ମୋକିମ୍ଙ୍କୁ କଟକ ଦଶହରା ଶାନ୍ତି କମିଟି ପ୍ରସ୍ତୁତି ବୈଠକକୁ ନ ଡାକିବା ପ୍ରସଙ୍ଗ:କାର୍ଯ୍ୟାନୁÂାନ ଦାବି କଲା କଂଗ୍ରେସ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କଟକ ସହର ଦଶହରା ଶାନ୍ତି କମିଟି ପ୍ରସ୍ତୁତି ବୈଠକକୁ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍ଙ୍କୁ ନ ଡାକିବା ପ୍ରସଙ୍ଗ ତେଜିବାରେ ଲାଗିଛି । ପ୍ରଥମେ କେବଳ ଏହା କଟକ ସହରର ପ୍ରସଙ୍ଗ ଥିବା ବେଳେ ଏବେ ଏହା ରାଜ୍ୟ ପ୍ରସଙ୍ଗ ପାଲଟିବାକୁ ବସିଛି । ଏପରିକି ଏ ବାବଦରେ ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି । ସମ୍ମିଳନୀରେ ପୂର୍ବତନ ମିଡିଆ ସେଲ୍ ମୁଖ୍ୟ ତଥା କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ କହିଛନ୍ତି ଯେ, ଖୋଦ୍ ମୁଖ୍ୟମନ୍ତ୍ରୀ ୫ଟିର ମନ୍ତ୍ର ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ କର୍ମଚାରୀମାନଙ୍କୁ ନିଦେ୍ର୍ଧଶ ଦେଇଥିବା ବେଳେ ଓଡିଶା ସରକାରଙ୍କ ଗୃହ ବିଭାଗ ଅଧିନରେ କାର୍ଯ୍ୟ କରୁଥିବା କଟକ ଡିସିପି ଅଖିଳେଶ୍ୱର ସିଂ ଜାଣିଶୁଣି ବାରବାଟୀ-କଟକ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ଙ୍କୁ ନ ଡାକିବା ବେଆଇନ୍ । ଯାହା ଓଡିଶା ସରକାରଙ୍କ ବୁକ୍ ସର୍କୁଲାର ନଂ ୪୭ କୁ ଉଲ୍ଲଂଘନ କରି ସରକାରୀ କାର୍ଯ୍ୟକ୍ରମରୁ ଦୂରରେ ରଖୁଛି । ମୁଖ୍ୟମନ୍ତ୍ରୀ “ମୋ ସରକାର’ କାର୍ଯ୍ୟକ୍ରମ ହାତକୁ ନେଇ ପୁଲିସ ପ୍ରଶାସନ ସାଧାରଣ ଜନତାଙ୍କ ପାଖରେ କିଭଳି ଉତ୍ତରଦାୟୀ ରହିବ, ସେ ପ୍ରସଙ୍ଗରେ ଅତ୍ୟଧିକ ପ୍ରଚାର ପ୍ରସାର କରୁଥିବା ବେଳେ କଟକର ନିର୍ବାଚିତ ବିଧାୟକ ଶ୍ରୀ ମୋକିମ୍ଙ୍କୁ ସରକାରୀ କାର୍ଯ୍ୟକ୍ରମକୁ ନ ଡାକି ଓଡ଼ିଶାବାସୀଙ୍କୁ ଏକ ନକରାତ୍ମକ ସନେ୍ଦଶ ଦେଉଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି ।
ସେହିପରି କଂଗ୍ରେସ ନେତା ତଥା ପୂର୍ବତନ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ଯେ, ଓଡ଼ିଶା ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗ ଜାରି କରିଥିବା ବୁକ୍ ସର୍କୁଲାର ନଂ ୪୭ ଅନୁଯାୟୀ ପ୍ରତ୍ୟେକ ସରକାରୀ ଅଧିକାରୀ ନିର୍ବାଚିତ ଜନପ୍ରତିନିଧିଙ୍କୁ ଯଥାବିଧି ସମ୍ମାନ ପ୍ରଦର୍ଶନ ପୂର୍ବକ ଜନସାଧାରଣଙ୍କ ଉନ୍ନତିମୂଳକ କାର୍ଯ୍ୟ ପାଇଁ ତାଙ୍କୁ ସାହାଯ୍ୟ କରିବେ । ପ୍ରୋଟୋକଲ୍ ଅନୁଯାୟୀ ତାଙ୍କୁ ଯଥାରୀତି ସ୍ଥାନୀୟ କାର୍ଯ୍ୟରେ ସାମିଲ କରାଇବେ । କିନ୍ତୁ ଦୁଖର ବିଷୟ କଟକ ଡିସିପି ଅଖିଳେଶ୍ୱର ସିଂ ଏ ସମସ୍ତ ସରକାରୀ ବିଧି ବ୍ୟବସ୍ଥାକୁ ସଂପୂର୍ଣ୍ଣ ଉଲ୍ଲଘଂନ କରି ଚାଲିଛନ୍ତି । ବାରମ୍ୱାର ତାଙ୍କର ଏ ମନମୁଖୀ କାର୍ଯ୍ୟ ବିରୋଧରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସତ୍ୱେ ସରକାର ସମ୍ପୂର୍ଣ୍ଣ ମୌନବ୍ରତ ପାଳନ କରିବା ଓ କୌଣସି କାର୍ଯ୍ୟାନୁÂାନ ଗ୍ରହଣ ନକରିବା ତାଙ୍କର ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ପ୍ରତି ଥିବା ଆନୁଗତ୍ୟକୁ ଅଙ୍ଗୁଳି ନିଦେ୍ର୍ଧଶ କରୁଛି ବୋଲି ଶ୍ରୀ ମିଶ୍ର କହିଛନ୍ତି । ସେହିପରି କଟକ ଡିସିପିଙ୍କ ସରକାରୀ କାର୍ଯ୍ୟାଳୟକୁ କୌଣସି ରାଜନୈତିକ ଦଳର କାର୍ଯ୍ୟାଳୟ ଭାବରେ ବ୍ୟବହାର ନକରିବାକୁ ଚେତାବନୀ ଦେଇଛି କଂଗ୍ରେସ । ଏହି ସାମ୍ୱାଦିକ ସମ୍ମିଳନୀରେ ପ୍ରଶାନ୍ତ ଶତପଥି, ରଜନୀ କୁମାର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons