ସାପ କାମୁଡ଼ାରେ ୬ ଜଣଙ୍କ ଜୀବନ ଗଲାଣି

Get real time updates directly on you device, subscribe now.

ଭୁବନେଶ୍ୱର: ସାପ କାମୁଡ଼ାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ସବୁ ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଛି।
ଅନୁଗୋଳ ଜିଲ୍ଲା ବେଣ୍ଟପୁର ଗାଁରେ ସାପ କାମୁଡ଼ି ଦେବାରୁ ସୁମନ୍ତ ସାହୁଙ୍କ ଦୁଇ ଝିଅ ରୋଜାଲିନ୍‌ (୧୩) ଓ ସୁଜାତା (୧୧)ଙ୍କ ମୃତ୍ୟୁ ଘଟିଛି। ଗତକାଲି ରାତି ପ୍ରାୟ ୨ଟା ବେଳେ ଘରେ ଶୋଇଥିବା ବେଳେ ସେମାନଙ୍କୁ ସାପ କାମୁଡ଼ି ଦେଇଥିଲା। ରୋଜାଲିନ୍‌ଙ୍କ ବେକରେ ଓ ସୁଜାତାଙ୍କ ଡାହାଣ ହାତରେ ସାପ କାମୁଡ଼ି ଥିଲା। ସେମାନଙ୍କୁ ଏକ ଚିତି ସାପ କାମୁଡ଼ି ଥିଲା ବୋଲି ପରିବାର ଲୋକେ କହିଛନ୍ତି। ଉଭୟଙ୍କୁ କଟକ ନିଆଯାଉଥିବା ବେଳେ ବାଟରେ ସେମାନଙ୍କ ମୃତ୍ୟୁ ଘଟିଥିଲା।
ସେହିପରି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଗୁରୁମ ଗାଁରେ ସାପ କାମୁଡ଼ି ଦେବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଧରିତ୍ରୀ ପାତ୍ର। ଗତକାଲି ରାତିରେ ସେ ମଶାରି ଟାଙ୍ଗି ଘରେ ଶୋଇ ଥିଲେ। ତେବେ ରାତି ପ୍ରାୟ ୪ଟା ବେଳେ ଏକ ଚିତି ସାପ ମଶାରି ବାହାରୁ ତାଙ୍କ ବେକକୁ ଚୋଟ ମାରିଥିଲା। ସେହି ସମୟରେ ଗାଁରେ କୌଣସି ଗାଡ଼ି ନଥିଲା ଓ ମୋବାଇଲ୍‌ ନେଟୱାର୍କ ମଧ୍ୟ ନ ଥିଲା। ତେଣୁ ବାଧ୍ୟ ହୋଇ ତାଙ୍କ ସ୍ୱାମୀ ବିଦ୍ୟାଧର ୨୦ କିଲୋମିଟର ଦୂର ତେଲକୋଇ ଆସି ଏକ ଗାଡ଼ି ନେଇ ଗାଁକୁ ଯାଇଥିଲେ। ତା’ପରେ ଧରିତ୍ରୀଙ୍କୁ ତେଲକୋଇ ମେଡିକାଲ୍‌ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ବିଦ୍ୟାଧର କହିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons