ନୂଆଦିଲ୍ଲୀ: ଦେଶରେ ଅଟୋମୋବାଇଲ ଶିଳ୍ପର ମାନ୍ଦାବସ୍ଥାକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଜବ ବୟାନ ଦେବା ପରେ ବଢ଼ି ଚାଲିଥିବା ବେରୋଜଗାରୀକୁ ନେଇ କେନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ବୟାନ ଏବେ ଚର୍ଚ୍ଚାକୁ ଆସିଛି । ଦେଶରେ ରୋଜଗାରର ନୁହେଁ ବରଂ ଯୋଗ୍ୟ ବ୍ୟକ୍ତିଙ୍କର ଅଭାବ ଥିବା ଗଙ୍ଗୱାର ଦାବି କରିଛନ୍ତି । ଖାସ୍ କରି ଉତ୍ତର ଭାରତରେ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀଙ୍କର ଅଭାବ ଥିବାରୁ ସେଠାକୁ ଯିଏ ବି ଚାକିରି ନିମନ୍ତେ ଚୟନ କରିବାକୁ ଯାଆନ୍ତି ଯୋଗ୍ୟ ବ୍ୟକ୍ତି ନ ପାଇ ନିରାଶ ହୋଇ ଫେରନ୍ତି ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି । ଦେଶରେ ବେରୋଜଗାରୀ ମାତ୍ରା କାହିଁକି ବଢ଼ୁଛି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ସେ ଏଭଳି କହିଛନ୍ତି ।
ଏହା ବ୍ୟତୀତ ବେରୋଜଗାରୀକୁ ନେଇ ଗଣମାଧ୍ୟମର ତଥ୍ୟକୁ ସେ ଭୁଲ ଦର୍ଶାଇବା ସହ ସେ କେନ୍ଦ୍ର ରୋଜଗାର ମନ୍ତ୍ରଣାଳୟ ଦାୟିତ୍ୱରେ ଥିବାରୁ ଏହାର ପ୍ରକୃତ ବାସ୍ତବିକତା ତାଙ୍କୁ ଜଣାଥିବା ଦାବି କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ବହୁମାତ୍ରାରେ ନିଯୁକ୍ତି ରହିଛି । ରୋଜଗାର ମନ୍ତ୍ରଣାଳୟ ପୃଥକ ଭାବେ ଏସବୁର ତତ୍ତ୍ୱାବଧାନ କରୁଛି । ଏଣୁ ଦେଶରେ ରୋଜଗାରର କୌଣସି ସମସ୍ୟା ନାହିଁ ।
Comments are closed, but trackbacks and pingbacks are open.