ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆଜି ସକାଳ ୧୦ଟା ୪୦ରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଅଚାନକ ବାଲିଅନ୍ତା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । କାର୍ଯ୍ୟାଳୟର ୧୪ ଜଣ କର୍ମଚାରୀଙ୍କ ମଧ୍ୟରୁ ମାତ୍ର ୨ ଜଣ ଉପସ୍ଥିତ ଥିଲେ । ତେବେ ବ୍ଲକ୍ ଶିକ୍ଷାଧିକାରୀ ସ୍ନିଗ୍ଧା ମିଶ୍ର ସ୍କୁଲଗୁଡିକୁ ବ୍ୟାଗ୍ ଓଜନ ଚେକିଂ ପାଇଁ ଯାଇଥିବାରୁ ବିଳମ୍ବ ହୋଇଥିଲା ବୋଲି ସୂଚନା ଦେଇଥିଲେ । ତାଙ୍କୁ ବାଦ୍ ଦେଇ ଅନ୍ୟ ୧୧ ଜଣଙ୍କର ଗୋଟିଏ ଦିନର ଦରମା ବନ୍ଦ କରିବାକୁ ନିଦେ୍ର୍ଧଶ ଦେଇଥିଲେ । ଏପରିକି ଉପସ୍ଥାନ ଖାତାରେ ଯେଉଁମାନେ ଆସିନଥିଲେ, ମନ୍ତ୍ରୀ ଶ୍ରୀ ଦାଶ ନିଜେ ସେମାନଙ୍କର ଛକ ପକାଇଥିଲେ । ବାଲିଅନ୍ତା ବ୍ଲକ ଶିକ୍ଷାଧିକାରୀଙ୍କ ସହ ମନ୍ତ୍ରୀ ଶ୍ରୀ ଦାଶ ବିଦ୍ୟାଳୟଗୁଡିକର ପାଠପଢା ଓ ଅକ୍ଟୋବର ୨ର ଗାନ୍ଧୀ ଜୟନ୍ତୀରେ ହେବାକୁ ୧୫୦ତମ ଗାନ୍ଧୀ ଜୟନ୍ତୀ ପାଳନ ଏବଂ ଶିକ୍ଷାନୁÂାନରେ ଚାଲିଥିବା ନିର୍ମାଣ କାର୍ଯ୍ୟର ତଦାରଖ ବାବଦରେ ଆଲୋଚନା କରିଥିଲେ । ଏହି ଅବସରରେ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାଶ ପ୍ରତାପ ଶାସନ ନୋଡାଲ୍ ହାଇସ୍କୁଲ ଗସ୍ତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାରତୀ ରଥ ୧୫୦ତମ ଗାନ୍ଧୀ ଜୟନ୍ତୀ ଉତ୍ସବ ପାଳନ ପ୍ରସ୍ତୁତି କାର୍ଯ୍ୟ ଏବଂ ଶ୍ରେଣୀ ଗୃହରେ ପାଠପଢା ଠିକ ସମୟରେ ହେଉନଥିବା କହିବାରୁ ତାଙ୍କୁ କୈଫିୟତ ମାଗିବା ପାଇଁ ବାଲିଅନ୍ତା ବ୍ଲକ ଶିକ୍ଷାଧିକାରୀଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଧିକ ଶ୍ରେଣୀଗୃହର ଆବଶ୍ୟକତା ଦୃଷ୍ଟିରୁ ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ଚିଠି ଲେଖିବାକୁ ପରାମର୍ଶ ଦେଇଥିଲେ । ମନ୍ତ୍ରୀ ଅଚାନକ ଗସ୍ତ ସମୟରେ ନୂଆପାଟଣା ପ୍ରାଥମିକ ବିଦ୍ୟାଳୟ, ବନମାଳୀପୁର ହାଇସ୍କୁଲ, ଭାପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସାଜନଗରପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନିଆଳି ହାଇସ୍କୁଲ, କପିଳେଶ୍ୱର ବିଦ୍ୟାପୀଠ, କୁରାଙ୍ଗ ଉର୍ଦ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଲକ୍ଷେଶ୍ୱର ନୋଡାଲ୍ ହାଇସ୍କୁଲ, କାଚରାମାଳ ନୋଡାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରମୁଖ ସ୍କୁଲକୁ ଯାଇଥିଲେ । ତେବେ ମନ୍ତ୍ରୀଙ୍କ ଏଭଳି ଅଚାନକ ଗସ୍ତକୁ ଦେଖି ବିଭିନ୍ନ ସ୍କୁଲରେ ବିଳମ୍ବରେ ପହଞ୍ଚୁଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ଭିତରେ କୋକୁଆ ଭୟ ଦେଖା ଦେଇଛି ।
ସେହିପରି ମନ୍ତ୍ରୀ ଆଜି ବାଲିପାଟଣା ବ୍ଲକର ବନମାଳୀପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ପହଞ୍ଚିଥିଲେ । ସେଠାରେ କିଛି ପାଠପଢାରେ ବ୍ୟତିକ୍ରମ ଦେଖିଥିବା ବେଳେ ପ୍ରଧାନ ଶିକ୍ଷକ ପତିତପାବନ ପଣ୍ଡା ଆସିନଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଦେଇଥିଲେ । ପରେ ମନ୍ତ୍ରୀ ଭାପୁର ପ୍ରାଥମିକ ବିଦ୍ୟାଳୟରେ ସିଧା ପିଲାଙ୍କ କ୍ଲାସରୁମକୁ ଯାଇଥିଲେ । ସେଠାରେ ୪ଟି କ୍ଲାସରେ ଶିକ୍ଷକ ନଥିବାରୁ ସଙ୍ଗେ ସଙ୍ଗେ ଉପସ୍ଥାନ ଖାତା ମଗାଇ ଥିଲେ । ମଧୁସ୍ମିତା ମହାପାତ୍ର ଛୁଟିରେ ଥିବା ବେଳେ ଲୋକନାଥ ସାହୁ ଓ ରିନା ସାରିକା ଗୁଡିଆଙ୍କ ବିରୁଦ୍ଧରେ କାରଣ ଦର୍ଶଅ ନୋଟିସ ଜାରି କରିଥିଲେ । ଦୁଇ ବିଦ୍ୟାଳୟରେ ୧୫୦ ତମ ଗାନ୍ଧୀ ଜୟନ୍ତୀ ପାଇଁ ଚିତ୍ରାଙ୍କନ, ତର୍କ ଓ ବିତର୍କ ପ୍ରତିଯୋଗିତା କରାଯାଉ ନଥିବାରୁ ଓ ହାଇସ୍କୁଲ ମାନଙ୍କରେ ଆଇ.ସି.ଟି ଲ୍ୟାବ ବନ୍ଦ ଥିବାରୁ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ ।
Comments are closed, but trackbacks and pingbacks are open.