ସଂସ୍କୃତି ବିଭାଗର ନିଷ୍ପତ୍ତି:ରାଜ୍ୟରେ ଖୁବ୍ଶୀଘ୍ର ସଂସ୍କୃତି ଓ ଐତିହ୍ୟ ନୀତି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଖୁବ୍ଶୀଘ୍ର ରାଜ୍ୟରେ ଏକ ନୂତନ ସଂସ୍କୃତି ଓଐତିହ୍ୟ ନୀତି କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ଅଭିଲେଖାଗାରଠାରେ ରାଜ୍ୟ ସଂସ୍କୃତି ଓ ଐତିହ୍ୟ ନୀତି ପ୍ରଣୟନ ଉଦେ୍ଧଶ୍ୟରେ ଏକ ବୈଠକ ଅନୁÂିତ ହୋଇଯାଇଛି । ଏଥିରେ ନୂଆ ନୀତି ସମ୍ପର୍କରେ ବ୍ୟାପକ ଆଲୋଚନା ହୋଇଥିଲା ।
ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ପାଣିଗ୍ରାହୀ ବୈଠକରେ ଅଧ୍ୟକ୍ଷତା କରି ଓଡ଼ିଶା ସମୃଦ୍ଧ ଐତିହ୍ୟ ଓ ସାଂସ୍କୃତିକ ସମ୍ପଦର ସୁରକ୍ଷା ତଥା ଆନ୍ତର୍ଜାତିକସ୍ତରରେ ଆଦୃତିକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ନୀତିରେ ବିଭିନ୍ନ ବ୍ୟବସ୍ଥା ରହିବ ବୋଲି ଉଲ୍ଲେଖ କରିଥିଲେ । ଏହି ନୀତିରେ ଭବିଷ୍ୟତ ଦୃଷ୍ଟି, ଲକ୍ଷ୍ୟ ଓ ଆଭିମୁଖ, କଳା, ସଙ୍ଗୀତ ଓ ସାଂସ୍କୃତିକ ପର୍ଯ୍ୟଟନ ସମ୍ପର୍କିତ ଗବେଷଣା ତଥା ଶିକ୍ଷା, ପାଠାଗାର ଆନେ୍ଦାଳନ, ପ୍ରତ୍ନତତ୍ତ୍ୱ-ଅଭିଲେଖ-ଭାଷା ଓ ସାହିତ୍ୟର ଗବେଷଣା ଏବଂ ଅଭିବୃଦ୍ଧି, ଶିଳ୍ପୀ ତଥା କଳାକାରମାନଙ୍କ ନିମନ୍ତେ କଲ୍ୟାଣକାରୀ କାର୍ଯ୍ୟକ୍ରମ, ଆଞ୍ଚଳିକ ସାଂସ୍କୃତିକ କେନ୍ଦ୍ର ପ୍ରତିÂା, ପାରମ୍ପରିକ ନାଟ୍ୟକଳା, ମଞ୍ଚ, ସଙ୍ଗୀତ ଓ ନୃତ୍ୟ ଆଦିର ବିକାଶ ବାବଦରେ ସବିଶେଷ ଉଲ୍ଲେଖ ରହିବ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଥିଲେ ।
ବୈଠକରେ ବିଭାଗୀୟ ନିଦେ୍ର୍ଧଶକ ତଥା ଅତିରିକ୍ତ ଶାସନ ସଚିବ ବିଜୟ କୁମାର ନାୟକ, ବିଶିଷ୍ଟ ଗବେଷକ ଓ ବିଦ୍ୱାନ ପ୍ରଫେସର ରାଜକୁମାର ମିଶ୍ର, ସଂସ୍କୃତି ବିଭାଗର ପ୍ରାକ୍ତନ ଯୁଗ୍ମ ନିଦେ୍ର୍ଧଶକ ଡ. ମହେଶ ପ୍ରସାଦ ଦାସ, ଉ+ଳ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ସଞ୍ଜୟ ଆଚାର୍ଯ୍ୟ, ରାଜ୍ୟ ସଂଗ୍ରହାଳୟ ଅଧୀକ୍ଷକ ଡ. ଜୟନ୍ତୀ ରଥ, ଓଡ଼ିଆ ଭାଷା ପ୍ରତିÂାନର ନିଦେ୍ର୍ଧଶକ ଡ. ତମସାରାଣୀ ଦାସମହାପାତ୍ର, ଆଦିତ୍ୟ ମହାପାତ୍ର, ରାଜ୍ୟ ଅଭିଲେଖାଗାର ଅଧୀକ୍ଷକ ଶୁଚିସ୍ମିତା ମନ୍ତ୍ରୀ ଓ ବିଭାଗର ଉପଶାସନ ସଚିବ ବି.ବି ପାତ୍ର ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons