ଭାରତକୁ ତୈଳ ଯୋଗାଣ ପ୍ରଭାବିତ ହେବନି: ଧର୍ମେନ୍ଦ୍ର

Get real time updates directly on you device, subscribe now.

ନୂଆଦିଲ୍ଲୀ: ସାଉଦି ଆରବର ଦୁଇଟି ତୈଳ କ୍ଷେତ୍ର ଉପରେ ଡ୍ରୋନ୍ ଆକ୍ରମଣ ହେବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ପାଖାପାଖି ୨୦ଧ ବୃଦ୍ଧି ପାଇଛି । ଏହାଯୋଗୁ ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଅନ୍ୟପକ୍ଷରେ ଭାରତକୁ ଅଶୋଧିତ ତେଲ ଯୋଗାଣରେ କୌଣସି ପ୍ରକାର ସମସ୍ୟା ଉପୁଜିବ ନାହିଁ ବୋଲି ସୋମବାର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି, ସାଉଦି ତୈଳ ବିଶୋଧନାଗାର ଉପରେ ଡ୍ରୋନ୍ ଆକ୍ରମଣ ପରେ ଦେଶର ରାଷ୍ଟ୍ରାୟତ୍ତ ତୈଳ କମ୍ପାନି ସାଉଦି ଆରାମ୍କୋ ସହ ଆଲୋଚନା କରାଯାଇଥିଲା । ଭାରତକୁ ତେଲ ଯୋଗାଣ ସୁନିଶ୍ଚିତ କରିବା ପାଇଁ କମ୍ପାନିର କାର୍ଯ୍ୟନିର୍ବାହୀଙ୍କ ସହ ରିୟାଦରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ କଥା ହୋଇଥିଲେ । ଯୋଗାଣ ସ୍ୱାଭାବିକ ରହିବ ଏବଂ କୌଣସି ପ୍ରକାର ପ୍ରତିବନ୍ଧକ ସୃଷ୍ଟି ହେବନାହିଁ ବୋଲି ଆମକୁ ସାଉଦି ତରଫରୁ ପ୍ରତିଶ୍ରୁତି ମିଳିଛି ।
ଅନ୍ୟପକ୍ଷରେ ସେପ୍ଟେମ୍ବରର ତେଲ ଯୋଗାଣ ବାବଦରେ ତୈଳ ବିପଣନକାରୀ କମ୍ପାନିଙ୍କ ସହ ଆଲୋଚନା ହୋଇଛି । ଭାରତରେ କୌଣସି ଯୋଗାଣଜନିତ ସମସ୍ୟା ନାହିଁ । ବଦଳୁଥିବା ପରିସ୍ଥିତି ଉପରେ ଆମେ ନଜର ରଖିଛୁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ଉଲ୍ଲେଖଯୋଗ୍ୟ, ଡ୍ରୋନ୍ ଆକ୍ରମଣ ପରେ ସାଉଦି ଆରବର ତୈଳ ଭିତ୍ତିଭୂମି ପ୍ରଭାବିତ ହୋଇଛି । ଫଳରେ ଏହା ନିଜ ଉପôାଦନ ଦୈନିକ ୫୭ ଲକ୍ଷ ବ୍ୟାରେଲ୍ କମାଇ ଦେଇଛି । ବିଶ୍ୱ ତୈଳ ଉପôାଦନର ଏହା ୫ଧ ବୋଲି ଆକଳନ କରାଯାଇଛି । ଅନ୍ତର୍ଜାତୀୟ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons