ଜନ୍ମଦିନରେ ମା’ଙ୍କୁ ଭେଟିଲେ ମୋଦି:ଆଶୀର୍ବାଦ ସହ ୫୦୧ ଟଙ୍କା ଦେଲେ ମା’

Get real time updates directly on you device, subscribe now.

ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କର ୬୯ତମ ଜନ୍ମ ଦିବସ ଅବସରରେ ମା’ ହୀରାବେନଙ୍କୁ ଭେଟି ତାଙ୍କ ଆଶୀର୍ବାଦ ନେଇଛନ୍ତି । ପ୍ରଧାନମନ୍ତ୍ରୀ ଗାନ୍ଧୀନଗର ନିକଟ ରାଇସାନ ଗ୍ରାମରେ ଥିବା ମା’ଙ୍କ ଘରକୁ ଯାଇଥିଲେ । ସେଠାରେ ମା’ଙ୍କ ପାଖରେ ଦୁଇହାତ ଯୋଡ଼ି ମଥାନତ କରିଥିଲେ । ମା’ ତାଙ୍କ ମୁଣ୍ଡ ଉପରେ ହାତରଖି ଆଶୀର୍ବାଦ ଦେଇଥିଲେ । ଏଥିସହିତ ସେ ମା’ଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ । ମା’ଙ୍କ ସହ ସେ ପ୍ରାୟ ୩୦ ମିନିଟ୍ ସମୟ ବିତାଇଥିଲେ । ମା’ ମଧ୍ୟ ମୋଦିଙ୍କୁ ୫୦୧ ଟଙ୍କା ଦେଇଥିଲେ । ଘର ବାହାରେ ଉପସ୍ଥିତ ଲୋକଙ୍କ ସହ ମୋଦି ବାର୍ତ୍ତାଳାପ କରିଥିଲେ ଏବଂ ଅଟୋଗ୍ରାଫ ମଧ୍ୟ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ଆଜି ସର୍ଦ୍ଧାର ସରୋବର ଡ୍ୟାମର ସର୍ବୋଚ୍ଚ ଜଳସ୍ତର ଦେଖିବା ସହ ନମାମୀ ଦେବୀ ନର୍ମଦା ମହୋତ୍ସବ ଉଦ୍ଘାଟନ କରିଥିଲେ । ସେ ସର୍ଦ୍ଧାର ସରୋବର ଡ୍ୟାମ୍ରେ ମା’ ନର୍ମଦାଙ୍କ ପୂଜାର୍ଚ୍ଚନା କରିବା ସହ ଆରତୀ କରିଥିଲେ । ଏକ ଜନସଭାକୁ ସମ୍ବୋଦନ କରି ମୋଦି କହିଥିଲେ ଯେ ସର୍ଦ୍ଧାର ସରୋବର ଡ୍ୟାମ ଓ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି (ଷ୍ଟାଚୁ୍ୟ ଅଫ୍ ୟୁନିଟି) ନିର୍ମାଣ ହେଉଛି ଦୃଢ଼ ଇଚ୍ଛାଶକ୍ତିର ପ୍ରତୀକ । ଗୁଜରାଟ ଏବେ ପରିବେଶ ସୁରକ୍ଷା ସହ ବିକାଶର ନୂଆ ମଡେଲ ହୋଇଛି । ପ୍ରକୃତି ହେଉଛି ଆମର ଅତି ଆପଣାର । ଏହା ଆମ ପାଇଁ ରତ୍ନ । କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଯୋଗୁ ଗୁଜରାଟର ୫୦ଧ ଜଳ ସଞ୍ଚୟ ହୋଇପାରିଛି । ଏଥିସହିତ ୩୫ ଧ ସାର ଓ ୪୦ ଧ ଶ୍ରମଶକ୍ତିର ବ୍ୟବହାର ହ୍ରାସ ପାଇଛି । ବିଦୁ୍ୟତ ଶକ୍ତି ମଧ୍ୟ ସଞ୍ଚୟ ହୋଇଥିବା ସେ କହିଛନ୍ତି । ଏହି ଅବସରରେ ସେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସମ୍ପର୍କରେ ବର୍ଣ୍ଣନା କରିଥିଲେ । କହିଥିଲେ ସ୍ୱାଧୀନତା ପରେ ଯାହା ହୋଇ ନଥିଲା ତାହା ଏବେ ସମ୍ଭବ ହୋଇଛି । ଦେଶବାସୀଙ୍କ ଗୋଟିଏ ଭାରତର ସ୍ୱପ୍ନ ସାକାର ହୋଇପାରିଛି ।
ସର୍ଦ୍ଧାର ସରୋବର ଡ୍ୟାମର ସର୍ବୋଚ୍ଚ ଜଳଧାରଣ କ୍ଷମତା ହେଉଛି ୧୩୮.୬୮ ମିଟର । ରବିବାର ସନ୍ଧ୍ୟାରେ ଏହା ସର୍ବୋଚ୍ଚ ସ୍ତର ଛୁଇଁଥିଲା । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନର୍ମଦା ଜିଲ୍ଲାର କେଭାଡିଆ ଗସ୍ତ କରିଥିଲେ । ସେଠାରେ ସେ ଆକାଶମାର୍ଗରୁ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ‘ଷ୍ଟାଚୁ୍ୟ ଅଫ୍ ୟୁନିଟି’ ଦେଖିଥିଲେ । ସେଠାରେ ଥିବା ଖଳବନୀ ପରିବେଶ ପର୍ଯ୍ୟଟନ ସ୍ଥଳୀ ଗସ୍ତ କରିଥିଲେ । କାକଟସ୍ ବଗିଚା ମଧ୍ୟ ସେ ବୁଲି ଦେଖିଥିଲେ । କେଭାଡିଆରେ ଥିବା ପ୍ରଜାପତି ବଗିଚା ସେ ପରିଦର୍ଶନ କରିଥିଲେ । ସେଠାରେ ଏକ ବ୍ୟାଗରେ ଭର୍ତ୍ତି ହୋଇଥିବା ବିଭିନ୍ନ ପ୍ରଜାତିର ପ୍ରଜାପତିଙ୍କୁ ସେ ଉଡ଼ାଇଥିଲେ । ଏଥିସହ କେଶରୀ ରଙ୍ଗର ଟାଇଗର ପ୍ରଜାପତିକୁ ସେ ରାଜ୍ୟ ପ୍ରଜାପତି ଭାବେ ଘୋଷଣା କରିଥିଲେ । ଷ୍ଟାଚୁ୍ୟ ଅଫ୍ ୟୁନିଟି ପରିସରରେ ଥିବା ଏକତା ନର୍ସରୀ ବୁଲି ଦେଖିଥିଲେ । ନର୍ମଦା ନଦୀ କୂଳରେ ଅବସ୍ଥିତ ଗରୁଡେ଼ଶ୍ୱର ଦତ୍ତ ମନ୍ଦିର ମଧ୍ୟ ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ଏଥିସହିତ ନର୍ମଦା ନଦୀରେ ନୌଚାଳନା, ଜଙ୍ଗଲ ସଫାରୀ ପାର୍କ ସମେତ ଅନ୍ୟ କେତେକ ପ୍ରକଳ୍ପ ମଧ୍ୟ ସେ ଉଦ୍ଘାଟନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ଏସବୁ କାର୍ଯ୍ୟକ୍ରମରେ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଓ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଯୋଗଦେଇଥିଲେ । ମୋଦିଙ୍କ ଜନ୍ମଦିନ ଅବସରରେ ଦେଶ ବିଦେଶରୁ ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons