ଫିଫା ମାନ୍ୟତା: ପଞ୍ଚମକୁ ଉଠିଲା ପର୍ତ୍ତୁଗାଲ୍

Get real time updates directly on you device, subscribe now.

ନୂଆଦିଲ୍ଲୀ: ପ୍ରଥମ ନେସନ୍ସ ଲିଗ୍ ଟାଇଟଲ ଜିତି ପର୍ତ୍ତୁଗାଲ୍ ବିଶ୍ୱ ମାନ୍ୟତାରେ ଉନ୍ନତି ଆଣିଛି । ସଦ୍ୟ ପ୍ରକାଶିତ ଫିଫା ମାନ୍ୟତା ତାଲିକାରେ ପର୍ତ୍ତୁଗାଲ୍ ୨ଟି ସ୍ଥାନ ଉପରକୁ ଲମ୍ଫ ମାରି ପଞ୍ଚମ ସ୍ଥାନ ଅଧିକାର କରିଛି । ମାନ୍ୟତା ତାଲିକାର ଶୀର୍ଷ ୪ଟି ସ୍ଥାନ ପୂର୍ବଭଳି ଅପରିବର୍ତ୍ତିତ ରହିଛି । ବେଲଜିୟମ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ବିଶ୍ୱ ଚାମ୍ପିଅନ୍ ଫ୍ରାନ୍ସ ଦ୍ୱିତୀୟ ସ୍ଥାନରେ ରହିଛି । ବ୍ରାଜିଲ୍ ଓ ଇଂଲଣ୍ଡ ଯାଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନ ବଜାୟ ରଖିଛନ୍ତି । କ୍ରୋଏସିଆ ଗୋଟିଏ ସ୍ଥାନ ତଳକୁ ଖସି ଷଷ୍ଠ ସ୍ଥାନରେ ପହଞ୍ଚିଛି । ସ୍ପେନ୍ ୨ଟି ସ୍ଥାନ ଉପରକୁ ଉଠି ସପ୍ତମ ଓ ଉରୁଗୁଏ ୨ଟି ସ୍ଥାନ ତଳକୁ ଖସି ଅଷ୍ଟମ ସ୍ଥାନରେ ରହିଛି । ଅନ୍ୟମାନଙ୍କ ମଧ୍ୟରେ ଜର୍ମାନୀ ୨ଟି ସ୍ଥାନ ଉପରକୁ ଉଠି ୧୧ତମ, ଆର୍ଜେଣ୍ଟିନା ପୂର୍ବଭଳି ୧୨ତମ, ଇଟାଲୀ ୩ଟି ସ୍ଥାନ ଓ ନେଦରଲାଣ୍ଡ୍ସ ୨ଟି ସ୍ଥାନ ଉପରକୁ ଉଠି ମିଳିତ ଭାବେ ୧୪ତମ ସ୍ଥାନରେ ରହିଛି । ଭାରତୀୟ ଦଳ ପୂର୍ବଭଳି ଫିଫା ମାନ୍ୟତାର ୧୦୧ତମ ସ୍ଥାନ ବଜାୟ ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons