ଆଠମଲ୍ଲିକ : ଅନୁଗୋଳ ସବଲପୁର ଜାତୀୟ ରାଜପଥ ୫୫ ନମ୍ବର ହଣ୍ଡପା ଥାନା ପାଗବନ୍ଧା ନିକଟରେ ସଡକ ଦୁର୍ଘଟଣା ହୋଇଛି । ଏକ କୋଇଲା ବୋଝେଇ ଟ୍ରକ୍ ସହିତ କାର୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ କାର୍ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ହେଲେ ଦୀପକ ଶୁଆଇନ । କାରରେ ଥିବା ଆଉ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଜଣଙ୍କ ହେଲେ ଦେବବ୍ରତ ସ୍ବାଇଁ। ତାଙ୍କୁ ଗୁରୁତର ଆବସ୍ଥାରେ ହଣ୍ଡପା ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
Comments are closed, but trackbacks and pingbacks are open.