ହୁ୍ୟଷ୍ଟନରେ ‘ମୋଦି ମୋଦି’:ଗୋଟିଏ ମଞ୍ଚରେ ମୋଦି-ଟ୍ରମ୍ପ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଭାରତ ଓ ଆମେରିକା ସମ୍ପର୍କର ଇତିହାସରେ ଆଜି ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ଟେକ୍ସାସ ରାଜ୍ୟର ହୁ୍ୟଷ୍ଟନ ସହରରେ ଥିବା ଏନ୍ଆରଜି ଷ୍ଟାଡିୟମ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି । ଆମେରିକାରେ ଅନ୍ୟ ଏକ ଦେଶର ନେତାଙ୍କ ପାଇଁ ଏଭଳି ମେଗା କାର୍ଯ୍ୟକ୍ରମ ଆୟୋଜନ କରାଯିବା ଏହା ପ୍ରଥମ । ଉଭୟ ଦେଶର ପ୍ରାୟ ୧୦୦ କୋଟି ଲୋକ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିଛନ୍ତି ।
ଗୁଡ ମର୍ଣ୍ଣିଂ ହୁ୍ୟଷ୍ଟନ, ଗୁଡ ମର୍ଣ୍ଣିଂ ଟେକ୍ସାସ ଓ ଗୁଡ ମର୍ଣ୍ଣିଂ ଆମେରିକା କହି ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଭାଷଣ ଆରମ୍ଭ କରିଥିଲେ । କହିଥିଲେ ଯେ ଟ୍ରମ୍ପଙ୍କର କୌଣସି ପରିଚୟ ଦରକାର ନାହିଁ । ବିଶ୍ୱ ରାଜନୀତିରେ ଟ୍ରମ୍ପଙ୍କ ବଡ ପ୍ରଭାବ ରହିଛି । ଟ୍ରମ୍ପ ସର୍ବଦା ତାଙ୍କୁ ଅତି ଆପଣାର ଲାଗନ୍ତି । ଏହି ଅବସରରେ ମୋଦି ଆମେରିକାରେ ‘ଅବ୍ କି ବାର୍-ଟ୍ରମ୍ପ ସରକାର’ ବୋଲି ଉଲ୍ଲେଖ କରିଥିଲେ । କହିଥିଲେ ଆମେରିକା ଅର୍ଥନୀତିକୁ ଆହୁରି ସୁଦୃଢ଼ କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ୍ । ବିଶ୍ୱ ଅର୍ଥନୀତିରେ ମଧ୍ୟ ତାଙ୍କ ଭୂମିକା ଉଲ୍ଲେଖନୀୟ । ଭାରତର ସେ ଜଣେ ଶୁଭଚିନ୍ତକ । ଭାରତ ଓ ଆମେରିକାର ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବାରେ ତାଙ୍କ ଭୂମିକା ଅଭୂତପୂର୍ବ ।
ସେହିଭଳି ଟ୍ରମ୍ପ ତାଙ୍କର ୩୦ ମିନିଟ୍ର ଭାଷଣରେ ପ୍ରଧାନମନ୍ତ୍ରୀ ମୋଦି ଓ ଭାରତର ବେଶ୍ ପ୍ରଶଂସା କରିଥିଲେ । କହିଥିଲେ ମୋର ପ୍ରିୟ ବନ୍ଧୁଙ୍କ ସହ ଆଜି ଏହି ମଞ୍ଚରେ ଉପସ୍ଥିତ ରହିଛି । ଏହା ଟେକ୍ସାସ ପାଇଁ ସବୁଠାରୁ ବଡଦିନ । ଆମେରିକାର ବିକାଶରେ ପ୍ରବାସୀ ଭାରତୀୟଙ୍କ ଅବଦାନ ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । କହିଥିଲେ ଦୁଇ ଦେଶର ସମ୍ବୋଧନ ‘ୱି ଦି ପିପୁଲ’ରୁ ଆରମ୍ଭ ହୋଇଥାଏ । ମୋଦି ରାଜରେ ୩୦ କୋଟି ଲୋକ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି । ଆମେରିକାର ଅର୍ଥ ବ୍ୟବସ୍ଥା ସବୁଠାରୁ ଭଲ । ଦୁଇଦେଶ ମିଳିତ ଭାବେ ସମ୍ପର୍କକୁ ଆହୁରି ମଜବୁତ କରିବା ଦିଗରେ କାର୍ଯ୍ୟକରିବେ । ଏଥିସହିତ ଇସ୍ଲାମିକ ଆତଙ୍କବାଦର ମିଳିତ ମୁକାବିଲା ଦୁଇଦେଶ କରିବେ । ସେହିଭଳି ସୀମା ସୁରକ୍ଷା ଦିଗରେ ମଧ୍ୟ ଦୁଇଦେଶ ଏକାଠି କାର୍ଯ୍ୟ କରିବେ । ଅବୈଧ ନାକଗରିକଙ୍କୁ କୌଣସି ଭାବେ ଆମେରିକା ଗ୍ରହଣ କରିବ ନାହିଁ । ଭଗବାନ ସଭିଙ୍କ ଭଲ କରନ୍ତୁ, ଭାରତର ଓ ଆମେରିକାର ।
ଉଭୟ ମୋଦି ଓ ଟ୍ରମ୍ପ ଏହି କାର୍ଯ୍ୟକ୍ରମରେ ପ୍ରାୟ ଦେଢ଼ଘଣ୍ଟାରୁ ଅଧିକ ସମୟ ଧରି ଏକାଠି ହୋଇଥିଲେ । ଟେକ୍ସାସ-ଇଣ୍ଡିଆ ଫୋରମ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆମେରିକାର ୬୦ ସାଂସଦ ଓ ୫୦ ହଜାରରୁ ଅଧିକ ପ୍ରବାସୀ ଭାରତୀୟ ଯୋଗଦେଇଥିଲେ । ଉଭୟ ନେତା କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚôବା ପରେ ହୁ୍ୟଷ୍ଟନ ମେୟର ଉଭୟଙ୍କୁ ସ୍ୱାଗତ କରିଥିଲେ । ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବା ପୂର୍ବରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ଏଥିରେ ଭାରତୀୟ ସାଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ବିରଳ ରୋଗରେ ପୀଡ଼ିତ ଭାରତୀୟ ବଂଶୋଦ୍ଭବ କିଶୋର । ହ୍ୱିଲଚେୟାରରେ ବସି ଏହି ୧୬ ବର୍ଷୀୟ କିଶୋର ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଭାରତର ଜାତୀୟ ସଙ୍ଗୀତ ଗାନ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ ।
ବିଭିନ୍ନ ପ୍ରକାର ବାଦ୍ୟ, ନୃତ୍ୟ, ଗୀତ ଓ ଚିତାକର୍ଷକ ଆଲୋକମାଳାରେ ସମଗ୍ର ଷ୍ଟାଡିୟମ୍ ଗୁଞ୍ଜରିତ ହୋଇଥିଲା । ପ୍ରାୟ ୪୦୦ କଳାକାର ଷ୍ଟାଡିୟମ୍ରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ଷ୍ଟାଡିୟମ୍ରେ ‘ମୋଦି-ମୋଦି’ ଓ ‘ବନେ୍ଦ ମାତରମ’ ନାରା ଶୁଣିବାକୁ ମିଳିଥିଲା । ଲୋକମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଥିଲା । ମୋଦିଙ୍କ ଭାଷଣ ଶୁଣିବା ଓ ତାଙ୍କୁ ଅତି ନିକଟରେ ଦେଖିବାର ସୁଯୋଗ କେହି ବି ହାତଛଡା କରିବାକୁ ଚାହିଁନଥିଲେ । ସେଥିପାଇଁ ଟେକ୍ସାସ ସମେତ ଅନ୍ୟାନ୍ୟ ରାଜ୍ୟରୁ ବହୁସଂଖ୍ୟକ ପ୍ରବାସୀ ଭାରତୀୟ ଆସି ପହଞ୍ଚôଥିଲେ ।
ହାଓଡି ମୋଦି କାର୍ଯ୍ୟକ୍ରମ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଏନ୍ଆରଜି ସେଣ୍ଟର ଠାରେ ଏନ୍ଆରଜି ଅଧିକାରୀ ଓ କିଛି ଆମେରିକା ସାଂସଦଙ୍କ ସହ ମଧ୍ୟାହ୍ନ ଭୋଜନ ବୈଠକରେ ସାମିଲ ହୋଇଥିଲେ । ଏହା ପରେ ସେ ଗାନ୍ଧି ମୁ୍ୟଜିୟମ, ଗୁଜରାଟ ସମାଜର ହୁ୍ୟଷ୍ଟନ ଇଭେଣ୍ଟ ସେଣ୍ଟର ଓ ସିଦ୍ଧି ବିନାୟମ ମନ୍ଦିର ଉଦ୍ଘାଟନ କରିଥିଲେ । ଏହା ପରେ ସେ ନୁ୍ୟୟର୍କ ଅଭିମୁଖେ ଯାତ୍ରା କରିଥିଲେ । ପ୍ରଧାନମନ୍ତ୍ରୀ ଗତକାଲି ଏଠାରେ ଆସି ପହଞ୍ଚôବା ପରେ ତାଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରଥମ ଦିନର ପ୍ରଥମ କାର୍ଯ୍ୟକ୍ରମ ସ୍ୱରୂପ ସେ ଆମେରିକାର ୧୬ଟି ତୈଳ ଓ ଗ୍ୟାସ୍ କମ୍ପାନିର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ଆମେରିକାର ଗ୍ୟାସ କମ୍ପାନି ଟେଲୁରିୟନ ଓ ଭାରତର ପେଟ୍ରୋନେଟ ଏଲ୍ଏନ୍ଜି ଲିମିଟେଡ ମଧ୍ୟରେ ବୁଝାମଣା ସ୍ୱାକ୍ଷର ହୋଇଛି । ବୁଝାମଣା ଅନୁସାରେ ଭାରତ ଆମେରିକାରୁ ବାର୍ଷିକ ୫ ନିୟୁତ ଟନ ଏଲ୍ଏନ୍ଜି ଆଣିବ । ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ସେଠାରେ ବସବାସ କରୁଥିବା ଶିଖ୍ ସମୁଦାୟ, କାଶ୍ମୀର ପଣ୍ଡିତ ଓ ଦାଉଦି ବୋରା ସମୁଦାୟର ଲୋକଙ୍କୁ ଭେଟିଥିଲେ । ସେମାନେ ବିଭିନ୍ନ ସମସ୍ୟା ବିଷୟରେ ମୋଽିଙ୍କ ସହ ଆଲୋଚନା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons