ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପ୍ରମୁଖ ଗଣମାଧ୍ୟମ ପ୍ରକାଶନ ସଂସ୍ଥା ଓଡ଼ିଶା ମିଡ଼ିଆ ପକ୍ଷରୁ ରାଜ୍ୟର ୧୭ ଜଣ ଯୁବ ପ୍ରତିଭାଙ୍କୁ ମିଳିଛି ପ୍ରଥମ ଓଡ଼ିଶା ଯୁବ ସମ୍ମାନ । ସମ୍ମାନିତ ହୋଇଥିବା ସମସ୍ତ ପ୍ରତିଭାଙ୍କ ବୟସ ୪୦ ବର୍ଷରୁ କମ୍ ରହିଛି ।
ଆଜିର ସମାରୋହରେ ଅତିଥି ଭାବେ କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ବିଶିଷ୍ଟ ଶିଶୁ ସାହିତି୍ୟକ ଦାଶ ବେନହୁର ଯୋଗଦେଇ ପ୍ରତିଭାମାନଙ୍କୁ ସମ୍ମାନିତ କରିଛନ୍ତି । ରାଜନୀତି କ୍ଷେତ୍ର ପାଇଁ ବିଜେଡି ନେତା ତଥା ରାଜ୍ୟ ସରକାରଙ୍କ ଆଇଟି ବିଭାଗ ଉପଦେଷ୍ଟ ଅନୁଭନ ପଟ୍ଟନାୟକ, ସିନେମା ପାଇଁ ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ସାହିତ୍ୟ ପାଇଁ ‘ପ୍ରମେୟ’ର କଟକ ଏଜିଏମ୍ ନୁ୍ୟଜ୍ ତଥା ବିଶିଷ୍ଟ କଥାକାର ରବି ନାରାୟଣ ଦାଶ, କ୍ରିଡ଼ା ପାଇଁ ଅର୍ନ୍ତଜାତୀୟ ଧାବିକା ଦୂତି ଚାନ୍ଦ, ସାମ୍ବାଦିକତା ପାଇଁ ଚୌଧୁରୀ ଅମିତାଭ ଦାସ, ନୃତ୍ୟ ପାଇଁ ଶାଶ୍ୱତ ଯୋଶୀ, ସଂଗୀତ ପାଇଁ ଦୀପ୍ତିରେଖା ପାଢୀ, ଶିକ୍ଷା ପାଇଁ ଅନିଲ୍ ପ୍ରଧାନ, ସମାଜସେବା ପାଇଁ ଅଙ୍କିତା ଶ’, କଳା ପାଇଁ ସ୍ଥାପତ୍ୟ କାରିଗର କାନ୍ତକିଶୋର ମହାରଣା, ଗୋÂୀ ସଚେତନତା ପାଇଁ ସାମାଜିକ ଗଣମାଧ୍ୟମ କର୍ମୀ ରୁଦ୍ର ପ୍ରସନ୍ନ ରଥ, ନେତୃତ୍ୱ ପାଇଁ ଶୁଭ୍ରାଂଶୁ ଶେଖର ଓଝା, ମନୋରଞ୍ଜନ ପାଇଁ ସିନେମା ଗୀତିକାର ସୁବ୍ରତ ସ୍ୱାଇଁ, ପୋଷଣ ଓ ସ୍ୱାସ୍ଥ୍ୟ ପାଇଁ ସ୍ମୃତି ମହାପାତ୍ର, ଉଦୟମାନ ଲେଖକ ବର୍ଗ ପାଇଁ ଅଭିଷେକ ପାଣି, ଉଦ୍ୟୋଗ ପାଇଁ ଅନୁକୁଳ ଅଗ୍ରୱାଲ ଓ ମଡେଲିଂ ପାଇଁ ବିଜୟିନୀ ଲାବଣ୍ୟା ଦାସଙ୍କୁ ସମ୍ମାନିତ କରିଛନ୍ତି ।
ବିଶିଷ୍ଟ କଥାଶିଳ୍ପୀ ତଥା ଶିଶୁ ସାହିତି୍ୟକ ଦାଶ ବେନହୁର କହିଛନ୍ତି, ଆଜି ସମ୍ମାନିତ ହୋଇଥିବା ପ୍ରତିଭାଙ୍କ ପାଇଁ ଏ ସମ୍ମାନ ଚେତାବନୀ ସଦୃଶ୍ୟ । ଏହା ଆପଣଙ୍କ ଦାୟିତ୍ୱକୁ ବଢାଇଛି । ପୁରସ୍କାର ପାଇଲେ ବୋଲି ଖୁସି ହୋଇ ଚୁପ୍ ବସିଯିବାର ନାହିଁ ।
ସମାରୋହରେ ଅଧ୍ୟକ୍ଷତା କରି ଓଡ଼ିଶା ମିଡ଼ିଆର ନିଦେ୍ର୍ଧଶକ ଶୁଭ୍ରାଂଶୁ ପଣ୍ଡା କହିଛନ୍ତି, ରାଜ୍ୟ ସରକାର ଯେଉଁ ଯୁବ ସମ୍ମାନ ଦେଉଛନ୍ତି । ସେଥିରେ ପୂର୍ବରୁ ସାହିତ୍ୟ ଓ ଅନ୍ୟ କେତେକ ବିଭାଗ ଥିଲା । ହେଲେ ଏବେ ଏହା କ୍ରୀଡ଼ା ଓ ସାହାସିକତା କ୍ଷେତ୍ର ପାଇଁ କେବଳ ସୀମିତ ରହିଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଯୁବ କବି ଅଗ୍ନିବେଶ ମହାପାତ୍ର, ରଜନିକାନ୍ତ ତରାଇ, ସତ୍ୟବ୍ରତ ବଳିୟାରସିଂହ, ମିଲନ ପ୍ରଧାନ, ଜିତେନ୍ଦ୍ର କୁମାର ଜେନା, ଆଶିଷ କୁମାର ରଥ, ଶୁଭଶ୍ରୀ ଶୁଭଲକ୍ଷ୍ମୀ ମହାନ୍ତି ଓ ପ୍ରଗତି ପଣ୍ଡିତ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.