ନୂଆଦିଲ୍ଲୀ: ଲୋକସଭା କମିଟିର କଡା ଚେତାବନୀ ସତ୍ତେ୍ୱ ଦିଲ୍ଲୀର ଲୁଟିୟନ୍ସ ଅଞ୍ଚଳରେ ରହୁଥିବା ୮୨ ଜଣ ପୂର୍ବତନ ସାଂସଦ ସରକାରୀ ବଙ୍ଗଳା ଛାଡିନାହାନ୍ତି । ଫଳରେ ସରକାର ବର୍ତ୍ତମାନ ସେମାନଙ୍କୁ ସେଠାରୁ ତୁରନ୍ତ ହଟାଇବା ଲାଗି ଆଇନ ଅନୁସାରେ କାର୍ଯ୍ୟାନୁÂାନ ଗ୍ରହଣ କରିବା ଉପରେ ବିଚାର କରୁଛନ୍ତି ।
ସୂଚନା ଅନୁସାରେ ଗତ ଅଗଷ୍ଟ ୯ ତାରିଖରେ ସି.ଆର ପାଟିଲଙ୍କ ଅଧ୍ୟକ୍ଷତାରେ ଗଠିତ ଲୋକସଭା ଗୃହ କମିଟି ସରକାରୀ ବଙ୍ଗଳା ଛାଡି ନଥିବା ୨୦୦ ପୂର୍ବତନ ସାଂସଦଙ୍କୁ ଏକ ସପ୍ତାହ ଭିତରେ ଘର ଛାଡିବାକୁ ଚେତାବନୀ ଦେଇଥିଲେ । ୩ ଦିନ ଭିତରେ ସେମାନେ ରହୁଥିବା ବଙ୍ଗଳାର ପାଣି, ବିଦୁ୍ୟତ ଓ ଗ୍ୟାସ୍ ସଂଯୋଗ କାଟିଦେବାକୁ ଆଦେଶ ଦିଆଯାଇଥିଲା । କମିଟିର ଏଭଳି ଆଦେଶ ପରେ ଅଧିକାଂଶ ପୂର୍ବତନ ସାଂସଦମାନେ ସରକାରୀ ବଙ୍ଗଳା ଖାଲି କରିଦେଇଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ୮୨ ଜଣ ଏପର୍ଯ୍ୟନ୍ତ ଘର ଖାଲିକରି ନାହାନ୍ତି ବୋଲି ନିକଟରେ ପ୍ରକାଶିତ ଏକ ତାଲିକାରୁ ଜଣାପଡିଛି । ତେଣୁ ଘର ଛାଡି ନଥିବା ଏହି ପୂର୍ବତନ ସାଂସଦଙ୍କ ବିରୋଧରେ ଜନ ଆବାସ ଅଧିନିୟମ ଅଧୀନରେ ଦୃଢ଼ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ଲୋକସଭା କମିଟି ନିଷ୍ପତ୍ତି ନେଇଛି । ସେମାନଙ୍କୁ ନୋଟିସ ଜାରି ହୋଇଛି । ୨୦୧୪ରେ ସେମାନଙ୍କୁ ରହିବା ଲାଗି ଏହି ଘର ଯୋଗାଇ ଦିଆଯାଇଥିଲା ।
ଆଇନରେ ରହିଥିବା ବ୍ୟବସ୍ଥା ଅନୁସାରେ ଲୋକସଭା ଭଙ୍ଗ ହେବାର ଏକମାସ ଭିତରେ ସାଂସଦମାନେ ସେମାନଙ୍କୁ ମିଳିଥିବା ସରକାରୀ ବଙ୍ଗଳା ଖାଲି କରିବା କଥା । ମୋଦି ସରକାର ଦ୍ୱିତୀୟଥର କ୍ଷମତାକୁ ଫେରିବା ପରେ କ୍ୟାବିନେଟ ବୈଠକର ସୁପାରିସ ଆଧାରରେ ଗତ ମେ ୨୫ ତାରିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଷୋଡ଼ଶ ଲୋକସଭା ଭଙ୍ଗ କରିଥିଲେ । ନବ ନିର୍ବାଚିତ ସାଂସଦମାନଙ୍କୁ ସରକାରୀ ବଙ୍ଗଳା ଆବଣ୍ଟନ କରାଯିବ । କିନ୍ତୁ ପୂର୍ବତନ ସାଂସଦମାନେ ଘର ଛାଡୁ ନଥିବାରୁ ନବନିର୍ବାଚିତ ସାଂସଦଙ୍କୁ ଘର ଆବଣ୍ଟନ କରାଯାଇପାରୁ ନାହିଁ । ଅନେକ ସାଂସଦଙ୍କୁ ଅସ୍ଥାୟୀ ଭାବେ ଥଇଥାନ କରାଯାଇଥିବା ଜଣାପଡିଛି ।
Comments are closed, but trackbacks and pingbacks are open.