ହାଇଦ୍ରାବାଦର ବିଜେପି ଜନଜାଗରଣ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏକ ଐତିହାସିକ ଭୁଲ୍କୁ ଠିକ୍ କରିବା ଉଦେ୍ଧଶ୍ୟରେ ବଡ଼ ପଦକ୍ଷେପ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍ଡିଏ ସରକାର ଆଗାମୀ ଦିନରେ ଜମ୍ମୁ-କାଶ୍ମୀରକୁ ଏକ ଅଗ୍ରଣୀ ଅଞ୍ଚଳରେ ପରିଣତ କରିବାକୁ ବଦ୍ଧ ପରିକର । ଶନିବାର ହାଇଦ୍ରାବାଦରେ ବିଜେପି ପକ୍ଷରୁ ଆୟୋଜିତ ଜନଜାଗରଣ ସଭାରେ ଯୋଗଦେଇ ଏମିତି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି, ଧାରା ୩୭୦ ଦେଶ ବିରୋଧୀ ଥିଲା । ଏହା ଆତଙ୍କବାଦର ଜନକ ଥିଲା । ଜମ୍ମୁ-କାଶ୍ମୀରରେ ବାସ କରୁଥିବା ମହିଳା, ଯୁବବର୍ଗଙ୍କ ବିରୋଧୀ ଥିଲା । ପାକିସ୍ତାନର ସମୃଦ୍ଧି ପାଇଁ ଧାରା ୩୭୦ ଅସ୍ତ୍ର ଭାବେ ବ୍ୟବହାର ହେଉଥିଲା । ଧାରା ୩୭୦ କାରଣରୁ ସେଠାକାର ଯୁବଗୋÂୀଙ୍କୁ ରୋଜଗାର ମିଳୁ ନ ଥିଲା । ଲୋକମାନେ ଜାଗା କିଣିପାରୁ ନ ଥିଲେ । କେନ୍ଦ୍ର ସରକାରଙ୍କ ବିକାଶମୂଳକ ଯୋଜନା ଲାଗୁ ହୋଇପାରୁ ନ ଥିଲା ।
ଧାରା ୩୭୦ ଅସ୍ଥାୟୀ ଥିଲା । ଏହାକୁ ହଟାଇବା ଉଦେ୍ଧଶ୍ୟରେ ଭାରତୀୟ ଜନସଂଘର ପ୍ରତିÂାତା ଓ ବହୁ ମହାପୁରୁଷ ବଳିଦାନ ଦେଇଛନ୍ତି । ଦୀର୍ଘ ୭୦ ବର୍ଷ ଶାସନରେ ରହିବା ସତ୍ତେ୍ୱ କଂଗ୍ରେସ ଜମ୍ମୁ-କାଶ୍ମୀରରୁ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିପାରି ନ ଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି କାରଣରୁ ଧାରା ୩୭୦ ଉଚ୍ଛେଦ ହୋଇପାରିଛି ବୋଲି ସେ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରେ ଏବେ ସେଠାରେ କୌଣସି ଅପ୍ରତିକର ପରିସ୍ଥିତି ନାହିଁ । ପିଲାଠାରୁ ବୁଢ଼ା ଯାଏଁ ସଭିଏଁ ନିର୍ଭୟରେ ବୁଲି ପାରୁଛନ୍ତି । ଯୁବକମାନେ ରୋଜଗାରର ସୁଯୋଗ ପାଇପାରୁଛନ୍ତି । ଲଦାଖ ଓ କାରଗିଲର ଲୋକଙ୍କ ଯନ୍ତ୍ରଣାକୁ ହୃଦୟଙ୍ଗମ କରି ପ୍ରଧାନମନ୍ତ୍ରୀ ଏହାକୁ ଭିନ୍ନ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons