ଭୁବନେଶ୍ୱର ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ରେଳ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ
ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ ଷ୍ଟେସନ ଭାବେ ନିର୍ମାଣ କରିବାକୁ ଆରମ୍ଭ ହୋଇଛି ପ୍ରୟାସ । ଏନେଇ ଗୁରୁବାରରେ ରେଳ ବିଭାଗ ଓ ରାଜ୍ୟ ସରକାରଙ୍କ ଭିତରେ ବୁଝମଣାପତ୍ର ସ୍ୱାକ୍ଷରିତ ହୋଇଛି । ଦିଲ୍ଲୀରେ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଭିଡିଓ କନ୍ଫରେନ୍ସିଂରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।
ଭୁବନେଶ୍ୱର ରେଳ ଷ୍ଟେସନକୁ ମଲଟି-ମୋଡାଲ ହବ୍ କରବାକୁ ପ୍ରାୟ ୧୩୦କୋଟି ଟଙ୍କା ଖର୍ଚ୍ଚ ହେବ । ଯେଉଁଥିରୁ ରେଳ ବିଭାଗ ୭୦କୋଟି ଏବଂ ରାଜ୍ୟ ସରକାର ୬୦କୋଟି ଟଙ୍କା ଖର୍ଚ୍ଚ କରିବେ ।
ଏହି ପ୍ରକଳ୍ପର ଭିତ୍ତିଭୂମିରେ ରେଳଷ୍ଟେସିନ ପାଇଁ ନୂଆ ଏବଂ ଅତ୍ୟାଧୁନିକ ଟର୍ମିନାଲ ବିଲଡିଂ, ସିଟି ବସ ଟର୍ମିନାଲ ବିଲଡିଂ, ପବ୍ଲିକ କାର୍ ପାର୍କିଂ, ଟ୍ୟାକ୍ସି ଚଳାଚଳ ବ୍ୟବସ୍ଥା, ଥିଏଟର ପ୍ଲାଜା, ଆର୍ଟ ପ୍ଲାଜା, ଫୁଡ୍ କୋର୍ଟ, ଲନ୍ ସହ ବିଭିନ୍ନ ଅତ୍ୟାଧୁନିକ ବ୍ୟବସ୍ଥା କରାଯିବ । ରେଳ ଷ୍ଟେସନରେ ଏୟାରପୋର୍ଟର ଅନୁଭବ କରିବେ ଯାତ୍ରୀ ।
Comments are closed, but trackbacks and pingbacks are open.