କୁତ୍ରା,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ଖତକୁରବାହାଲ ଗ୍ରାମରେ ଗତ ମାସ ୨୬ ତାରିଖରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ସୁଦ୍ଧା ରୋଗୀ ସଂଖ୍ୟା ସରକାରୀ ଭାବେ ୪୪ରେ ପହଞ୍ଚିଥିବା ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗ୍ରାମର ଆହୁରି ଅନେକ ଲୋକ ଜ୍ୱରରେ ପୀଡ଼ିତ ହୋଇ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଏହି ଗ୍ରାମରୁ ବର୍ତ୍ତମାନ ଯାଏ ୪୪ ଜଣଙ୍କ ରକ୍ତ ନମୂନା ପରୀକ୍ଷାରୁ ଡେଙ୍ଗୁ ପଜିଟିଭ ଥିବା ଜଣାପଡ଼ିଛି । ଏମାନଙ୍କ ମଧ୍ୟରୁ ଏବେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୨୨ ଜଣଙ୍କୁ ସ୍ୱତନ୍ତ୍ର ଭାବେ ଅନ୍ୟ ରୋଗୀଙ୍କ ଠାରୁ ଅଲଗା ରଖାଯାଇ ଚିକିତ୍ସା କରାଯାଉଛି । ସେହିପରି ବୁର୍ଲା ମେଡିକାଲରେ ୩ ଜଣ ଏବଂ କଟକ ମେଡିକାଲରେ ଜଣେ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି । ମେଡିକାଲରୁ ସୁସ୍ଥ ହେବା ପରେ କେତେକ ରୋଗୀଙ୍କୁ ଡିସ୍ଚାର୍ଜ କରାଯାଇଥିବା ବେଳେ ସେମାନଙ୍କୁ ନିଜ ନିଜ ଘରେ କିଛି ଦିନ ପାଇଁ ଆଇସୋଲେଟେଡ (ଏକାକୀ ରହିବା) ଭାବେ ମଶାରୀ ମଧ୍ୟରେ ରହିବାକୁ ପରାମର୍ଶ ଦିଆଯାଇଛି । ଏଠାରେ ଡେଙ୍ଗୁ ରୋଗର ଭୟାବହତାକୁ ଦେଖି ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗତ ୫ ଦିନ ହେବ ଖତକୁରବାହାଲ ଗ୍ରାମରୁ ଡେଙ୍ଗୁର ପ୍ରକୋପ ହ୍ରାସ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ।
ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ ଅ%ିକାରୀ ମଧ୍ୟ ଏହି ଗ୍ରାମ ପରିଦର୍ଶନ କରି ଆବଶ୍ୟକ ପଦକ୍ଷେପ ନେବାକୁ ନିଦେ୍ର୍ଧଶ ଦେଇଛନ୍ତି । ପ୍ରତ୍ୟେହ ଗ୍ରାମରେ ଜ୍ୱର ରୋଗୀଙ୍କ ରକ୍ତ ନମୂନା ମଧ୍ୟ ସଂଗ୍ରହ କରାଯାଇ ଡେଙ୍ଗୁ ରୋଗର ପରୀକ୍ଷା କରାଯାଇଛି । ଗ୍ରାମରେ ଗତ ୧୪ ତାରିଖରେ ୧୪୯ ଜଣ, ୧୫ ତାରିଖରେ ୧୨୨ ଜଣ ଏବଂ ଆଜି ଏହା ହ୍ରାସ ପାଇ ୨୧ ଜଣ ନୂତନ ଜ୍ୱର ରୋଗୀ ଭାବେ ଦେଖା ଦେଇଥିବା ସହ ସେମାନଙ୍କ ରକ୍ତ ନମୂନା ପରୀକ୍ଷା ପାଇଁ ନିଆଯାଇଛି । ବର୍ତ୍ତମାନ ଯାଏ ପ୍ରାୟ ୫ ଶହରୁ ଉଦ୍ଧ୍ୱର୍ ଲୋକଙ୍କ ରକ୍ତ ପରୀକ୍ଷା କରାଯାଇଛି । ଆଜି ଯେପରି ଭାବେ ଜ୍ୱର ରୋଗୀଙ୍କ ସଂଖ୍ୟା ୨୧କୁ ହ୍ରାସ ପାଇଛି ସେଥିରୁ ଆଶା କରାଯାଉଛି ଯେ ଡେଙ୍ଗୁ ରୋଗକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଆଶା ରଖିଛି ।
Comments are closed, but trackbacks and pingbacks are open.