କନ୍ଧମାଳ: ପୁଲିସ ଓ ମାଓବାଦୀଙ୍କ ପୃଥକ୍ ପୋଷ୍ଟର :ମୁଖ୍ୟସ୍ରୋତରେ ସାମିଲ ହେବାକୁ ପୁଲିସର ଆହ୍ୱାନ

Get real time updates directly on you device, subscribe now.

ଫୁଲବାଣୀ,(ବି.ବି.ନୁ୍ୟଜ୍): ମାଓବାଦୀଙ୍କୁ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହେବାକୁ କନ୍ଧମାଳ ପୁଲିସ ଆହ୍ୱାନ କରିଛି । ପୁଲିସ ପକ୍ଷରୁ ଏନେଇ ଫିରିଙ୍ଗିଆ ବ୍ଲକର ମାଓ ଅଧୁ୍ୟଷିତ ସୁମେରୁ ବନ୍ଧ ଓ ସାଡ଼ିଙ୍ଗିଆ ପଞ୍ଚାୟତର ବିଭିନ୍ନ ସ୍ଥାନରେ ପୋଷ୍ଟର ମରାଯାଇଛି । ଅପରପକ୍ଷେ ମାଓବାଦୀ ବାଲିଗୁଡ଼ା ଖମନଖୋଲ ପଞ୍ଚାୟତ ପରୁଭଟ୍ଟା ଜଙ୍ଗଲରେ ପୋଷ୍ଟର ଲଗାଇଛନ୍ତି ।
ପୁଲିସ ପୋଷ୍ଟରରେ ପୂର୍ବରୁ ଆତ୍ମ ସମର୍ପଣ କରିଥିବା ମାଓ କ୍ୟାଡର ମାନଙ୍କ ଉଦାହରଣ ଦିଆଯାଇ ସେମାନେ କିପରି ମୁଖ୍ୟସ୍ରୋତକୁ ଫେରି ଶାନ୍ତିରେ ଜୀବନ ଯାପନ କରୁଛନ୍ତି ଦର୍ଶାଯାଇଛି । ଜେଲ କମ୍ବା ଜଙ୍ଗଲ ମଧ୍ୟରେ ନିଜର ଜୀବନ ଅତିବାହିତ ନକରି ଆତ୍ମ ସମର୍ପଣ କରି ଏକ ନୂତନ ଜୀବନ ଯାପନ କରିବାକୁ ଏଥିରେ ଆହ୍ୱାନ କରାଯାଇଛି । ଏଥିରେ ଫୋନ ନମ୍ବର ଦିଆଯାଇ ଯଦି ଆତ୍ମ ସମର୍ପଣ କରି ଶାନ୍ତିରେ ଜୀବନ ଯାପନ କରିବାକୁ ଚାହୁଁଛନ୍ତି ଯୋଗାଯୋଗ କରିବାକୁ କୁହାଯାଇଛି । ଏଥିସହ ଗ୍ରାମବାସୀଙ୍କ ଉଦେ୍ଧଶ୍ୟରେ ମାଓବମାଦୀଙ୍କ କାର୍ଯ୍ୟକଳାପ ଉପରେ ମଧ୍ୟ ଲେଖାଯାଇଛି । ମାଓବାଦୀମାନେ ଜନତାଙ୍କ ପାଇଁ କାମ କରୁଥିବା କହୁଥିବା ବେଳେ ରାସ୍ତା, ମୋବାଇଲ ଟାୱାର ନିର୍ମାଣ ଓ ଅନ୍ୟାନ୍ୟ ବିକାଶ କାର୍ଯ୍ୟକୁ ବିରୋଧ କରୁଛନ୍ତି । ରାସ୍ତାଘାଟ ନଥିବାରୁ ଲୋକେ ହଇରାଣ ହେବା ସହ ରୋଗୀ ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚି ନପାରି ମୃତୁ୍ୟ ମୁଖରେ ପଡ଼ୁଛନ୍ତି । ପିଲାମାନେ ସ୍କୁଲକୁ ଯାଇ ନପାରି ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ମାଓବାଦୀମାନେ ଲୋକଙ୍କୁ ପ୍ରଲୋଭନ ଦେଖାଇ ନିଜ ଦଳରେ ସାମିଲ କରିବା ସହ ସେମାନଙ୍କ ପରିବାର ଠାରୁ ଦୂରେଇ ନିଅନ୍ତି ଏବଂ ଗ୍ରାମକୁ ଫେରିଲେ ପୁଲିସ ମାରିଦେବାର ଭୟଭୀତ କରିଥାନ୍ତି । ଆତ୍ମ ସମର୍ପଣ କରୁଥିବା ମାଓବାଦୀଙ୍କୁ ସରକାରଙ୍କ ନୀତି ଅନୁଯାୟୀ ଆର୍ଥିକ ସହାୟତା ସହ ସ୍ୱାବଲମ୍ବୀ କରାଯାଉଛି । ଯାହା ଦ୍ୱାରା ମର୍ଯ୍ୟାଦାର ସହ ସମାଜରେ ବଞ୍ଚି ପାରିବ । ତେଣୁ ହିଂସାର ପଥ ପରିହାର କରି ଶାନ୍ତିର ଜୀବନ ଯାପନ ପାଇଁ ଏହି ପୋଷ୍ଟର ଆହ୍ୱାନ କରାଯାଇଛି ।
ସେପଟେ ମନଖୋଲ ପଞ୍ଚାୟତର ପରୁଭଟ୍ଟା ଜଙ୍ଗଲ ନିକଟରେ ଏକ ଡିଟିପି ମାଓ ପୋଷ୍ଟର ଲାଗିଛି ।ଏଥିରେ ଲେଖା ରହିଛି ଯେ କେକେବିଏନ (କୋରାପୁଟ, କନ୍ଧମାଳ, ବୌଦ୍ଧ ଓ ନୟାଗଡ଼) ଡିଭିଜନ ୱାଲ୍ ପତ୍ରିକା । ବ୍ରାହ୍ମଣୀୟ ଅର୍ଦ୍ଧସାମନ୍ତି, ଅର୍ଦ୍ଧଉପନିବେଶ ବ୍ୟବସ୍ଥାରେ ଗଣତନ୍ତ୍ରର ସ୍ଥାନ କାହିଁ? ଜନ ଗଣତନ୍ତ୍ର ପାଇଁ ସେପ୍ଟେମ୍ବର ୨୧ ମାଓବାଦୀ ପାର୍ଟିର ପନ୍ଦରତମ ପ୍ରତିÂା ଦିବସରେ ଶପଥ କରନ୍ତୁ । କମୁ୍ୟନିଷ୍ଟ ପାର୍ଟି କହିଲେ ଏକ ବିଚାର ଏକତା, ଏକ ଶଙ୍କଳ୍ପର ଏକତା । ବର୍ତ୍ତମାନ ହାବିଲଦାରମାନଙ୍କ ବାଣିଜ୍ୟଗତ ସରକାର ବା ଅର୍ଦ୍ଧପତିତ ସଂଶୋଧନବାଦ ପାର୍ଟି କମୁ୍ୟନିଷ୍ଟ ପାର୍ଟି ପାଖରେ ନାହିଁ । ମାrବାଦ, ଲେନିନବାଦ, ମାଓବାଦ ବିଚାର ସହିତ ଶ୍ରେଣୀ ସଂଗ୍ରାମର ମାନସିକତା ସାଙ୍ଗକୁ ଦୀର୍ଘକାଳୀନ ଜନଯୁଦ୍ଧ ଦ୍ୱାରା ଭାରତ ବର୍ଷର ସାମ୍ରାଜ୍ୟବାଦ, ସାମନ୍ତବାଦ ଓ ଦଲାଲ ଅମଳାତନ୍ତ୍ରିକ ପୁଞ୍ଜିବାଦଜକୁ ସ୍ୱତନ୍ତ୍ର କୃଷି ବିପ୍ଲବ ଜରିଆରେ ଉପାଡି ଫିଙ୍ଗି ନୂଆ ଗଣତନ୍ତ୍ରିକ ବିଳ୍ପବକୁ ସଫଳ କରି ସର୍ବହରାନେତୃତ୍ୱରେ ଜନଗଣ ତାନ୍ତ୍ରିକରେ ଏକନାୟକତ୍ୱ ପ୍ରତିÂା କରିବା ପାଇଁ ଭାରତୀୟ କମୁ୍ୟନିଷ୍ଟ ମାଓବାଦୀର ଲକ୍ଷ୍ୟ ବା ସଂକଳ୍ପ ଅଟେ । ସେ ସମୟର କମୁ୍ୟନିଷ୍ଟ ପାର୍ଟିକୁ ସଂଶୋଧନବାଦ ଆଖ୍ୟା ଦେଇ ସଂର୍ଘଷ ଭିତରେ ସିପିଏମ୍ ଠାରୁ ଅଲଗା ହୋଇ ସଶସ୍ତ୍ର କୃଷି ବିପ୍ଲବ ଜରିଆରେ ଭାରତ ବର୍ଷକୁ ମୁକ୍ତି କରିବା ପାଇଁ ଜନସାଧାରଣ ଉଦେ୍ଧଶ୍ୟରେ ପୋଷ୍ଟର ଲଗାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons