ପୁରୀ,(ବି.ବି.ନୁ୍ୟଜ୍): ପୁଣି ପୁରୀ-ଭୁବନେଶ୍ୱର ରାସ୍ତାରେ ହେଲା ଲୁଟ୍ । ବାଟଗାଁରୁ ବାଟମଙ୍ଗଳା ଲୁଟେରାଙ୍କ ପାଇଁ ସାଜିଛି ସୁରକ୍ଷିତ ସ୍ଥାନ । ସୋମବାର ସନ୍ଧ୍ୟାରେ ଜଣେ ଲୁଟେରା ଦମ୍ପତିଙ୍କ ଠାରୁ ଭ୍ୟାନିଟି ଛଡ଼ାଇ ନେଇ ଖସିଯିବାରେ ହେଲା ସକ୍ଷମ । ଲୁଟେରାକୁ ଗୋଡ଼ାଇବାବେଳେ ବାଇକ ସହ ତଳେ ପଡ଼ି ରକ୍ତାକ୍ତ ହେଲେ ଦମ୍ପତି । ଦମ୍ପତିଙ୍କ ସହ ତାଙ୍କ ୩ ବର୍ଷର ଶିଶୁକନ୍ୟା ବି ରାସ୍ତାରେ ପଡ଼ି ଆହତ ହୋଇଛି । ଆହତଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତ ଦମ୍ପତି ହେଲେ ସଦର ଥାନା ଅଧୀନ ବୀରହରେକୃଷ୍ଣପୁରର ଜୟସେନ ଦାଶ (୪୩) ଓ ତାଙ୍କ ପତ୍ନୀ ସୁନିତା ଦାଶ (୩୪) ।
ଦମ୍ପତି ତାଙ୍କ ଶିଶୁଙ୍କୁ ନେଇ ପୁରୀ ଆସୁଥିଲେ । ସପିଙ୍ଗ୍ କରିବା ଉଦେ୍ଧଶ୍ୟ ଥିଲା । ପାଖରେ ୭ ହଜାର ଟଙ୍କା ଥିଲା । ଏହି ଟଙ୍କା ଭ୍ୟାନିଟିରେ ଥିବାବେଳେ ସୁନିତା ତାହା କାନ୍ଧରେ ଝୁଲାଇଥିଲେ । ବାଟମଙ୍ଗଳା ନିକଟରେ ହଠାତ୍ ତାଙ୍କ ବାମପାଶ୍ୱର୍ରେ ଏକ ବାଇକ ଆଗକୁ ଆସିଥିଲା । ବାମ ପାଶ୍ୱର୍ରେ ବାଇକ ପଶିଯିବା ଦେଖି ହଡ଼ବଡ଼ ହୋଇ ଯାଇଥିଲେ ଜୟସେନ । ଠିକ୍ ସେହି ସମୟରେ ବାମପାଶ୍ୱର୍ରେ ଓଭର୍ଟେକ୍ କରି ଲୁଟେରା ସୁନିତାଙ୍କ ଭ୍ୟାନିଟି ଟାଣି ନେଇଥିଲା । ଲୁଟେରାକୁ ପିଛା କରିଥିଲେ ଦମ୍ପତି । ବାଟମଙ୍ଗଳା ଅତିକ୍ରମ କରି ଆଗକୁ ଦ୍ରୁତ ଗତିରେ ଲୁଟେରା ବାଇକ ଚଳାଇ ପଳାଉଥିଲା । ପିଛି କରି ଜୟସେନ୍ ମଧ୍ୟ ଦ୍ରୁତଗତିରେ ବାଇକ ଚଳାଇ ପିଛା କରୁଥିଲେ । ଚାରିନଳା ଠାରେ ରାସ୍ତାରେ ଶଙ୍ଖ କାମ ଚାଲୁଥିବାବେଳେ ସେହି ସ୍ଥାନରେ ଲୁଟରାର ଅତି ନିକଟତର ହୋଇଯାଇଥିଲେ ଜୟସେନ୍ । କିନ୍ତୁ ହଠାତ୍ ତାଙ୍କ ବାଇକ ଚକ ରାସ୍ତାରେ ପଡିଥିବା ଗୋଡି ଯୋଗୁଁ ଖସି ଯାଇଥିଲା । ଫଳରେ ଶିଶୁ ସହ ଦମ୍ପତି ତଳେ ପଡ଼ି ଯାଇଥିଲେ ।
Comments are closed, but trackbacks and pingbacks are open.