ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି:ଇ-ସିଗାରେଟ୍ ନିଷେଧ

Get real time updates directly on you device, subscribe now.

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ଦୁଇଟି ବଡ଼ ନିଷ୍ପତ୍ତି ନେଇଛନ୍ତି । ଇ-ସିଗାରେଟ୍କୁ ଦେଶରେ ନିଷେଧ କରାଯାଇଛି । ରେଳ କର୍ମଚାରୀଙ୍କ ପାଇଁ ପାର୍ବଣ ଭେଟି ସ୍ୱରୂପ ୭୮ ଦିନର ବୋନସ୍ ଘୋଷଣା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁÂିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ଇ-ସିଗାରେଟ୍କୁ ନିଷେଧ କରିବା ଲାଗି ଏକ ଅଧ୍ୟାଦେଶକୁ ଆଜି ଅନୁମୋଦନ ମିଳିଛି । ଅଧ୍ୟାଦେଶରେ ଇ-ସିଗାରେଟ୍ର ବିକି୍ର, ଉପôାଦନ, ଆମଦାନି, ରପ୍ତାନି, ପରିବହନ ଏବଂ ବିଜ୍ଞାପନକୁ ଅପରାଧ ବିବେଚନା କରାଯାଇଛି । ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଜେଲ ଓ ଜରିମାନା ଭଳି ଦଣ୍ଡ ବିଧାନ ରହିଛି । ପ୍ରଥମ ଥର ନିୟମ ଉଲ୍ଲଂଘନ କଲେ ବର୍ଷେ ପର୍ଯ୍ୟନ୍ତ ଜେଲ ଓ ୧ ଲକ୍ଷ ଟଙ୍କାର ଜରିମାନା ବ୍ୟବସ୍ଥା ଅଛି । ଏକାଧିକ ଥର ଉଲ୍ଲଂଘନ କ୍ଷେତ୍ରରେ ୩ ବର୍ଷ ଯାଏ ଜେଲ କିମ୍ବା ୫ ଲକ୍ଷ ଟଙ୍କାର ଜରିମାନା ଲାଗୁ ହେବ । ସ୍ଥଳ ବିଶେଷରେ ଉଭୟ ଦଣ୍ଡ ବିଧାନ ହେବ । ଇ-ସିଗାରେଟ୍କୁ ମହଜୁଦ ରଖିଲେ ୬ ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ସହ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା କିମ୍ବା ଉଭୟ ଲାଗୁ ହେବ ।
ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଦେଶରେ ଇଲେକ୍ଟେ୍ରାନିକ୍ ସିଗାରେଟ୍ (ଇ-ସିଗାରେଟ୍)କୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଏହାଦ୍ୱାରା ଇ-ସିଗାରେଟ୍ର ଉପôାଦନ, ବିକି୍ର, ଭଣ୍ଡାରଣ ଏବଂ ଅନ୍ୟ କାରବାରକୁ ପ୍ରଶ୍ରୟ ଦିଆଯିବ ନାହିଁ । ଯୁବପିଢ଼ିଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପଡୁଛି । ସ୍କୁଲ୍ ପିଲାମାନେ ମଧ୍ୟ ଏହାର ଶିକାର ହେଉଛନ୍ତି । ତେବେ ଏ ନେଇ ଆଜି ଅଧ୍ୟାଦେଶକୁ ମଞ୍ଜୁରି ମିଳିଛି । ରାଷ୍ଟ୍ରପତିଙ୍କ ମଞ୍ଜୁରି ମିଳିବା ପରେ ଏହା କାର୍ଯ୍ୟକାରୀ ହେବ । ଏହାପରେ ସଂସଦର ପରବର୍ତ୍ତୀ ଅଧିବେଶନରେ ଏକ ସ୍ୱତନ୍ତ୍ର ବିଧେୟକ ଅଣାଯିବ ଏବଂ ଏହା ଆଇନରେ ପରିଣତ ହେବ ।
ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି, ଆମେରିକାରେ ପାଖାପାଖି ୩୦ ଲକ୍ଷ ଲୋକ ନିୟମିତ ଭାବେ ଇ-ସିଗାରେଟ୍ ବ୍ୟବହାର କରୁଛନ୍ତି । ୨୦୧୧ରୁ ୨୦୧୫-୧୬ ମଧ୍ୟରେ ଆମେରିକାରେ ଇ-ସିଗାରେଟ୍ ସେବନକାରୀଙ୍କ ସଂଖ୍ୟା ୯୦୦ଧ ବୃଦ୍ଧି ପାଇଛି । ଭାରତରେ ଏହି ଧାରା ବଢ଼ିବାରେ ଲାଗିଛି । ସେ କହିଛନ୍ତି, ସିଗାରେଟ୍ ଛାଡ଼ିବା ପାଇଁ ପ୍ରଥମେ ଇ-ସିଗାରେଟ୍ ବ୍ୟବହାର କରାଯାଉଥିଲା । କିନ୍ତୁ ଏହା ଏବେ ନିଶାରେ ପରିଣତ ହୋଇଛି । ଭାରତରେ ଏବେ ୪୦୦ ବ୍ରାଣ୍ଡ୍ର ଇ-ସିଗାରେଟ୍ ରହିଛି । କିନ୍ତୁ କୌଣସି ଗୋଟିଏ ବି ଦେଶରେ ଉପôାଦନ ହେଉନାହିଁ । ୧୫୦ଟି ସ୍ୱାଦରେ ଏହା ଆସୁଛି । ତେବେ ଇ-ସିଗାରେଟ୍ରେ ନିକୋଟିନ୍ ରହୁଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ।
ସୂଚନା ଓ ପ୍ରସାରଣ ମନ୍ତ୍ରୀ ଜାଭଡେ଼କର କହିଛନ୍ତି, ଇ-ସିଗାରେଟ୍ ବ୍ୟବହାର ଅହେତୁକ ଭାବେ ବୃଦ୍ଧି ପାଇଥିଲା । ଯୁବପିଢ଼ି ଏହାର ଅଧିକ ଶିକାର ହେଉଥିଲେ । ତେଣୁ ସରକାରଙ୍କ ଏଭଳି ପଦକ୍ଷେପ ସମୟୋପଯୋଗୀ ହୋଇପାରିଛି । ଏମ୍ସ, ଟାଟା ଏବଂ ବାକି ଅନ୍ୟ ସମସ୍ତ ପ୍ରମୁଖ ହସ୍ପିଟାଲ୍ର ଡାକ୍ତରମାନେ ଇ-ସିଗାରେଟ୍ ବାରଣ ପାଇଁ ସୁପାରିସ କରିଥିଲେ । ଏହାପରେ ବୈଷୟିକ କମିଟି ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରିବା ପରେ ରିପୋର୍ଟ ଦେଇଥିଲା । ଶେଷରେ ଏ ବାବଦ ଅଧ୍ୟାଦେଶକୁ କ୍ୟାବିନେଟ୍ ମଞ୍ଜୁରି ପାଇଁ ପଠାଯାଇଥିଲା ।
ଏ ନେଇ ଜାରି ହୋଇଥିବା ସରକାରୀ ବିବୃତିରେ କୁହାଯାଇଛି ଯେ ଅଧ୍ୟାଦେଶ ଲାଗୁ ହେବା ପରେ ଦେଶ ମଧ୍ୟରେ ଇ-ସିଗାରେଟ୍ର ସମସ୍ତ ଷ୍ଟକ୍ ବେଆଇନ ବିବେଚିତ ହେବ । ତେଣୁ ଏହା ପୂର୍ବରୁ ଏଗୁଡ଼ିକୁ ନିକଟସ୍ଥ ଥାନାଗୁଡ଼ିକରେ ଦାଖଲ କରାଯିବା ଆବଶ୍ୟକ । ଯଦି ଏହାକୁ ଯଥାଶୀଘ୍ର ଥାନାରେ ଦାଖଲ କରାନଯାଏ, ତେବେ ଚଢ଼ଉ କରାଯାଇ କାର୍ଯ୍ୟାନୁÂାନ ନିଆଯିବ । ଜଣେ ସରକାରୀ ଅଧିକାରୀ କହିଛନ୍ତି, ଇ-ସିଗାରେଟ୍ ବ୍ୟବହାରକୁ ବ୍ୟାନ୍ କରାଯାଇ ନାହିଁ । ଯଦି ଏହି ଅଧ୍ୟାଦେଶକୁ ବିରୋଧ କରି କୌଣସି ସଂସ୍ଥା କୋର୍ଟ ଯାଆନ୍ତି, ଆମେ ତାହାର ସାମ୍ନା କରିବୁ ।
ଆଜି କ୍ୟାବିନେଟ୍ ବୈଠକରେ ଇ-ସିଗାରେଟ୍ ସମ୍ପୂର୍ଣ୍ଣ ନିଷେଧ ନେଇ ଘୋଷଣା କରାଯିବା ପରେ ଷ୍ଟକ୍ ବଜାରରେ ସିଗାରେଟ୍ କମ୍ପାନିଗୁଡ଼ିକର ସେୟାର ମୂଲ୍ୟ ବୃଦ୍ଧି ପାଇଥିଲା । ଆଇଟିସି, ଗଡ୍ଫ୍ରେ ଫିଲିପ୍ସ, ଭିଏସ୍ଟି ଇଣ୍ଡଷ୍ଟ୍ରିଜ୍ ସେୟାର ମୂଲ୍ୟ ବଢ଼ିଥିଲା । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ରେ ଆଇଟିସି ସେୟାର ମୂଲ୍ୟ ୨.୧୭ଧ ବଢ଼ି ୨୪୨.୩୦ ଟଙ୍କା ହୋଇଥିବା ବେଳେ ଗଡ୍ଫ୍ରେ ଫିଲିପ୍ସ ଇଣ୍ଡିଆ ଲିମିଟେଡ୍ ସେୟାର ମୂଲ୍ୟ ୯ଧ ବଢ଼ି ୧,୦୨୩.୩ ଟଙ୍କା ହୋଇଥିଲା । ସେହିଭଳି ଭିଏସ୍ଟି ଇଣ୍ଡଷ୍ଟି୍ରଜ୍ ଲିମିଟେଡ୍ ଓ ଗୋଲ୍ଡେନ୍ ଟବାକୋ ଲିମିଟେଡ୍ର ସେୟାର ମୂଲ୍ୟ ଯଥାକ୍ରମେ ୩.୪୫ଧ ଓ ୪.୬୯ଧ ବଢ଼ିଥିଲା ।
ରେଳ କର୍ମଚାରୀଙ୍କୁ ବୋନସ୍ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଜାଭଡେ଼କର କହିଛନ୍ତି, ସରକାର ପ୍ରତିବର୍ଷ ପାର୍ବଣ ଋତୁ ପୂର୍ବରୁ ଏହି ବୋନସ୍ ଦେଇଥାନ୍ତି । ଏହାକୁ ମିଶାଇ ଲଗାତର ଷÂ ବର୍ଷ ପାଇଁ ବୋନସ୍ ଘୋଷଣା କରାଯାଇଛି । କର୍ମଚାରୀଙ୍କ ୭୮ ଦିନର ଦରମା ପରିମାଣ ଯାହା, ସେହି ମୂଲ୍ୟର ବୋନସ୍ ଦିଆଯିବ । ଏହାଦ୍ୱାରା ସରକାରଙ୍କ ରାଜକୋଷ ଉପରେ ୨,୦୨୪ କୋଟି ଟଙ୍କାର ବୋଝ ପଡ଼ିବ ବୋଲି ଆକଳନ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons