ଭୁବନେଶ୍ୱର, (ବି.ବି.ବୁ୍ୟରୋ): କାଶ୍ମୀରରେ ଧାରା ୩୭୦ ଓ ୩୫ (ଏ) ଉଚ୍ଛେଦ ମୋଦି ସରକାରଙ୍କ ଏକ ଐତିହାସିକ ନିଷ୍ପତ୍ତି । ଦେଶର ଅନ୍ୟ ରାଜ୍ୟ ଭଳି ଜମ୍ମୁ କାଶ୍ମୀର ବାସିନ୍ଦା ଏଣିକି କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାର ଲାଭ ଓ ସୁବିଧା ପାଇପାରିବେ । ହେଲେ କିଛି ଦେଶଦ୍ରୋହୀ ସରକାରଙ୍କ ଏଭଳି ପଦକ୍ଷେପ ବିରୋଧରେ ଅପପ୍ରଚାର କରୁଛନ୍ତି । ଏହି ଅପପ୍ରଚାର ରୋକିବାକୁ ଜନଜାଗରଣ ଦରକାର । ସରକାରଙ୍କ ଐତିହାସିକ ପଦକ୍ଷେପର ଉବଲବ୍ଧିକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେବ ବୋଲି କହିଛନ୍ତି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ।
ଆଜି ରାଜ୍ୟ ବିଜେପି ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା ଜନଜାଗରଣ କାର୍ଯ୍ୟକ୍ରମ । ଜମ୍ମୁ କାଶ୍ମୀରରେ ଅନୁଛେଦ ୩୭୦ ଓ ୩୫ (ଏ) ଉଚ୍ଛେଦ ଏବଂ ତାର ଉପଲବ୍ଧି ସଂର୍ପକରେ ଏଥିରେ ଆଲୋଚନା ହୋଇଥିଲା । ସାମିଲ ହୋଇଥିଲେ ବହୁ ବୁଦ୍ଧିଜାବୀ । ମୁଖ୍ୟ ଅତିଥି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶେଖାୱତ କହିଲେ, ଧାରା ୩୭୦ ଓ ୩୫ (ଏ) ଯେଭଁଭଳି ଲାଗୁ କରାଯାଇଥିଲା, ଠିକ୍ ସମାନ ଢଙ୍ଗରେ ତା’କୁ ଉଛେଦ କରାଯାଇଛି । ତେବେ ଏହାକୁ ନେଇ କଂଗ୍ରେସର ଅଧାରୁ ଅଧିକ ନେତା ଏବେ ଦ୍ୱନ୍ଦ୍ୱରେ । ଏ ନେଇ କି ମନ୍ତବ୍ୟ ଦେବେ, କଂଗ୍ରେସ ଜାଣିପାରୁନି । ମୋଦି ସରକାର କାଶ୍ମୀରର ବିକାଶ ଲାଗି ସଂକଳ୍ପବଦ୍ଧ । କାଶ୍ମୀରର ବିକାଶ ପାଇଁ ୫୦ ହଜାର ନୂଆ ରୋଜଗାର ସୃଷ୍ଟି କରିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି । ଖୁବ କମ ଦିନ ଭିତରେ କାଶ୍ମୀରବାସୀଙ୍କ ଘରେ ଘରେ ଶୌଚାଳୟ, ଗ୍ୟାସ ସଂଯୋଗ, ବିଜୁଳି ସଂଯୋଗ, ସ୍ୱାସ୍ଥ୍ୟ ସେବା ଓ ରୋଜଗାର ପହଞ୍ଚିବ । ଏବେ ୧୩୦ କୋଟି ଭାରତୀୟଙ୍କ ଦାୟିତ୍ୱ ହେଉଛି କାଶ୍ମୀରବାସୀଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବା । ସେଥିପାଇଁ ଜନଜାଗରଣ କାର୍ଯ୍ୟକ୍ରମ କରାଯାଇ ଦେଶବାସୀଙ୍କୁ ସଚେତନ କରାଯାଉଛି । ଦେଶର ୩୫ଟି ପ୍ରମୁଖ ସ୍ଥାନ ଏବଂ ୩୭୦ଟି ଅନ୍ୟ ସ୍ଥାନରେ ଏଭଳି କାର୍ଯ୍ୟକ୍ରମ କରାଯିବ । ପୂର୍ବରୁ କରାଯାଇଥିବା ଐତିହାସିକ ଭୁଲକୁ ଆଜି ମୋଦି ସରକାର ଠିକ୍ କରିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଲେ, ଧାରା ୩୭୦ ଉଚ୍ଛେଦ ପରେ ଭାରତର ଟୁକୁଡା ଟୁକୁଡା ଗ୍ୟାଙ୍ଗ୍କୁ ସମର୍ଥନ କରୁଥିବା ଲୋକଙ୍କୁ ବହୁତ କଷ୍ଟ ହେଉଛି । ସେମାନେ ବିଚଳିତ ହୋଇ ପଡ଼ିଛନ୍ତି । ଅନ୍ୟପକ୍ଷରେ ଧାରା ୩୭୦ ଓ ୩୫ ( ଏ) ଉଛେଦ ପରେ ବିଚ୍ଛିନ୍ନତାବାଦରେ ଭରିଥିବା କାଶ୍ମୀର ଆଜି ଏକତା ଓ ଭାଇଚାରର ଉଦାହରଣ ପାଲଟିଛି । ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହ ଏହି ଧାରାକୁ ଉଛେଦ କରି ଏକ ସ୍ୱର୍ଣ୍ଣିମ ଇତିହାସ ରଚନା କରିଛନ୍ତ । ଗୋଟିଏ କି ଦୁଇଟା ଦେଶ ଏହାକୁ ବିରୋଧ କରୁଥିବାବଳେ ସମସ୍ତ ରାଷ୍ଟ୍ର ଭାରତକୁ ସମର୍ଥନ କରୁଛନ୍ତି ।
ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କହିଲେ, ୭୨ ବର୍ଷ ପୂର୍ବରୁ ଏଭଳି ପଦକ୍ଷେପ ନେବାର ଥିଲା । କାଶ୍ମୀରର ବିକାଶ ପାଇଁ ମୋଦି ସରକାର ବହୁ ଭାବିଚିନ୍ତି ଏହି ପଦକ୍ଷେପ ନେଇଛନ୍ତି । ଏହି ବାର୍ତ୍ତା ସଭିଙ୍କ ପାଖରେ ପହଞ୍ଚାଇବାକୁ ହେବ । ବରିÂ ସାମ୍ବାଦିକ ରାଜାରାମ ଶତପଥୀ କହିଲେ, ଭାରତର ପ୍ରାଚୀନ ଧର୍ମର ନାଭି କେନ୍ଦ୍ର ହେଉଛି କାଶ୍ମୀର । ବସୁଧୈବ କୁଟୁମ୍ବକମ୍ ଶବ୍ଦଟି କାଶ୍ମୀରରୁ ଆସିଛି । ଧାରା ୩୭୦ ଓ ୩୫ଏ ଲୋକମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରୁଥିଲା । ମୋଦି ସରକାର ଦମ୍ଭ ଦେଖାଇ ଉଚିତ୍ ପଦକ୍ଷେପ ନେଇଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ସମୀର ମହାନ୍ତି, ସଂପାଦକ ଯତୀନ ମହାନ୍ତି, ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.