ଆନ୍ଧ୍ରରେ ବୋଟ ବୁଡ଼ି ୧୩ ମୃତ

Get real time updates directly on you device, subscribe now.

ଅମରାବତୀ: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ ଦେବୀପଟନମ୍ଠାରେ ଗୋଦାବରୀ ନଦୀରେ ରବିବାର ଏକ ବୋଟ୍ ବୁଡ଼ିଯିବାରୁ ୧୩ ଜଣଙ୍କର ମୃତୁ୍ୟ ହୋଇଛି । ଡଙ୍ଗାଟିରେ ୬୩ ଲୋକ ଓ ୮ ଜଣ ବୋଟ୍ କର୍ମଚାରୀ ସବାର ଥିଲେ । ଏନ୍ଡିଆର୍ଏଫ୍ର ୨ଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ୨୪ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି । ଆହୁରି ପ୍ରାୟ ୩୦ରୁ ଲୋକ ନିଖୋଜ ଅଛନ୍ତି ।
ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଜିଲ୍ଲା ମାଜିଷ୍ଟେ୍ରଟଙ୍କ ସହ ଉଦ୍ଧାର କାର୍ଯ୍ୟ ବିଷୟରେ କଥା ହୋଇଛନ୍ତି । ସେ ମୃତକମାନଙ୍କ ପରିବାର ନିମନ୍ତେ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଏହାବ୍ୟତୀତ ଉଦ୍ଧାର କାର୍ଯ୍ୟର ତତ୍ତ୍ୱାବଧାନ କରିବା ପାଇଁ ସେ ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିଦେ୍ର୍ଧଶକଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଏହି ଦୁର୍ଘଟଣା ପରେ ଗୋଦାବରୀ ନଦୀରେ ଚଳାଚଳ କରୁଥିବା ସବୁ ବୋଟ୍ର ଲାଇସେନ୍ସ ବାତିଲ କରିବାକୁ ସେ ନିଦେ୍ର୍ଧଶ ଦେଇଛନ୍ତି । ଉଦ୍ଧାର କାର୍ଯ୍ୟରେ ନୌସେନାର ଗୋଟିଏ ହେଲିକପ୍ଟରକୁ ମଧ୍ୟ ନିୟୋଜିତ କରାଯାଇଛି ।
ସୂଚନା ଅନୁସାରେ ରୟାଲ ବଶିଷ୍ଟ ନାମକ ଏହି ବୋଟ୍ରେ ଅଧିକାଂଶ ପର୍ଯ୍ୟଟକ ଥିଲେ ଏବଂ ସେମାନେ ରାଜମହେନ୍ଦ୍ରୀ ନିକଟ ପର୍ଯ୍ୟଟନସ୍ଥଳୀ ପାପିକୋଣ୍ଡାଲୁ ବୁଲିବାକୁ ଯାଉଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବୋଟ ବୁଡ଼ି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଗତ ଏକ ସପ୍ତାହ ହେଲା ଗୋଦାବରୀ ନଦୀ ଉଛୁଳା ରହିବା ସହ ପ୍ରଖର ସ୍ରୋତ ମଧ୍ୟ ଥିଲା । ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ବୋଟ୍ଟି ମଝି ନଦୀରେ ହଠାତ ଗୋଟିଏ ପାଶ୍ୱର୍କୁ ଢଳିଯିବା ସହ କିଛି ସମୟ ପରେ ବୁଡ଼ିଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons