ହୁ୍ୟଷ୍ଟନରେ ପହଞ୍ଚôଲେ ପ୍ରଧାନମନ୍ତ୍ରୀ

Get real time updates directly on you device, subscribe now.

ମୋଦିଙ୍କ ସହ ଯୋଗଦେବେ ଟ୍ରମ୍ପ
ନୂଆଦିଲ୍ଲୀ: ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତିରେ ହୁ୍ୟଷ୍ଟନରେ ପହଞ୍ଚôଛନ୍ତି । ହୁ୍ୟଷ୍ଟନର ଜର୍ଜବୁଶ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚôବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଭାରତୀୟ ସମୟ ରବିବାର ଭୋର ୪ଟା ୩୦ରେ ହୋଟେଲ ପୋଷ୍ଟ ଓକ୍ରେ ସେ ଆମେରିକାର ୧୬ଟି ତୈଳ ଓ ଗ୍ୟାସ କମ୍ପାନିର ସିଇଓଙ୍କୁ ଭେଟି ଆଲୋଚନା କରିବେ । ମୋଦିଙ୍କ ଆମେରିକା ଗସ୍ତର ଏହା ହେବ ପ୍ରଥମ କାର୍ଯ୍ୟକ୍ରମ । ଏହା ପରେ ସେ ପିଆଇଓ ଓ ଏନ୍ଆରଆଇଙ୍କୁ ଭେଟିବେ ।
ଆସନ୍ତାକାଲି (ରବିବାର) ରାତି ପ୍ରାୟ ୮ଟା ୩୦ରେ ସେ ହୁ୍ୟଷ୍ଟନର ଏନ୍ଆର୍ଜି ଷ୍ଟାଡିୟମ୍ରେ ଆୟୋଜିତ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଯୋଗଦେବେ । ତାଙ୍କ ସହିତ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ଟ ଟ୍ରମ୍ପ ମଧ୍ୟ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ ଆମେରିକାର ୬୦ ଜଣ ସାଂସଦ ଓ ୫୦ ହଜାରରୁ ଅଧିକ ପ୍ରବାସୀ ଭାରତୀୟ ସାମିଲ ହେବେ । ମୋଦି ଓ ଟ୍ରମ୍ପ ସେଠାରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବେ । ଉଭୟ ନେତା ମଧ୍ୟ ଏହି ଅବସରରେ କିଛି ବଡ ଘୋଷଣା କରିବାର ସମ୍ଭାବନା ରହିଛି । କାର୍ଯ୍ୟକ୍ରମ ପ୍ରାୟ ରାତି ୧୧ଟାରେ ଶେଷ ହେବ । ଏହା ପରେ ମୋଦି ନୁ୍ୟୟର୍କ ଯିବା ପୂର୍ବରୁ ଆମେରିକା କଂଗ୍ରେସ ସଦସ୍ୟଙ୍କ ସହ ଆଲେଚାନା କରିବେ । ମୋଦିଙ୍କ ଏହି ଗସ୍ତ ଅବସରରେ ଟ୍ରମ୍ପଙ୍କ ସହିତ ତାଙ୍କର ଦୁଇଥର ଭେଟ ହେବ । ପ୍ରଥମେ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଏବଂ ତା ପରେ ୨୪ ତାରିଖରେ ଜାତିସଂଘ ସାଧାରଣ ପରିଷଦ ଅଧିବେଶନ ଅବସରରେ ଦୁଇନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଅନୁÂିତ ହେବ । ନୁ୍ୟୟର୍କରେ ମୋଦି ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ରହିବେ । ଏହି ସମୟ ଭିତରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ଜାତିସଂଘ ସାଧାରଣ ପରିଷଦ ଅଧିବେଶନରେ ମଧ୍ୟ ଉଦ୍ବୋଧନ ଦେବେ ।
ଶୁକ୍ରବାର ରାତିରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତରେ ଯାଇଥିଲେ । ଯିବା ପୂର୍ବରୁ ସେ କହିଥିଲେ ଯେ ତାଙ୍କର ଏହି ଗସ୍ତ ଫଳରେ ଦୁଇଦେଶର ସମ୍ପର୍କ ଅଧିକ ମଜବୁତ ହେବ । ଏଥିସହିତ ସେ ଟ୍ରମ୍ପଙ୍କୁ ଭେଟିବା ଲାଗି ବ୍ୟଗ୍ରତାର ସହ ଅପେକ୍ଷା କରିଥିବା ମଧ୍ୟ କହିଥିଲେ । ଆମେରିକା ଯିବା ବାଟରେ ଆଜି ସକାଳେ ସେ ଜର୍ମାନୀର ଫ୍ରାଙ୍କଫର୍ଟରେ ଦୁଇଘଣ୍ଟା ପାଇଁ ରହିଥିଲେ । ସେଠାରେ ତାଙ୍କୁ ଭାରତୀୟ ରାଷ୍ଟ୍ରଦୂତ ମୁକ୍ତା ତୋମର ଓ ବାଣିଜ୍ୟ ଦୂତ ପ୍ରତିଭା ପାର୍କର ସ୍ୱାଗତ କରିଥିଲେ । ମୋଦି ସେମାନଙ୍କ ସହ ଆଲୋଚନା କରିଥିଲେ । ଦୁଇଘଣ୍ଟାର ରହଣୀ ପରେ ପ୍ରଧାନମନ୍ତ୍ରୀ ସେଠାରୁ ହୁ୍ୟଷ୍ଟନ ଅଭିମୁଖେ ଯାତ୍ରା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons