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରୋଡ ରୋମିଓଙ୍କୁ ସାବାଡ୍ କଲେ ଯୁବତୀ । ଅଶ୍ଳୀଳ କମେଣ୍ଟ କରୁଥିବା ୨ଯୁବକଙ୍କୁ ନିସ୍ତୁକ ପିଟିଲେ । ଏହାପରେ ୨ ଜଣଙ୍କୁ ରାସ୍ତା ମଝିରେ ବସଉଠ କରାଇଲେ । ଆଉଦିନେ ଏମିତି କରିବୁନି ବୋଲି କାକୁତିମିନତି ହେବା ପରେ ଉଭୟଙ୍କୁ ଛାଡ଼ିଲେ । ଏମିତି ଘଟଣା ଘଟିଛି ରସୁଲଗଡ଼ର କେନାଲ ରୋଡରେ । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି । ଭିଡିଓ ଦେଖି କମିଶନରେଟ୍ ପୁଲିସ ଯୁବତୀଙ୍କ ସହ ଯୋଗାଯୋଗ କରି ତାଙ୍କୁ ସାବାସୀ ଜଣାଇଛି । ଯୁବତୀଙ୍କ ସାହସକୁ ସମ୍ମାନ ଜଣାଇ ତାଙ୍କୁ ପୁରସ୍କୃତ କରିବ ବୋଲି କହିଛି ।

ରବିବାର ଦିନ ଘଟିଥିଲା ଘଟଣା । ବାଲେଶ୍ୱରର ପିଙ୍କି(ଛଦ୍ମନାମ) ରସୁଲଗଡ଼ ଜିଜିପି କଲୋନିରେ ରହୁଛନ୍ତି । ସେ ଓଡିÿଶା ଇଞ୍ଜିନିୟରିଂ କଲେଜରେ ବିଟେକ୍ କରୁଛନ୍ତି । ଗତକାଲି ଦିନରେ କୌଣସି କାମରେ ମାର୍କେଟ ଯିବା ପାଇଁ ପିଙ୍କି ସ୍କୁଟି ନେଇ ଘରୁ ବାହାରିଥିଲେ । ଜିଜିପି କଲୋନି ଜଗନ୍ନାଥ ନଗର ଲେନ୍ ନଂ-୧ରୁ ଦୁଇ ଯୁବକ ବାଇକ୍ ଯୋଗେ ପିଙ୍କିଙ୍କୁ ପିଛା କରିଥିଲେ । ବାଟସାରା ତାଙ୍କୁ ନାନାଦି କମେଣ୍ଟ ମାରିଥିଲେ । ଅଶ୍ଲୀଳ ଟିପ୍ପଣୀ ବି ଦେଇଥିଲେ । ଯାହା ଶୁଣିବା ପିଙ୍କିଙ୍କ ପାଇଁ ଅସହ୍ୟ ହୋଇଥିଲା । ଏଭଳି ରୋଡ ରୋମିଓଙ୍କୁ ପାନେ ଦେବା ପାଇଁ ନିଜେ ନିଷ୍ପତ୍ତି ନେଇଥିଲେ ।

କେନାଲ ରୋଡରେ ଏକ ହମ୍ପସ୍ ପଡିବାରୁ ଯୁବକମାନେ ବାଇକ୍ର ବେଗ କମାଇଥିଲେ । ଏହି ମଉକାରେ ପିଙ୍କି ଚଳନ୍ତା ସ୍କୁଟିରୁ ବାଇକ୍କୁ ଗୋଇଠା ମାରିବାରୁ ଭାରସାମ୍ୟ ହରାଇ ଉଭୟ ଯୁବକ ତଳେ ପଡିÿଯାଇଥିଲେ । ସ୍କୁଟିରୁ ଓହ୍ଲାଇ ପିଙ୍କି ମୁଣ୍ଡରୁ ହେଲ୍ମେଟ କାଢ଼ି ୨ ଯୁବକଙ୍କୁ ହେଲ୍ମେଟ ଯୋଗେ ଆଖିବୁଜା ପିଟିଥିଲେ । ଉଭୟଙ୍କୁ ରାସ୍ତା ଉପରେ କାନଧରି ବସଉଠ କରାଇଥିଲେ । ରାସ୍ତାଘାଟରେ ଯାଉଥିବା ଝିଅମାନଙ୍କୁ ଆଗକୁ ହଇରାଣ ନ କରିବା ପାଇଁ ତାଗିଦ୍ କରିଥିଲେ । ପିଙ୍କିଙ୍କ ଏମିତି ରୂପ ଦେଖି ଯୁବକ ଦୁଇଜଣ କାନମୁଣ୍ଡା ଆଉଁସି ଆଉ ଏମିତି ଭୁଲ କରିବେନି ବୋଲି କହିଥିଲେ । ସ୍ଥାନୀୟ ଲୋକେ ମଧ୍ୟ ଯୁବକଙ୍କୁ ତାଗିଦ୍ କରିବା ପରେ ଛାଡ଼ି ଦେଇଥିଲେ । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons