ସାଉଦି ତୈଳ ଖଣି ଉପରେ ଆକ୍ରମଣ:ଆମେରିକା-ଇରାନ ଯୁଦ୍ଧ ଆଶଙ୍କା

Get real time updates directly on you device, subscribe now.

ୱାଶିଂଟନ: ସାଉଦି ଆରବର ଏକ ବୃହତ୍ ତୈଳ କୂପ ଉପରେ ଶନିବାର ଡ୍ରୋନ ସାହାଯ୍ୟରେ ଆକ୍ରମଣ କରାଯିବା ଏବଂ ଏହାଯୋଗୁ ବିଶ୍ୱବ୍ୟାପୀ ତୈଳ ଯୋଗାଣରେ ୫ଧ ହ୍ରାସ ଘଟିବା ପରେ ଆମେରିକା କ୍ଷୁବ୍ଧ ହୋଇପଡିଛି । ଆମେରିକା ଏହି ଘଟଣା ପଛରେ ଇରାନର ହାତ ଥିବାର ସନେ୍ଦହ କରୁଛି । ତେଣୁ ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁÂାନ ଗ୍ରହଣ କରାଯାଇପାରେ ବୋଲି ଟ୍ରମ୍ପ ପ୍ରଶାସନ ସଂକେତ ଦେଇଛି ।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଟ୍ୱିଟ୍ କରି କହିଥିଲେ ଯେ ସାଉଦି ଆରବ ତୈଳ କୂପ ଉପରେ ଆକ୍ରମଣ ପାଇଁ କିଏ ଦାୟୀ ତାହା ଆମେ ଜାଣିଛୁ । ଆମେ କେବଳ ଏନେଇ ସାଉଦି ଆରବର ଯାଞ୍ଚ ରିପୋର୍ଟକୁ ଅପେକ୍ଷା କରିଛୁ । ଆମେ କିନ୍ତୁ ଆମର ସୈନିକଙ୍କୁ ପୂରା ପ୍ରସ୍ତୁତ ରଖିଛୁ । ଟ୍ରମ୍ପଙ୍କ ଏହି ଟ୍ୱିଟରୁ ଆମେରିକା କିଛି ସାମରିକ କାର୍ଯ୍ୟାନୁÂାନ ଗ୍ରହଣ କରିପାରେ ବୋଲି ଆଭାସ ମିଳୁଛି । ସେ ଗତ ଜୁନ୍ ମାସରେ ମଧ୍ୟ ଇରାନ ବିରୋଧରେ ଏପରି ଟ୍ୱିଟ୍ କରିଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ସାମରିକ କାର୍ଯ୍ୟାନୁÂାନ ପାଇଁ ଅନୁମତି ଦେଇନଥିଲେ । ସେ ସେତେବେଳେ କହିଥିଲେ ଯେ ଏହାଯୋଗୁ ବହୁ ନିରୀହ ଲୋକ ପ୍ରାଣ ହରାଇବାର ଆଶଙ୍କା ଥିବାରୁ ସେ ଶେଷ ମୁହୂର୍ତ୍ତରେ ଆକ୍ରମଣ ଯୋଜନାକୁ ବାତିଲ କରିଥିଲେ । ଏହାର କିଛି ସପ୍ତାହ ପରେ ରିପୋର୍ଟ ଆସିଲା କି ଟ୍ରମ୍ପ ଇରାନ ଉପରେ ଆମେରିକା ଦ୍ୱାରା ଲଗାଯାଇଥିବା ଆର୍ଥିକ କଟକଣାକୁ କୋହଳ କରିବାକୁ ଚାହୁଁଛନ୍ତି । ସେ ମଧ୍ୟ ଇରାନର ରାଷ୍ଟ୍ରପତି ହାସନ ରୁହାନିଙ୍କୁ ଭେଟିବାକୁ ପ୍ରସ୍ତୁତ ଅଛନ୍ତି ।
ହେଲେ ଗତ ରବିବାର ଟ୍ରମ୍ପ ଟ୍ୱିଟ୍ କରି ଏଭଳି ରିପୋର୍ଟକୁ ଅସତ୍ୟ ବୋଲି ଦର୍ଶାଇଛନ୍ତି । କିନ୍ତୁ ଏପରି କହି ସେ ନିଜ ପ୍ରଶାସନ ଦ୍ୱାରା ପୂର୍ବରୁ ଦିଆଯାଇଥିବା ସୂଚନାର ବିରୁଦ୍ଧାଚରଣ କରିଛନ୍ତି । କାରଣ ଗତ ଗୁରୁବାର ଆମେରିକାର ଅର୍ଥ ସଚିବ(ଟ୍ରେଜେରୀ ସେକ୍ରେଟାରୀ) କହିଥିଲେ କି ରୁହାନିଙ୍କୁ ବିନା ସର୍ତ୍ତରେ ସାକ୍ଷାତ କରିବାରେ ଟ୍ରମ୍ପଙ୍କର କିଛି ଆପତ୍ତି ନାହିଁ । ଟ୍ରମ୍ପ ଯଦିଓ ଏପର୍ଯ୍ୟନ୍ତ ନିଜ ଟ୍ୱିଟରେ ସାଉଦି ଉପରେ ହୋଇଥିବା ଆକ୍ରମଣ ପାଇଁ କୌଣସି ଦେଶର ନାଁ ନେଇନାହାନ୍ତି, କିନ୍ତୁ ସେଠାକାର ବିଦେଶ ସଚିବ ମାଇକ୍ ପୋମ୍ପେଓ ଏଥିପାଇଁ ସିଧାସଳଖ ଇରାନକୁ ଦାୟୀ କରିଛନ୍ତି ।
ଆମେରିକାର ସାମରିକ ଏବଂ ଗୁଇନ୍ଦା ବିଭାଗ ଅଧିକାରୀମାନେ ମଧ୍ୟ କହୁଛନ୍ତି ଯେ ଏହି ଆକ୍ରମଣ ପାଇଁ ୟେମେନରେ ସକ୍ରିୟ ହାଉଥି ବିଦ୍ରୋହୀମାନେ ଦାୟୀ ବୋଲି ଯାହା କୁହାଯାଉଛି ତାହା ସତ୍ୟ ନୁହେଁ । କାରଣ ଘଟଣାସ୍ଥଳର ଉପଗ୍ରହ ଚିତ୍ରକୁ ବିଶ୍ଲେଷଣ କଲେ ଉକ୍ତ ତୈଳ କୂପର ଉତ୍ତର-ପଶ୍ଚିମ ଦିଗରୁ ଆକ୍ରମଣ କରାଯାଇଛି ବୋଲି ମନେ ହେଉଛି । ତେଣୁ ଇରାକ୍ କିମ୍ବା ଇରାନରୁ ଏଭଳି ଆକ୍ରମଣ କରାଯାଇଛି ବୋଲି ସେମାନେ ନିଶ୍ଚିତ । କିନ୍ତୁ କେଉଁ ଦେଶରୁ ଆକ୍ରମଣ ହୋଇଛି ତାହା ନିର୍ଦ୍ଧିଷ୍ଟ ଭାବେ କହିବା ମୁସ୍କିଲ ।
ସେହିପରି ୧୦ଟି ଡ୍ରୋନ ସାହାଯ୍ୟରେ ତୈଳ କୂପର ୧୯ଟି ସ୍ଥାନରେ ଆକ୍ରମଣ କରାଯାଇଛି ବୋଲି ହାଉଥି ବିଦ୍ରୋହୀମାନଙ୍କ ଦାବିକୁ ବି ଆମେରିକା ଭ୍ରମାତ୍ମକ ବୋଲି ଦର୍ଶାଇଛି । ୧୦ଟି ଡ୍ରୋନ ସାହାଯ୍ୟରେ ୧୯ଟି ସ୍ଥାନରେ ଆକ୍ରମଣ କରିବା ସମ୍ଭବପର ନୁହେଁ ବୋଲି ସେମାନେ ମତ ଦେଇଛନ୍ତି । ତେବେ ଏତେ ଯୋଜନାବଦ୍ଧ ଭାବେ ଟାର୍ଗେଟ ଚୟନ କରିବା, ଆକ୍ରମଣ କରିବା ଏବଂ ରାଡାରରେ ଡ୍ରୋନଗୁଡିକ ଧରାନପଡ଼ିବାରୁ ଏହା ପଛରେ ଏକ ଶକ୍ତିଶାଳୀ ଦେଶର ହାତ ରହିଛି ବୋଲି ସେମାନେ ନିଶ୍ଚିତ ।
ଏହି ଘଟଣାକୁ ନେଇ ଇରାନ ସହିତ ଆମେରିକାର ସମ୍ପର୍କରେ ପୁଣି ଥରେ ଉତ୍ତେଜନା ଦେଖାଦେବାର ଆଶଙ୍କା ପ୍ରକାଶପାଉଥିଲାବେଳେ ଇରାନ କିନ୍ତୁ ଆମେରିକାର ଅଭିଯୋଗକୁ ଖଣ୍ଡନ କରିଛି । ଇରାନ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା କହିଛନ୍ତି ଯେ ଆମେରିକାର ନେତାମାନଙ୍କ ଦ୍ୱାରା ଦିଆଯାଉଥିବା ଆପତ୍ତିଜନକ ବୟାନ ଏବଂ ସେମାନଙ୍କ ଦ୍ୱାରା କରାଯାଉଥିବା ଆଧାରହୀନ ଅଭିଯୋଗ କୂଟନୈତିକ ସ୍ତରରେ ଆଦୌ ଗ୍ରହଣୀନ ନୁହେଁ । ଇରାନର ବିଦେଶ ମନ୍ତ୍ରୀ ଜାଭେଦ ଜରିଫ କହିଛନ୍ତି ଯେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଆମେରିକା ଓ ତା’ର ମିତ୍ର ରାଷ୍ଟ୍ରମାନେ ଭାବୁଥିଲେ ଯେ ସେମାନେ ୟେମେନରେ ଯୁଦ୍ଧ ଜିତିଯିବେ । ମାତ୍ର ଏପରି ହେଉନାହିଁ । ତେଣୁ ଇରାନକୁ ଦୋଷ ଦେଇ କିଛି ଲାଭ ନାହିଁ । ବରଂ ଆଲୋଚନା ମାଧ୍ୟମରେ ସେଠାରେ ଶାନ୍ତି ପ୍ରତିÂା ପାଇଁ ଇରାନ ପୂର୍ବରୁ ଦେଇଥିବା ପ୍ରସ୍ତାବ ଉପରେ ସେମାନେ ବିଚାର କରନ୍ତୁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons