ଚଳିତବର୍ଷ ୨୦୫୦ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକ୍

Get real time updates directly on you device, subscribe now.

ନୂଆଦିଲ୍ଲôୀ: ପାକିସ୍ତାନ ଚଳିତବର୍ଷ ୨୦୫୦ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି । ଏହା ଦ୍ୱାରା ୨୧ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର ଆଜି ଏହି ସୂଚନା ଦେଇଛନ୍ତି । ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ଭାରତ ମାନବାଧିକାର ଉଲ୍ଲଙ୍ଘନ କରିଥିବା ପାକିସ୍ତାନ ବାରମ୍ବାର ଅଭିଯୋଗ କରୁଥିବା ବେଳେ ବୈଦେଶିକ ମନ୍ତ୍ରଣାଳୟ ଜାରି କରିଥିବା ଏହି ରିପୋର୍ଟ ପାକିସ୍ତାନର ମୁଖା ଖୋଲି ଦେଇଛି ।
ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତରେ କୁହାଯାଇଛି ଯେ, ‘ସୀମା ସଂଲଗ୍ନ ଅଞ୍ଚଳରେ ବେଆଇନ ଅନୁପ୍ରବେଶ, ଗୁଳିଚାଳନା କରି ଭାରତୀୟ ନାଗରିକମାନଙ୍କୁ ଟାର୍ଗେଟ କରାଯାଉଛି’ । ଚଳିତବର୍ଷ ପାକିସ୍ତାନ ୨୦୫୦ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିବା ଏବଂ ଏହା ଦ୍ୱାରା ୨୧ ଜଣ ଭାରତୀୟ ନାଗରିକ ପ୍ରାଣ ହରାଇଥିବା ଜଣାଯାଇଛି । ଭାରତ ପକ୍ଷରୁ ଅନେକଥର ପାକିସ୍ତାନକୁ ୨୦୦୩ ଅସ୍ତ୍ରବିରତି ରାଜିନାମା ପାଳନ କରିବାକୁ କୁହାଯାଇଥିବା ମଧ୍ୟ ବୈଦେଶିକ ମନ୍ତ୍ରଣାଳୟ ପ୍ରକାଶ କରିଛି ।ପାକିସ୍ତାନର ଏଭଳି ହରକତ ପାଇଁ ଭାରତ ତାକୁ ଉଚିତ ଜବାବ ଦେଉଥିବା ମଧ୍ୟ ବୈଦେଶିକ ମନ୍ତ୍ରଣାଳୟ ନିଜ ବିବୃତିରେ ସ୍ପଷ୍ଟ କରିଛି । ଉଲ୍ଲେଖଯୋଗ୍ୟ, ଗତ ଶନିବାର ମଧ୍ୟ ପାକ୍ ସେନା ପୁଞ୍ଚ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons