ଏରସମା ନାବାଳିକା ବଳାକ୍ରାର ଓ ହତ୍ୟା ମାମଲା: ଜଗତସିଂହପୁର ଜିଲ୍ଲାରେ ପ୍ରଥମ ମୃତୁ୍ୟଦଣ୍ଡାଦେଶ

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ନୁ୍ୟଜ୍): ଦେଢ଼ ବର୍ଷ ତଳେ ଏରସମା ଗଡ଼ହରିଶପୁରରେ ଘଟିଥିବା ଲୋମହର୍ଷଣକାରୀ ନାବାଳିକା ବଳାକ୍ରାର ଓ ହତ୍ୟା ମାମଲାର ରାୟ ଆଜି ପ୍ରକାଶ ପାଇଛି । ଜଗତସିଂହପୁରର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ସ୍ପେସାଲ ପୋକ୍ସୋ କୋର୍ଟ ବିଚାରପତି ଡା. ମୁନ୍ରାଣୀ ମିଶ୍ର ଐହିହାସିକ ରାୟରେ ଅଭିଯୁକ୍ତ ଓଲରା ହରିଶପୁରଗଡ଼ର ଲବ ମାନ୍ନା ଓରଫ କାଳିଆକୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ।
ଜଗତସିଂହପୁର ଜିଲ୍ଲା ଇତିହାସରେ ଏହା ପ୍ରଥମ ମୃତୁ୍ୟଦଣ୍ଡାଦେଶ । କୋର୍ଟରେ ଦଣ୍ଡାଦେଶ ଘୋଷଣା ହେବା ପରେ ଉପସ୍ଥିତ ଥିବା ଲବ ହତବାକ୍ ହୋଇ ଯାଇଥିଲା । ତା ପାଟିରୁ କଥା ବାହାରିନଥିଲା । ପରେ ସେ ଦୀର୍ଘ ସମୟ ଧରି ତଳକୁ ମୁହଁ ପୋତି ରହିଥିଲା । କିଛି ପ୍ରତିକ୍ରିୟା ଜଣାଇନଥିଲା କି ଅନୁତାପ ବି କରିନଥିଲା । ଏଣେ ଦଣ୍ଡ ଘୋଷଣା ହେବା ପରେ ପୀଡ଼ିତାଙ୍କ ପରିବାର ଆଶ୍ୱସ୍ତି ଓ ଖୁସି ବ୍ୟକ୍ତ କରିଛନ୍ତି । ନ୍ୟାୟ ମିଳିଛି ବୋଲି କହିଛନ୍ତି ।
ଫାଶୀ ଦଣ୍ଡାଦେଶ ପାଇଥିବା ଲବ ଓରଫ କାଳିଆ ବିବାହିତ । ତାର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ଲବର ପାରିବାରିକ ଆର୍ଥିକ ସ୍ଥିତି ସେତେ ଖରାପ ନୁହେଁ । ପାନବରଜ ସହ ଘେରି ରହିଛି । ଭଲ ରୋଜଗାର ହୁଏ । କିନ୍ତୁ ପ୍ରତିଦିନ ମଦ ପିଇବା ସହ ଘରେ, ଗାଁରେ କଳି ଝଗଡ଼ା କରିବା କାଳିଆର ବଦଭ୍ୟାସ । ୨୦୧୮ ମସିହା ମାର୍ଚ୍ଚ ୨୦ରେ ମଧ୍ୟ ନିଶାରେ ସେ ଘରେ ପାଟିତୁଣ୍ଡ କରିଥିଲା । କଇଁଛ ମାଂସ ତରକାରୀ ଚାଖଣା ସହ ମଦ ପିଇଥିଲା । ଅପରାହ୍ନ ତିନିଟା ବେଳକୁ ଘରୁ ପଦାକୁ ବାହାରି ଆସିବା ସମୟରେ ହିଁ ସେଇ ଅଞ୍ଚଳର ଜଣେ ନାବାଳିକାକୁ ରାସ୍ତାରେ ଏକୁଟିଆ ଦେଖିଥିଲା । ଚକୋଲେଟ୍ ଦେବାକୁ କହି, ଲୋଭ ଦେଖାଇ, କାଳିଆ ଉକ୍ତ ନିରୀହା ନିଷ୍ପାପ ନାବାଳିକାଟିର ହାତ ଧରି କାଜୁ ଜଙ୍ଗଲ ଆଡ଼କୁ ଭିଡ଼ି ନେଇଥିଲା ଓ ତାକୁ ବଳାକ୍ରାର କରିଥିଲା । ନାବାଳିକା ଚିକ୍ରାର କରିବାରୁ କାଳିଆ ଧରାପଡ଼ିଯିବା ଭୟରେ ତଣ୍ଟି ଚିପି ତାକୁ ହତ୍ୟା କରିଥିଲା ।
ଏହି ଜଘନ୍ୟ ଘଟଣାକୁ କେନ୍ଦ୍ର କରି ସେତେବେଳେ ଏରସମାରେ ନିଆଁ ଜଳିଥିଲା । ଜିଲ୍ଳାବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ମୁଖ୍ୟମନ୍ତ୍ରୀ ମଧ୍ୟ ଏହା ଉପରେ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ । ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ । ପୁଲିସ ମାମଲାର ତଦନ୍ତ ଜୋରଦାର କରିଥିଲା । ଆସାମୀ କାଳିଆକୁ କଟକରୁ ଗିରଫ କରାଯାଇଥିଲା । ରାଜ୍ୟ ବାହାରକୁ ଫେରାର ହୋଇ ପଳାଇଯିବାକୁ ମସୁଧା ଚଳାଇଥିବା ବେଳେ ତାକୁ କଟକ ବାବାମବାଡ଼ି ଅଞ୍ଚଳରୁ ଠାବ କରାଯାଇଥିଲା । ବଳାକ୍ରାର ସମୟରେ ବ୍ୟବହୃତ ଗାମୁଛାକୁ କାଳିଆ ଜଙ୍ଗଲ ଭିତରେ ଲୁଚାଇ ଦେଇଥିଲା, ଯାହାକୁ ପରେ ପୁଲିସ ଟିମ୍ ଠାବ କରିଥିଲା । ଏହାସହ ପୁଲିସ ମାମଲାର ଗୁରୁତ୍ୱକୁ ବୁଝି ଘଟଣାସ୍ଥଳ ଛାନ୍ଭିନ୍ ଭିତରେ ଅଭିଯୁକ୍ତର ଅନ୍ତଃବସ୍ତ୍ର, ନାବାଳିକାର ଅନ୍ତଃବସ୍ତ୍ରକୁ ସଂଗ୍ରହ କରି ଫରେନ୍ସିକ୍ ଲାବ୍କୁ ପରୀକ୍ଷା ନିରୀକ୍ଷା ପାଇଁ ପଠାଇ ଦେଇଥିଲା ।
ଏହି ବହୁଚର୍ଚ୍ଚିତ ମାମଲାରେ ଏରସମା ପୁଲିସ ଧାର୍ଯ୍ୟ ସମୟର ୬୦ ଦିନ ପୂର୍ବରୁ ଚୂଡ଼ାନ୍ତ ଚାର୍ଜସିଟ୍ କୋର୍ଟରେ ଦାଖଲ କରିଥିଲା । ୨୦୧୮ ମସିହା ମେ’ ୨୫ରେ ପୁଲିସ ଚାର୍ଜସିଟ୍ ଦାଖଲ କରିବା ପରେ କୋର୍ଟରେ ଚାର୍ଜ ଫ୍ରେମ କରାଯାଇଥିଲା । ମାମଲାର ସାକ୍ଷୀ ଶୁଣାଣି କରାଯାଇ ମାତ୍ର ଦେଢ଼ ବର୍ଷ ଭିତରେ ରାୟ ପ୍ରକାଶ ପାଇଛି । ମାମଲାରେ ମୋଟ୍ ୨୫ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା । ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ ସ୍ୱତନ୍ତ୍ର ପିପି ଶିବ ପ୍ରସାଦ ମାଝୀ ।
ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡର ତଦନ୍ତକାରୀ ଅଫିସର ଥିଲେ ତତ୍କାଳୀନ ଏରସମା ଥାନାଧିକାରୀ ତଥା ଏବର ସୁକିନ୍ଦା ଥାନାଧିକାରୀ ବିଚିତ୍ରାନନ୍ଦ ସେଠୀ । ଶେଷରେ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଆଜି ଆସାମୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ଅଭିଯୁକ୍ତକୁ ଦଣ୍ଡ ବିଧାନ କରିବାର ଲକ୍ଷ୍ୟ ରଖି ଥାନାଧିକାରୀ ଶ୍ରୀ ସେଠୀ ଅନେକ ପ୍ରମାଣ ନଷ୍ଟ ହେବା ପୂର୍ବରୁ ସଂଗ୍ରହ କରିଥିବାରୁ ସାଧାରଣରେ ପ୍ରଶଂସାର ହକ୍ଦାର ପାଲଟିଛନ୍ତି । ଲୋମହର୍ଷଣକାରୀ ନାବାଳିକା ବଳାକ୍ରାର ଓ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଦଣ୍ଡବିଧାନ ଦାବିରେ କିଛି ଦିନ ତଳେ ଗଡହରିଶପୁରର ଝାନ୍ସୀରାଣୀ ମହିଳା ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଆଜି ରାୟ ପ୍ରକାଶ ପାଇବା ପରେ ମହାସଂଘ ପକ୍ଷରୁ ଖୁସି ବ୍ୟକ୍ତ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons