ପୋଖରୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ

Get real time updates directly on you device, subscribe now.

ଜଗତସିଂହପୁର : ପୋଖରୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ । ଜଗତସିଂହପୁର ଜିଲ୍ଲା ସଦର ଥାନା ମହିଳାଚାରିବାଟିଆ ଗାଁ ନିକଟ ପୋଖରୀରେ ଭାସୁଛି ମୃତଦେହ । ହତ୍ୟା କରାଯାଇଥିବା ସନ୍ଦେହ । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ।
ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲା ସଦର ଥାନା ମହିଳାଚାରିବାଟିଆ ଗାଁ ନିକଟ ପୋଖରୀରେ ମୃତଦେହ ଭାସୁଥିବାର ଗ୍ରାମବାସୀ ଦେଖିଥିଲେ । ତେବେ ଏନେଇ ପୋଲିଡସକୁ ଖବର ଦେଇଥିଲେ ଗ୍ରାମବାସୀ । ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସଂପୃକ୍ତ ବ୍ୟକ୍ତିଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons