ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଚଳିତ ମାସ ଶେଷ ସପ୍ତାହରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ ସୁରକ୍ଷା ନେଇ ଶୁକ୍ରବାର କମିଶନରେଟ୍ ପୁଲିସ ମୁଖ୍ୟାଳୟରେ ବସିଥିଲା ବୈଠକ । ଡିଜିପି ବିଜୟ ଶର୍ମା ଏହାର ସମୀକ୍ଷା କରିଥିଲେ । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ମୋଟ୍ ୧୦୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ରହିବେ ବୋଲି ବୈ÷ଠକରେ ନିଷ୍ପତ୍ତି ହୋଇଛି । ଖାଲି ସେତିକି ନୁହେଁ ରାଷ୍ଟ୍ରପତିଙ୍କ ପାଇଁ ୨୮ଟି ଗାଡି ଓ ୩ ଟି ହେଲିକପ୍ଟର ବ୍ୟବହାର କରାଯିବ ।
ବୈଠକରୁ ମିଳିଥିବା ସୂଚନା ମୁତାବକ, ଆସନ୍ତା ୨୭ ତାରିଖ ସନ୍ଧ୍ୟା ୬ଟା ବେଳେ ରାଷ୍ଟ୍ରପତି ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ଚିବେ । ବିଜୁ ପ;ନାୟକ ବିମାନ ବନ୍ଦରରୁ କଡ଼ା ସୁରକ୍ଷା ବଳୟରେ ତାଙ୍କୁ ରାଜଭବନ ନିଆଯିବ । ସେଠାରେ ସେ ରାତ୍ରୀଯାପନ କରିବେ । ଭୁବନେଶ୍ୱରରେ କିମିଶନ୍ରେଟ୍ ପୁଲିସ ପକ୍ଷରୁ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ । ତା’ ଛଡ଼ା ଦେଢ଼ ଶହ ଅଫିସର ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ । ୨୮ ତାରିଖ ସକାଳୁ ରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରୁ ହେଲିକପ୍ଟରରେ ଗୋପଳପୁର ଯିବେ । ଗୋପାଳପୁର ଅଭିମୁଖେ ଭୁବନେଶ୍ୱରରୁ ୩ଟି ହେଲିକପ୍ଟର ଯିବ । ପ୍ରଥମ ହେଲିକପ୍ଟରରେ ରହିବେ ସୁରକ୍ଷା କର୍ମୀ, ଦ୍ୱିତୀୟଟିରେ ରାଷ୍ଟ୍ରପତି ଓ ପ୍ରଶାସନିକ ଅଧିକାରୀ ଓ ତୃତୀୟରେ ରାଷ୍ଟ୍ରପତିଙ୍କ ଅନ୍ୟ କର୍ମଚାରୀ ରହିବେ । ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ସେ ଭୁବନେଶ୍ୱର ଫେରିବେ । ମଧ୍ୟାହ୍ନ ୧୨ଟା ବେଳେ ଭୁବନେଶ୍ୱରରେ ପହଞ୍ଚି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।
ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଡିଜିପି ଶ୍ରୀ ଶର୍ମା କହିଛନ୍ତି, ବ୍ଲୁ ବୁକ୍ ଗାଇଡ୍ ଲାଇନ୍ ଅନୁସାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଏନେଇ ଆଜି ପୁଲିସ୍, ଗୁଇନ୍ଦା, ଆଇଏସ୍ଏଫ, ଏୟାରପୋର୍ଟ ଅଧିକାରୀଙ୍କ ସହ ଏକ ବୈଠକ ହୋଇଥିଲା । ଏହି ବୈଠକରେ ଗୁଇନ୍ଦା ନିଦେ୍ର୍ଧଶକ ସୁନିଲ ରାୟ, ପୁଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ, ବ୍ରହ୍ମପୁର ଡିଆଇଜି ସତ୍ୟବ୍ରତ ଭୋଇ, ଡିସିପି ଅନୁପ ସାହୁ, ଟ୍ରାଫିକ୍ ଡିସିପି ସାଗରିକା ନାଥଙ୍କ ସହ ବହୁ ବରିÂ ପୁଲିସ୍ ଅଧିକାରୀ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.