ଭୁବନେଶ୍ୱର: ନୂଆ ମୋଟରଯାନ ସଂଶୋଧିତ ଆଇନ୍ ଲାଗୁ ହେବାପରେ ଜୋରଦାର ଚାଲିଛି ଧରପଗଡ଼। ଧରପଗଡ଼ ସହ ମୋଟା ଅଙ୍କର ଜରିମାନା ଗାଡ଼ି ଚାଳକ ଏବଂ ମାଲିକଙ୍କ ହୋସ୍ ଉଡାଇ ଦେଉଛି। ଟ୍ରାଫିକ ଆଇନକୁ ଅଣଦେଖା କରି ଆସୁଥିବା ଖିଲାପକାରୀ ନୂଆ ଆଇନର ଜାଲରେ ଫସି ଯାଇଛନ୍ତି।
ଏପଟେ ଆର୍ଟିଓ ଅଫିସରେ ବି ସୋରିଷ ପକାଇବାକୁ ଜାଗା ନାହିଁ। ଲୋକମାନେ ବିଭିନ୍ନ କାଗଜପତ୍ର ନେଇ ଆର୍ଟିଓ ଅଫିସକୁ ଧାଁ ଦଉଡ଼ କରୁଥିବା ବେଳେ ଏସବୁର ଫାଇଦା ଉଠାଉଛନ୍ତି ଦଲାଲ୍। କହିବାକୁ ଗଲେ ଦଲାଲ୍ଙ୍କ କବ୍ଜାରେ ଏବେ ଆର୍ଟିଓ ଅଫିସ। ନୂଆ ଆଇନ୍ ଲାଗୁ ହେବାପରେ ଏମାନଙ୍କର ଭାଉ ଆହୁରି ବଢି ଯାଇଛି।
ଆର୍ଟିଓ ଅଫିସରେ କାମ ପାଇଁ ଲୋକେ ଘଣ୍ଟା ଘଣ୍ଟା ଧରି ଠିଆ ହେଉଛନ୍ତି। କିନ୍ତୁ ଦଲାଲ୍ ଭିତରେ ପଶି କାମ କରାଇ ଦେଉଛନ୍ତି। ଯିଏ ପଇସା ଅଧିକ ଦେଲା ତା କାମ ହେଲା। ଅଫିସ୍ ବାହାରେ ଏମାନଙ୍କ ରାଜ୍ ଚାଲିଛି। ଚଣ୍ଡିଖୋଲ, କଟକ, ନୟାଗଡ଼, ରାଜଧାନୀ ଭୁବନେଶ୍ୱର ସମେତ ପ୍ରାୟ ସବୁ ଆର୍ଟିଓ ଅଫିସ୍ ଦଲାଲ୍ଙ୍କ କବଜାରେ।
Comments are closed, but trackbacks and pingbacks are open.