ଉଦ୍‌ଘାଟିତ ହେଲା ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲ୍

Get real time updates directly on you device, subscribe now.

ଭୁବନେଶ୍ୱର: ଭୁବନେଶ୍ୱରରେ ଗତକାଲି ଉଦ୍‌ଘାଟିତ ହୋଇଛି ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲ୍। ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍‌ ଦ୍ୱାରା ଆୟୋଜିତ ଏହି କାର୍ୟ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍‌ର ଏଡିଟୋରିଆଲ୍ ଡାଇରେକଟର୍ ପ୍ରଭୁ ଚାୱଲା କାର୍ୟ୍ୟକ୍ରମର ଆରମ୍ଭ କରିଥିଲେ। ପ୍ରଥମ ଦିନରେ ଦେଶର ବିଭିନ୍ନ ଭାଷା ଓ ଭାଷା ଭିତ୍ତିକ ସଂସ୍କୃତି ଉପରେ ଆଲୋଚନା ହୋଇଥିଲା।
ମୁଖ୍ୟତଃ ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର ସହ ଲୋକଙ୍କ ନିକଟରେ ଏହା କିପରି ଅଧିକରୁ ଅଧିକ ପହଞ୍ଚିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଆଲୋଚନା ଚକ୍ରରେ ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ନନ୍ଦିତା ଦାସ ଏବଂ ବରିଷ୍ଠ କବି ଜୟନ୍ତ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons