୨୦ରୁ ମେଡିକାଲ କାଉନ୍‌ସେଲିଂ ପଞ୍ଜୀକରଣ ଆରମ୍ଭ, ଜୁଲାଇ ୫ରେ ପ୍ରଥମ ପର‌୍ୟାୟ ନାମଲେଖା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ପକ୍ଷରୁ ରାଜ୍ୟରେ ମେଡିକାଲ୍‌ କାଉନ୍‌ସେଲିଂ କରାଯିବ । ରାଜ୍ୟ କୋଟା ଥିବା ୮୫ ପ୍ରତିଶତ ସିଟ୍‌ ପାଇଁ ଓଜେଇଇ କାଉନ୍‌ସେଲିଂ କରିବ । ଅନ୍ୟ ୧୫ ପ୍ରତିଶତ ସିଟ୍‌ ପାଇଁ ମେଡିକାଲ୍‌ କାଉନସିଲ୍‌ କମିଟି କାଉନସେଲିଂ କରିବ । ତେବେ ନାମଲେଖା ପାଇଁ ୨୦ ତାରିଖରୁ ଛାତ୍ରଛାତ୍ରୀମାନେ ପଞ୍ଜୀକରଣ କରିପାରିବେ । ଯାହାକି ୨୫ ତାରିଖରେ ଶେଷ ହେବ । ୨୬ ତାରିଖ ଦିନ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇବ । ଏନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।
ବିଜ୍ଞପ୍ତି ଅନୁସାରେ ଜୁଲାଇ ୧ ତାରିଖ ଦିନ ମେରିଟ୍‌ ଲିଷ୍ଟ ବାହାରିବ । ସେହିଦିନ ୧୧ଟାରୁ ୨ ତାରିଖ ରାତି ୧୧ଟା ୫୯ ମିନିଟ୍‌ ଭିତରେ ଛାତ୍ରଛାତ୍ରୀମାନେ ଚଏସ୍‌ ଫିଲିଂ ଓ ଲକ୍‌ିଂ କରିବେ । ଛାତ୍ରଛାତ୍ରୀମାନେ ୪ ତାରିଖରେ ପ୍ରଥମ ପର‌୍ୟାୟ ସିଟ୍‌ ଆଲଟମେଣ୍ଟ୍‌ ଓ ପ୍ରୋଭିଜିନାଲ୍‌ ଆଲଟ୍‌ମେଣ୍ଟ ଲେଟର ଡାଉନ୍‌ଲୋଡ୍‌ କରିପାରିବେ । ଏହା ପରେ ପ୍ରଥମ ପର‌୍ୟାୟ ପ୍ରୋଭିଜିନାଲ୍‌ ନାମଲେଖା ୫ ତାରିଖରୁ ୯ ତାରିଖ ପର‌୍ୟନ୍ତ ଚାଲିବ । ଗଣ୍ଡମୁଣ୍ଡାସ୍ଥିତ ଓଜେଇଇ ସେଲ୍‌ରେ ସକାଳ ୧୦ଟାରୁ ଅପରାହ୍‌ଣ ୫ଟା ପର‌୍ୟନ୍ତ ନାମ ଲେଖା ହେବ । ନାମଲେଖାଇଥିବା ଛାତ୍ରଛାତ୍ରୀମାନେ ୧୨ ତାରିଖ ଅପରାହ୍‌ଣ ୫ଟା ଭିତରେ ଶିକ୍ଷାନୁଷ୍ଠାନରେ ଯୋଗ ଦେବେ ।
ଅନ୍ୟପକ୍ଷରେ ୨୪ ତାରିଖ ବଳକା ସିଟ୍‌ ତାଲିକା ବାହାରିବ । ସେହିଦିନ ସକାଳ ୧୦ଟାରୁ ଚଏସ୍‌ ଫିଲିଂ ଓ ଲକିଂ ଆରମ୍ଭ ହୋଇ ୨୫ ତାରିଖ ପର‌୍ୟନ୍ତ ଚାଲିବ । ଦ୍ୱିତୀୟ ପର‌୍ୟାୟ୍‌ ସିଟ୍‌ ଆଲଟ୍‌ମେଣ୍ଟ ୨୬ରେ ବାହାରିବା ପରେ ଛାତ୍ରଛାତ୍ରୀମାନେ ଆଡ୍‌ମିଶନ ଲେଟର ଡାଉନଲୋଡ୍‌ କରିବେ । ଏହା ପରେ ଦ୍ୱିତୀୟ ପର‌୍ୟାୟ ନାମଲେଖା ୨୭ରୁ ୩୦ ତାରିଖ ପର‌୍ୟନ୍ତ ଚାଲିବ । ଦ୍ୱିତୀୟ ପର‌୍ୟାୟ ନାମଲେଖା ସରିବା ପରେ ସିଟ୍‌ ବଳକା ରହିଲେ ଅଗଷ୍ଟ ୪ ରୁ ୮ ତାରିଖ ଭିତରେ ସ୍ପଟ୍‌ କାଉନସେଲିଂ ହେବ । ସୁପ୍ରିମ୍‌କୋର୍ଟ ତଥା ଏମ୍‌ସିଆଇର ରିପୋର୍ଟ ଅନୁସାରେ ଯେଉଁମାନେ ସର୍ବଭାରତୀୟ ମେଡିକାଲ୍‌ କାଉନ୍‌ସେଲିଂ କିମ୍ବା ଓଜେଇଇ ମେଡିକାଲ୍‌ କାଉନ୍‌ସେଲିଂରେ ଭାଗନେଇ ନାମଲେଖାଇ ପାରିନଥିବେ, ସେମାନେ ସ୍ପଟ୍‌ କାଉନ୍‌ସେଲିଂରେ ଅଂଶଗ୍ରହଣ କରିପାରିବେ ନାହିଁ । ତେବେ ସବୁ ନାମଲେଖା ଶେଷ ହେଲା ପରେ ୧୩ ତାରିଖ ଦିନ ବଳକା ସିଟ୍‌ ଗୁଡ଼ିକ ଘରୋଇ ମେଡିକାଲ୍‌ କଲେଜକୁ ଦିଆଯିବ । ଏନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଛାତ୍ରଛାତ୍ରୀ ଅଧିକ ତଥ୍ୟ ଜାଣିବାକୁ ହେଲେ ଓଜେଇଇର ୱେବସାଇଟ୍‌ କ୍ଟହରର.ଦ୍ଭସମ.ସଦ୍ଭ ଓ କ୍ଟୟସଗ୍ଦଷବହରର.ମକ୍ଟଜ୍ଞ ରେ ଲଗ୍‌ ଇନ୍‌ କରିପାରିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons