ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଜାଭିୟର ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର (ଏକ୍ସୟୁବି)ର ଶୁଭାଶିଷ ରାୟ ଓ ସୁତପା ପତି ଟାଟା କ୍ରୁସିବଲ କର୍ପୋରେଟ୍ କ୍ୱିଜ୍ ୨୦୧୯ର ଭୁବନେଶ୍ୱର ଆଞ୍ଚଳିକ ସଂସ୍କରଣର ବିଜେତା ହୋଇଛନ୍ତି । ଇଣ୍ଡିଆନ ଅଏଲ୍ କାର୍ପୋରେସନ (ଆଇଓସିଏଲ୍)ର ନିହାର ରଞ୍ଜନ ଦାସ ଓ ଅଂଶୁମାନ ରଥ ରନର୍ସ ଅପ୍ ହୋଇଛନ୍ତି ।
ଟାଟା କନ୍ସଲ୍ଟାନ୍ସି ସର୍ଭିସେସ୍ (ଟିସିଏସ୍) ଭୁବନେଶ୍ୱର କ୍ୟାମ୍ପସ ମୁଖ୍ୟ ମନୋଜ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ ଟିମ୍କୁ ୭୫,୦୦୦ ଟଙ୍କାର ପୁରସ୍କାର ହସ୍ତାନ୍ତର କରିଥିଲେ । ରନର୍ସ ଅପ୍ ଟିମ୍କୁ ୩୫,୦୦୦ ଟଙ୍କା ନଗଦ ପୁରସ୍କାର ଦେଇଥିଲେ । ଟିସିଏସ୍ ଭୁବନେଶ୍ୱର କ୍ୟାମ୍ପସରେ ଅନୁÂିତ ଭୁବନେଶ୍ୱର ସଂସ୍କରଣ ଟାଟା କ୍ରୁସିବଲ କ୍ୱିଜ୍ରେ ବିଭିନ୍ନ କର୍ପୋରେଟ୍ ସଂସ୍ଥାର ୭୪ଟି ଟିମ୍ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଚଳିତ ବର୍ଷ ‘ଶିଳ୍ପ ୪.୦ ପରିକଳ୍ପନା’ ଚଳିତ ବର୍ଷ କ୍ୱିଜ୍ର ବିଷୟବସ୍ତୁ ରହିଛି । କ୍ୱିଜ୍ ମାଷ୍ଟର ‘ପିକ୍ବ୍ରେନ୍’ ଗିରି ବାଲାସୁବ୍ରମଣ୍ୟମ୍ କ୍ୱିଜ୍ ପରିଚାଳନା କରିଥିଲେ । ଆଞ୍ଚଳିକ ସ୍ତରର ବିଜେତାଙ୍କୁ ଜୋନାଲ୍ ସ୍ତରୀୟ ଓ ଶେଷରେ ମୁମ୍ବାଇରେ ଗ୍ରାଣ୍ଡ ଫିନାଲେ ଅନୁÂିତ ହେବ । ଜାତୀୟ ସ୍ତରର ବିଜେତାଙ୍କୁ ୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ସହ ଟାଟା କ୍ରୁସିବଲ ଟ୍ରଫି ପ୍ରଦାନ କରାଯିବ ।
Comments are closed, but trackbacks and pingbacks are open.