ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଫାଇନ୍ ନେଲେ, ବଦଳରେ ହେଲ୍ମେଟ୍ ଦେଲେ । ସଡ଼କ ସଚେତନ ପାଇଁ ଏମିତି ଅଭିନବ ଉପାୟ ଆପଣାଇଛି ଟ୍ରାଫିକ୍ ପୁଲିସ୍ । ହେଲମେଟ ପିନ୍ଧି ନଥବା ବାଇକ୍ ଚାଳକଙ୍କୁ କଳ୍ପନା ଛକରେ ହେଲ୍ମେଟ୍ ବାଣ୍ଟିଛି । ଏହି ସଚେତନତା ଅଭିଯାନରେ ଆଗକୁ ଆହୁରି ପଦକ୍ଷେପ ନିଆଯିବ ବୋଲି ପୁଲିସ କହିଛି ।
ଆଜି ପୂର୍ବାହ୍ନରେ ଟ୍ରାଫିକ୍ ଡିସିପି ସାଗରିକା ନାଥ, ଏସିପି କିଶୋର ପାଣିଗ୍ରାହୀ, ଟ୍ରାଫିକ୍ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ବଳ ପ୍ରମୁଖ ଏହି ସଚେତନତା କାର୍ଯ୍ୟକ୍ରମର ମଙ୍ଗ ସମ୍ଭାଳିଥିଲେ । ରାସ୍ତାରେ ବିନା ହେଲମେଟ୍ରେ ଯାଉଥିବା ବାଇକ୍ଚାଳକଙ୍କୁ ଅଟକାଇଥିଲେ । ସେମାନ ଉପରେ ଟ୍ରାଫିକ୍ କର୍ମଚାରୀ ୫ ଶହ ଟଙ୍କା ଲେଖାଏଁ ଫାଇନ୍ ଲଗାଇଥିଲେ । ଆଉ ଏମିତି ଭୁଲ ନ କରିବା ପାଇଁ ବୁଝାଇଥିଲେ । ଗଲାବେଳେ ଗୋଟିଏ ଲେଖାଏଁ ହେଲମେଟ୍ ଦେଉଥିଲେ । ସେହିଭଳି ସହରର ଅନ୍ୟ ଛକଗୁଡ଼ିକରେ ସଚେତନ ଗାଡ଼ିଚାଳକଙ୍କୁ ଚକୋଲେଟ ଓ ଥ୍ୟାଙ୍କ ୟୁ କାର୍ଡ ବଣ୍ଟନ କରା ଯାଇଥିଲା ।
Comments are closed, but trackbacks and pingbacks are open.