ସାଉଦି ତୈଳ କ୍ଷେତ୍ରକୁ ଡ୍ରୋନ୍ ମାଡ଼

Get real time updates directly on you device, subscribe now.

ରିୟାଦ: ୟେମେନ୍ର ‘ହୁଥି’ ବିଦ୍ରୋହୀମାନେ ସାଉଦି ଆରବର ତୈଳ କ୍ଷେତ୍ରକୁ ପୁଣି ଟାର୍ଗେଟ୍ କରିଛନ୍ତି । ସେମାନେ ଶନିବାର ଦେଶର ଦୁଇଟି ତୈଳ ବିଶୋଧନାଗାରକୁ ଏକାଧିକ ଡ୍ରୋନ୍ ମାଡ଼ କରିଛନ୍ତି । ଫଳରେ ବିପୁଳ ପରିମାଣର ତେଲ ପୋଡ଼ି ନଷ୍ଟ ହୋଇଯାଇଛି । ଆଗକୁ ଆହୁରି ବଡ଼ ଆକ୍ରମଣ ଘଟାଇବେ ବୋଲି ବିଦ୍ରୋହୀମାନେ ଧମକ ଦେଇଛନ୍ତି ।
ହୁଥି ବିଦ୍ରୋହୀମାନେ ଏଭଳି ଧମକ ଦେବା ପରେ ସାଉଦି ସରକାର ଦେଶର ତୈଳ ଉପôାଦନକୁ ଅଧା କମାଇ ଦେଇଛନ୍ତି । ଫଳରେ ଦିନକୁ ୫୦ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ଉପôାଦନ ବନ୍ଦ ହୋଇଯାଇଛି । ବିଶ୍ୱର ମୋଟ ତେଲ ଉପôାଦନର ଏହା ପାଖାପାଖି ୫ଧ ହୋଇଥିବାରୁ ଆଗକୁ ଏହାଦ୍ୱାରା ତେଲ ସଂକଟ ଦେଖାଦେବ । ଅନ୍ତର୍ଜାତୀୟ ତେଲ ବଜାରରେ ଅସ୍ଥିରତା ଦେଖାଦେବ । ଫଳରେ ଭାରତ ଭଳି ଆମଦାନିକାରୀ ଦେଶରେ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହୋଇପାରେ ବୋଲି ଆଶଙ୍କା କରାଯାଉଛି ।
ଶନିବାର ସକାଳେ ସାଉଦି ଆରବର ରାଷ୍ଟ୍ରାୟତ୍ତ କମ୍ପାନି ସାଉଦି ଆରାମ୍କୋର ହିଜ୍ରା ଖୁରାଇସ୍ସ୍ଥିତ ଏକ ତୈଳ କ୍ଷେତ୍ରକୁ ବିଦ୍ରୋହୀମାନେ ପ୍ରଥମେ ଟାର୍ଗେଟ୍ କରିଥିଲେ । ଅନେକ ସଂଖ୍ୟକ ଡ୍ରୋନ୍ ମାଡ଼ କରିଥିଲେ । ଫଳରେ ସେଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏହାପରେ ସେମାନେ ଆବ୍କାଇକ୍ଠାରେ ଥିବା ଅନ୍ୟ ଏକ ପ୍ଲାଣ୍ଟକୁ ଡ୍ରୋନ୍ ଆକ୍ରମଣ କରିଥିଲେ । ଏମାନଙ୍କର ଏହି ଆକ୍ରମଣ ନିକଟ ଭବିଷ୍ୟତରେ ତୈଳ ଯୋଗାଣକୁ ବିଶୃଙ୍ଖଳିତ କରିବ ବୋଲି ଆଶଙ୍କା ବଢ଼ିଛି । ଖୁରାଇସ୍ ପ୍ଲାଣ୍ଟରେ ଦିନକୁ ୧୫ ଲକ୍ଷ ବ୍ୟାରେଲ୍ ଓ ଆବ୍କାଇକ୍ ପ୍ଲାଣ୍ଟରେ ଦିନକୁ ୭୦ ଲକ୍ଷ ବ୍ୟାରେଲ୍ ତେଲ ଉପôାଦନ ହେଉଛି ।
ହାଉଥିର ଜଣେ ମୁଖପାତ୍ର କହିଛନ୍ତି, ଆମେ ଆଜି ସାଉଦି ଆରବର ଦୁଇଟି ତୈଳ ବିଶୋଧନାଗାରରେ ଡ୍ରୋନ୍ ଆକ୍ରମଣ କରିଛୁ । ଏଥିପାଇଁ ଆମେ ନିଜକୁ ଦାୟୀ କରୁଛୁ । ଆଗକୁ ଏହାଠାରୁ ବଡ଼ ହମ୍ଲା କରିବାକୁ ଯାଉଛୁ । ଆମର ଟାର୍ଗେଟ୍ ବିଶେଷକରି ତୈଳ କ୍ଷେତ୍ର ଉପରେ ରହିବ । ଏଥର ଆମେ ୧୦ଟି ଡ୍ରୋନ୍ ମାଡ଼ କରିଛୁ । ଇରାନ୍ ସମର୍ଥନରେ ହାଉଥି ଏଭଳି ଆକ୍ରମଣ ଘଟାଇଥିବା ଜଣାପଡ଼ିଛି । ତେବେ ନିଅାଁକୁ କିଛି ଘଣ୍ଟା ମଧ୍ୟରେ ନିୟନ୍ତ୍ରଣ କରାଯାଇଥିବା ସାଉଦି ଆରବର ଆଭ୍ୟନ୍ତରୀଣ ସୁରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ।
ଏହି ଆକ୍ରମଣ ଯୋଗୁ ଅନ୍ତର୍ଜାତୀୟ ବଜାରରେ ସମ୍ଭାବ୍ୟ ଯୋଗାଣ ଜନିତ ସମସ୍ୟାକୁ ଏଡ଼ାଇବା ପାଇଁ ସାଉଦି ଅଧିକାରୀମାନେ ଦେଶର ତୈଳ ଭଣ୍ଡାରକୁ ବ୍ୟବହାର କରିବାକୁ ବିଚାର କରୁଛନ୍ତି । ଉପôାଦନ ଯଦିଓ ଅଧା କମାଯିବ, କିନ୍ତୁ ଯୋଗାଣକୁ ଶୃଙ୍ଖଳିତ ରଖିବା ପାଇଁ ଗଚ୍ଛିତ ଥିବା ଅଶୋଧିତ ତେଲକୁ ବ୍ୟବହାର କରାଯିବ ।
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ୟେମେନ୍ର ଏହି ହାଉଥି ବିଦ୍ରୋହୀମାନେ ଅନେକ ବାର ସାଉଦି ତୈଳ କ୍ଷେତ୍ର ଉପରେ ଆକ୍ରମଣ ଘଟାଇଛନ୍ତି । ଇରାନ୍ ସମର୍ଥନରେ ଏମାନେ ଅନେକ ଥର ପାଇପ୍ଲାଇନ୍ ଉପରେ ଡ୍ରୋନ୍ ମାଡ଼ କରି ଏହାକୁ ନଷ୍ଟ କରିଛନ୍ତି । ଏମିତି କି ଟ୍ୟାଙ୍କର ଓ ଅନ୍ୟ ତୈଳ ଭିତ୍ତିଭୂମିକୁ ବି ଏମାନେ ବହୁବାର ଟାର୍ଗେଟ୍ କରିଛନ୍ତି ।
ଇରାନ୍ ଉପରେ ଦଶନ୍ଧି ଦଶନ୍ଧି ଧରି ଆମେରିକା ପକ୍ଷରୁ ଆର୍ଥିକ କଟକଣା ଲାଗୁ କରାଯାଇଛି । ଏହାଠାରୁ ତେଲ ନ କିଣିବା ପାଇଁ ଆମେରିକା ଅନେକ ଦେଶକୁ ପରାମର୍ଶ ଦେଇଛି । ଫଳରେ ଏହା ଏକପ୍ରକାର ଏକଘରିକିଆ ହୋଇ ରହିଯାଇଛି । ସେହି ରାଗରେ ଏହା ଅନ୍ତର୍ଜାତୀୟ ତୈଳ ବଜାରରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଯୋଗାଣକୁ ବିଶୃଙ୍ଖଳିତ କରିବାକୁ ଚେଷ୍ଟା କରୁଛି । ନିକଟରେ ଏହା ଷ୍ଟେ୍ରଟ୍ ଅଫ୍ ହର୍ମଜ୍ରେ ତେଲ ଟ୍ୟାଙ୍କରକୁ ଆକ୍ରମଣ କରିଥିଲା ଏବଂ ଏକ ଆମେରିକୀୟ ସାମରିକ ଡ୍ରୋନ୍କୁ ଖସାଇ ଦେଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons